ଜଣେ ପ୍ରଗାଢ଼ ଅନୁରାଗ ସମ୍ପନ୍ନ ଲେଖକ, କବି ଓ ସଂସ୍କୃତି ପ୍ରେମୀ... ଏମିତି ଭିନ୍ନ ଭାବରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ବର୍ଣ୍ଣନା କରାଯାଇ ପାରେ । ତାଙ୍କର ବ୍ୟସ୍ତବହୁଳ ଓ କେବେ କେବେ କଷ୍ଟଦାୟକ କାର୍ଯ୍ୟସୂଚୀ ସତ୍ତ୍ୱେ ନରେନ୍ଦ୍ର ମୋଦୀ ଭଲ ପାଉଥିବା କେତେକ କାର୍ଯ୍ୟ ପାଇଁ ସମୟ ବାହାର କରୁଥିଲେ । ଏହା ଯୋଗ ହେଉ, ଲେଖାଲେଖି ହେଉ କିମ୍ବା ସୋସିଆଲ ମିଡିଆରେ ବିଚାର ଆଦାନ ପ୍ରଦାନ ହେଉ । ରାଲି ସମୟରେ ସେ ତାଙ୍କ ଅନୁଭବକୁ ନେଇ ଟ୍ୱିଟ୍ଟ କରୁଥିଲେ । ଯୁବକ ସମୟରୁ ହିଁ ସେ ଲେଖାଲେଖି କରିଆସୁଛନ୍ତି । ଏହି ବିଭାଗ ଆପଣଙ୍କୁ ନରେନ୍ଦ୍ର ମୋଦୀଙ୍କ ଜୀବନର ଏପରି ଏକ ଘଟଣା ପ୍ରବାହକୁ ନେଇଯିବ, ଯାହାକି 24x7 ଘଂଟା ବ୍ରେକିଂ ନ୍ୟୁଜ ପରିବେଷଣ ଯୁଗରେ ଏକ ପ୍ରକାର ହଜିଯାଇଛି ।
|
||
ସେହି ବିଷୟରେ ନରେନ୍ଦ୍ର ମୋଦିଙ୍କ ସବୁଠୁ ଚମକପଦ ଅଭିଭାଷଣଗୁଡିକ ମଧ୍ୟରୁ ଗୋଟିଏ ଯାହା ତାଙ୍କର ଅତି ନିକଟତର -ଯୋଗ । | ||
|
||
ଜରୁରୀକାଳୀନର କଳା ଦିନଗୁଡ଼ିକ ସମୟରେ ଗୁଜରାଟର ଏକ ଝଲକ ପ୍ରାପ୍ତ କରନ୍ତୁ ,ସମାଜିକ ସମାନତା ବିଷୟରେ ନରେନ୍ଦ୍ର ମୋଦିଙ୍କ ବିଚାରଗୁଡ଼ିକୁ ପଢନ୍ତୁ ଏବଂ ଜାଣନ୍ତୁ କାହିଁକି ସେ ଆମର ଭବିଷ୍ୟ ପିଢ଼ି ପାଇଁ ଏକ ସବୁଜ-ଭରା ଦୁନିଆକୁ ଛାଡିବା ଗୁରୁତ୍ୱପୂର୍ଣ୍ଣ ବୋଲି ଭାବନ୍ତି … | ||
|
||
ଆପଣ ଜାଣନ୍ତି କି ପିଲାଟି ବେଳରୁ ନରେନ୍ଦ୍ର ମୋଦୀ ଏକ ଡାଏରୀ ଲେଖୁଥିଲେ, ମାତ୍ର ପ୍ରତି 6-8ମାସ ଅନ୍ତରାଳରେ ଏହାର ପୃଷ୍ଠା ସବୁକୁ ଜଳାଇ ଦେଉଥିଲେ । ଥରେ ଜଣେ ପ୍ରଚାରକ ତାଙ୍କୁ ଏପରି କରୁଥିବାର ଦେଖି ବାରଣ କରିଥିଲେ । ପରବର୍ତ୍ତୀ ସମୟରେ 36 ବର୍ଷୀୟ ନରେନ୍ଦ୍ର ମୋଦୀଙ୍କ ଏହି ଲେଖାକୁ ଏକତ୍ର କରାଯାଇ ‘ସାକ୍ଷୀଭାବ’ର ସଂକଳନ କରାଯାଇଥିଲା । | ||
|
||
ଏଠାରେ ନରେନ୍ଦ୍ର ମୋଦୀଙ୍କ କେତେକ କବିତାର ବର୍ଣ୍ଣନା କରାଗଲା । ଏଗୁଡ଼ିକ ଗୁଜୁରାଟୀରେ ଲେଖାଯାଇଛି ଏବଂ ପ୍ରକୃତି ମାତା ଓ ଦେଶାତ୍ମବୋଧ ଭାବନା ଦ୍ୱାରା ଉଦବୁଦ୍ଧ । | ||
|
||
ଏହିପରି ସାର୍ବଜନୀନ ସଂସ୍କୃତିକୁ ନେଇ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ । ଜରୁରୀକାଳୀନ ପରିସ୍ଥିତି ବିରୋଧି ସଂଘର୍ଷରେ ସକ୍ରିୟ ଭାବେ ସଂଶ୍ଳିଷ୍ଟ ଥିବା ନରେନ୍ଦ୍ର ମୋଦୀ ବାକ୍ ସ୍ୱାଧୀନତାକୁ କାୟ, ମନ, ବାକ୍ୟରେ ଅନୁସରଣ କରନ୍ତି । ପ୍ରଖ୍ୟାତ କଳାକାରମାନଙ୍କ ସହ ଏ ସମ୍ବନ୍ଧରେ ତାଙ୍କର ଆଲୋଚନାରୁ ଆପଣ ଆନନ୍ଦ ନେଇପାରିବେ । | ||
|
||
ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲେଖାଯାଇଥିବା ଏକ ସୁନ୍ଦର କବିତା ଯାହାକି କଳାକାର ପାର୍ଥିବ ଗୋହିଲଙ୍କ ଦ୍ୱାରା ଗାନ କରାଯାଇଛି । | ||
|
||
ନବରାତ୍ରି ଅବସରରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ଏକ ସୁନ୍ଦର କବିତା |