ତାଙ୍କ କାର୍ଯ୍ୟସୂଚୀ ଓ ଭ୍ରମଣକୁ ବିଚାରକୁ ନେଲେ, ଏହା ସ୍ୱାଭାବିକ ମନେହୁଏ ଯେ, ଚଳଚିତ୍ର ଦେଖିବା ପାଇଁ ନରେନ୍ଦ୍ର ମୋଦୀଙ୍କ ପାଖରେ କେବେହେଲେ ସମୟ ନଥିବ । ମୋଦୀ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ସାଧାରଣତଃ ଚଳଚିତ୍ର ଦେଖିବା ପାଇଁ ମୋର ଆଗ୍ରହ ନଥାଏ । କିନ୍ତୁ ଯୁବକ ସମୟରେ ମୁଁ ଚଳଚିତ୍ର ଦେଖିଥିଲି । କୌତୁହଳବଶତଃ ହିଁ ମୁଁ ଏହା ଦେଖିଥିଲି ଯାହାକି ଯୁବକ ସମୟରେ ହିଁ ଆସିଥାଏ । ଏପରିକି ସେତେବେଳେ ମଧ୍ୟ କେବଳ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିବା କେବେହେଲେ ବି ମୋର ସ୍ୱଭାବ ନଥିଲା । ବରଂ ଚଳଚିତ୍ରରେ ପ୍ରଦର୍ଶିତ କାହାଣୀରେ ଜୀବନ ପାଇଁ ଶିକ୍ଷାର ଅନ୍ୱେଷଣ କରିବା ମୋର ଅଭ୍ୟାସ ଥିଲା । ମୋର ମନେପଡୁଛି ଯେ ଥରେ ମୁଁ ମୋର କେତେଜଣ ଶିକ୍ଷକ ଓ ବନ୍ଧୁଙ୍କ ସହ ପ୍ରସିଦ୍ଧ ହିନ୍ଦୀ ଚଳଚିତ୍ର ଗାଇଡ ଦେଖିବା ପାଇଁ ଯାଇଥିଲି ଯାହାକି ଆର.କେ ନାରାୟଣଙ୍କ ଦ୍ୱାରା ଲିଖିତ ଏକ ଉପନ୍ୟାସ ଉପରେ ପର୍ଯ୍ୟବେଷିତ ଥିଲା । ଚଳଚିତ୍ରଟି ଦେଖିବା ପରେ ମୁଁ ମୋ ବନ୍ଧୁମାନଙ୍କ ସହ ଏକ ବିତର୍କରେ ଭାଗନେଇଥିଲି । ମୋର ଯୁକ୍ତି ଥିଲା, “ଚଳଚିତ୍ରର ମୁଖ୍ୟ ଧାରଣା ହେଉଛି ପ୍ରତ୍ୟେକ ବ୍ୟକ୍ତି ଶେଷରେ ତା’ର ଅନ୍ତରାତ୍ମା ଦ୍ୱାରା ପରିଚାଳିତ ହୋଇଥାନ୍ତି । ମାତ୍ର ଯେହେତୁ ମୁଁ ବହୁତ ଛୋଟ ଥିଲି, ମୋର ବନ୍ଧୁମାନେ ମୋର କଥାକୁ ଗୁରୁତ୍ୱର ସହ ଗ୍ରହଣ କରିନଥିଲେ ।”
ଚଳଚିତ୍ର ଗାଇଡ଼ ତାଙ୍କ ମନରେ ଆଉ ଏକ ଧାରଣା ଦେଇଥିଲା । ତାହାହେଲା ମରୁଡିର ଭୟାନକ ବାସ୍ତବିକତା ଓ ପାଣି ଅଭାବରୁ ଚାଷୀମାନଙ୍କର ଅସହାୟତା । ପରବର୍ତ୍ତୀ ସମୟରେ ତାଙ୍କୁ ଯେତେବେଳେ ସୁଯୋଗ ମିଳିଲା, ଗୁଜୁରାଟରେ ତାଙ୍କ କାର୍ଯ୍ୟକାଳର ଅଧିକାଂଶ ସମୟ ସେ ଆନୁଷ୍ଠାନିକ ଭାବେ ଯନ୍ତ୍ରାସ ବ୍ୟବହାର ଦ୍ୱାରା କିପରି ଭାବେ ଜଳ ସଂରକ୍ଷଣ କରିପାରିବେ ସେ ନେଇ ବ୍ୟୟ କରିଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ସେ ଏହି ପ୍ରକଳ୍ପକୁ ଜାତୀୟ ସ୍ତରକୁ ମଧ୍ୟ ଆଣିଥିଲେ ।
ମୋଦୀ ପୁରାପୁରି କାର୍ଯ୍ୟରେ ବୁଡିଗଲା ପରେ ନିର୍ବାଚିତ କାର୍ଯ୍ୟାଳୟର ଦାୟିତ୍ୱ ତାଙ୍କ ପାଇଁ ପ୍ରାଥମିକ ଗୁରୁତ୍ୱ ବହନ କଲା । ତେଣୁ ଚଳଚିତ୍ର ଦେଖିବାର ବିଳାଶ ପାଇଁ ତାଙ୍କୁ ଆଉ ସମୟ ମିଳିଲା ନାହିଁ । ତେବେ କଳା ଓ ସଂସ୍କୃତି ଦୁନିଆ ସହ ନିୟମିତ ଭାବେ ସେ ସମ୍ପର୍କ ବଜାୟ ରଖିଲେ । ଆମ ସାଂସ୍କୃତିକ ଚେତନାରେ କଳାକାରମାନଙ୍କର ଯୋଗଦାନକୁ ଯଥେଷ୍ଟ ମୂଲ୍ୟ ଦେଉଥିବା ମୋଦୀ ଗୁଜୁରାଟରେ ଗୁଡି ପର୍ବ ଭଳି ନବୀନତମ ଧାରଣାର ପ୍ରବର୍ତ୍ତନ କରିଥିଲେ । ଏଇ ନିକଟରେ ଇଣ୍ଡିଆ ଗେଟ ନିକଟରେ ଥିବା ରାଜପଥ ବଗିଚାରେ ସେ ଭାରତ ପର୍ବର ଆୟୋଜନ ମଧ୍ୟ କରିଥିଲେ ।
ମୋଦୀଙ୍କର କୌଣସି ପ୍ରିୟ ସଂଗୀତ ରହିଛି କି? ତତକ୍ଷଣାତ ଏହାର ଉତ୍ତର ମିଳେ ଯେ ଏହି ଗୀତଟି ହେଉଛି ଲତା ମଙ୍ଗେସକରଙ୍କ ଦ୍ୱାରା ଉତ୍ସାହପ୍ରଦ ଭାବେ ବୋଲାଯାଇଥିବା “ହୋ ପବନ ବେଗ ସେ ଉଡ଼ନେ ବାଲେ ଘୋଡେ...” । 1961 ମସିହାରେ ନିର୍ମିତ ହୋଇଥିବା ଚଳଚିତ୍ର ଜୟ ଚିତ୍ତୋର ଚଳଚିତ୍ରରେ ଏହି ଗୀତଟି ରହିଛି । ଭାରତ ବ୍ୟାସଙ୍କ ଦ୍ୱାରା ଲିଖିତ ଓ ଏସ ଏନ ତ୍ରିପାଠୀଙ୍କ ଦ୍ୱାରା ରଚିତ ଏହି ଗୀତର ପ୍ରାଣବନ୍ତ ଶକ୍ତି ବହୁ ସମୟ ଧରି ମୋଦୀଙ୍କର ପ୍ରିୟ ଗୀତ ହୋଇ ରହିଥିଲା- ତେରେ କନ୍ଧୋ ମେଁ ଆଜ ଭାର ହେ ମେବାଡ କା, କରନା ପଡେଗା ତୁଝେ ସାମନା ପାହାଡ କା.. ହଲଦୀଘାଟୀ ନେହିଁ ହେ କାମ କୋଇ ଖିଲବାଡ କା, ଦେନା ଜବାବ ବହାଁ ଶେରୋଁ କେ ଦହାଡ଼ କା...”