ଜଣେ ପ୍ରଗାଢ଼ ଅନୁରାଗ ସମ୍ପନ୍ନ ଲେଖକ, କବି ଓ ସଂସ୍କୃତି ପ୍ରେମୀ... ଏମିତି ଭିନ୍ନ ଭାବରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ବର୍ଣ୍ଣନା କରାଯାଇ ପାରେ । ତାଙ୍କର ବ୍ୟସ୍ତବହୁଳ ଓ କେବେ କେବେ କଷ୍ଟଦାୟକ କାର୍ଯ୍ୟସୂଚୀ ସତ୍ତ୍ୱେ ନରେନ୍ଦ୍ର ମୋଦୀ ଭଲ ପାଉଥିବା କେତେକ କାର୍ଯ୍ୟ ପାଇଁ ସମୟ ବାହାର କରୁଥିଲେ । ଏହା ଯୋଗ ହେଉ, ଲେଖାଲେଖି ହେଉ କିମ୍ବା ସୋସିଆଲ ମିଡିଆରେ ବିଚାର ଆଦାନ ପ୍ରଦାନ ହେଉ । ରାଲି ସମୟରେ ସେ ତାଙ୍କ ଅନୁଭବକୁ ନେଇ ଟ୍ୱିଟ୍ଟ କରୁଥିଲେ । ଯୁବକ ସମୟରୁ ହିଁ ସେ ଲେଖାଲେଖି କରିଆସୁଛନ୍ତି । ଏହି ବିଭାଗ ଆପଣଙ୍କୁ ନରେନ୍ଦ୍ର ମୋଦୀଙ୍କ ଜୀବନର ଏପରି ଏକ ଘଟଣା ପ୍ରବାହକୁ ନେଇଯିବ, ଯାହାକି 24x7 ଘଂଟା ବ୍ରେକିଂ ନ୍ୟୁଜ ପରିବେଷଣ ଯୁଗରେ ଏକ ପ୍ରକାର ହଜିଯାଇଛି ।

“ଯୋଗ ହେଉଛି ମାନବଜାତି ଲାଗି ଭାରତର ଏକ ଉପହାର ଯାହା ମାଧ୍ୟମରେ ଆମେ ସାରା ବିଶ୍ୱରେ ପହଂଚି ପାରିବା । ଯୋଗ ମାଧ୍ୟମରେ କେବଳ ରୋଗ ମୁକ୍ତି ନୁହେଁ ବରଂ ଭୋଗ ମୁକ୍ତି ମଧ୍ୟ ହୋଇଥାଏ ।”
ସେହି ବିଷୟରେ ନରେନ୍ଦ୍ର ମୋଦିଙ୍କ ସବୁଠୁ ଚମକପଦ ଅଭିଭାଷଣଗୁଡିକ ମଧ୍ୟରୁ ଗୋଟିଏ ଯାହା ତାଙ୍କର ଅତି ନିକଟତର -ଯୋଗ ।
 
ନରେନ୍ଦ୍ର ମୋଦୀଙ୍କ ପୁସ୍ତକ ଗୁଡ଼ିକ ତାଙ୍କ ବକ୍ତବ୍ୟ ଭଳି ଶକ୍ତିଶାଳୀ, ଅନ୍ତର୍ଦୃଷ୍ଟି ସମ୍ପନ୍ନ ଓ ତଥ୍ୟଭିତ୍ତିକ । ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟେକ ପୁସ୍ତକ ଗୋଟିଏ ଗୋଟିଏ ତଥ୍ୟରେ ଭରା ସମ୍ପଦ । ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଧାରଣା ଓ ତାଙ୍କ ଜୀବନର ଅନୁଭବର ବିବରଣୀରେ ମଧ୍ୟ ଭରପୁର ।
ଜରୁରୀକାଳୀନର କଳା ଦିନଗୁଡ଼ିକ ସମୟରେ ଗୁଜରାଟର ଏକ ଝଲକ ପ୍ରାପ୍ତ କରନ୍ତୁ ,ସମାଜିକ ସମାନତା ବିଷୟରେ ନରେନ୍ଦ୍ର ମୋଦିଙ୍କ ବିଚାରଗୁଡ଼ିକୁ ପଢନ୍ତୁ ଏବଂ ଜାଣନ୍ତୁ କାହିଁକି ସେ ଆମର ଭବିଷ୍ୟ ପିଢ଼ି ପାଇଁ ଏକ ସବୁଜ-ଭରା ଦୁନିଆକୁ ଛାଡିବା ଗୁରୁତ୍ୱପୂର୍ଣ୍ଣ ବୋଲି ଭାବନ୍ତି …
 
“ସାକ୍ଷୀଭାବ” ହେଉଛି 36 ବର୍ଷ ମଧ୍ୟରେ ଜଗଦ୍ ଜନନୀ ମା’ଙ୍କ ସହ ହୋଇଥିବା ମୋର ସମ୍ବାଦର ଏକ ସଙ୍କଳନ । ଏହା ପାଠକମାନଙ୍କୁ ମୋ ସହିତ ସଂଯୁକ୍ତ କରିଥାଏ ଓ ମୋ ଶବ୍ଦ ମାଧ୍ୟମରେ ପାଠକମାନଙ୍କୁ କେବଳ ସମ୍ବାଦ ନୁହେଁ ବରଂ ମୋତେ ଜାଣିବାର ସୁଯୋଗ ପ୍ରଦାନ କରିଥାଏ ।”
ଆପଣ ଜାଣନ୍ତି କି ପିଲାଟି ବେଳରୁ ନରେନ୍ଦ୍ର ମୋଦୀ ଏକ ଡାଏରୀ ଲେଖୁଥିଲେ, ମାତ୍ର ପ୍ରତି 6-8ମାସ ଅନ୍ତରାଳରେ ଏହାର ପୃଷ୍ଠା ସବୁକୁ ଜଳାଇ ଦେଉଥିଲେ । ଥରେ ଜଣେ ପ୍ରଚାରକ ତାଙ୍କୁ ଏପରି କରୁଥିବାର ଦେଖି ବାରଣ କରିଥିଲେ । ପରବର୍ତ୍ତୀ ସମୟରେ 36 ବର୍ଷୀୟ ନରେନ୍ଦ୍ର ମୋଦୀଙ୍କ ଏହି ଲେଖାକୁ ଏକତ୍ର କରାଯାଇ ‘ସାକ୍ଷୀଭାବ’ର ସଂକଳନ କରାଯାଇଥିଲା ।
 
“ଯାହା ଅନେକ ସମୟରେ ଗଦ୍ୟରେ ବର୍ଣ୍ଣନା କରାଯାଇ ପାରେ ନାହିଁ, ତାହାକୁ ପଦ୍ୟରେ ପ୍ରକାଶ କରାଯାଇପାରେ ।”
ଏଠାରେ ନରେନ୍ଦ୍ର ମୋଦୀଙ୍କ କେତେକ କବିତାର ବର୍ଣ୍ଣନା କରାଗଲା । ଏଗୁଡ଼ିକ ଗୁଜୁରାଟୀରେ ଲେଖାଯାଇଛି ଏବଂ ପ୍ରକୃତି ମାତା ଓ ଦେଶାତ୍ମବୋଧ ଭାବନା ଦ୍ୱାରା ଉଦବୁଦ୍ଧ ।
 
“କଳା, ସଂଗୀତ ଓ ସାହିତ୍ୟ ସରକାରଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ । ଏହାର କୌଣସି ସୀମାରେଖା ରହିବା ଉଚିତ ନୁହେଁ । ସରକାର କେବଳ ଏହି ପ୍ରତିଭାଧରମାନଙ୍କୁ ଚିହ୍ନଟ କରିବା ସହ ପ୍ରୋତ୍ସାହିତ କରିବା ଆବଶ୍ୟକ ।”
ଏହିପରି ସାର୍ବଜନୀନ ସଂସ୍କୃତିକୁ ନେଇ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ । ଜରୁରୀକାଳୀନ ପରିସ୍ଥିତି ବିରୋଧି ସଂଘର୍ଷରେ ସକ୍ରିୟ ଭାବେ ସଂଶ୍ଳିଷ୍ଟ ଥିବା ନରେନ୍ଦ୍ର ମୋଦୀ ବାକ୍ ସ୍ୱାଧୀନତାକୁ କାୟ, ମନ, ବାକ୍ୟରେ ଅନୁସରଣ କରନ୍ତି । ପ୍ରଖ୍ୟାତ କଳାକାରମାନଙ୍କ ସହ ଏ ସମ୍ବନ୍ଧରେ ତାଙ୍କର ଆଲୋଚନାରୁ ଆପଣ ଆନନ୍ଦ ନେଇପାରିବେ ।
ଶରତର ହୃଦୟ ମଧ୍ୟରୁ ଉଦ୍ରେକ ହୁଏ ବସନ୍ତର!

ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲେଖାଯାଇଥିବା ଏକ ସୁନ୍ଦର କବିତା ଯାହାକି କଳାକାର ପାର୍ଥିବ ଗୋହିଲଙ୍କ ଦ୍ୱାରା ଗାନ କରାଯାଇଛି ।
 
ଏକ ସୁନ୍ଦର କବିତା ଦ୍ୱାରା ନବରାତ୍ରିର ରଂଗୀନ ଓ ଉତ୍ସବମୂଖର ଅବସରକୁ ପାଳନ କରୁଛନ୍ତି
ନବରାତ୍ରି ଅବସରରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ଏକ ସୁନ୍ଦର କବିତା