ଏହା ପଚାରିବା ବାସ୍ତବିକ- ଭାରତର ପ୍ରଧାନମନ୍ତ୍ରୀ କଣ ଖାଇବାକୁ ଭଲ ପାଆନ୍ତି ? ସେ କଣ ଜଣେ ଖାଦ୍ୟ ପ୍ରେମୀ ।
ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ :
"ଯେଉଁ ଲୋକ ସାର୍ବଜନୀନ ଜୀବନରେ କାମ କରନ୍ତି ,ତାଙ୍କ ଜୀବନରେ ବହୁତ ଅନିୟମିତତା ରୁହେ । ଜଣେ ଯଦି ସାର୍ବଜନୀନ ଜୀବନରେ ସକ୍ରିୟ ହେବାକୁ ଚାହାଁନ୍ତି,ତେବେ ଟାଣ ପେଟ ହେବା ଦରକାର ।
35 ବର୍ଷର କର୍ମ ଜୀବନରେ ,ବିଭିନ୍ନ ସଂଗଠନାତ୍ମକ କ୍ଷମତାରେ କାମ କରିବା ମାନେ, ବହୁ ଦେଶ ଯାତ୍ରା ଏବଂ ମୁଁ ଖାଦ୍ୟ ମାଗେ ସେତେବେଳେ ଯାହା ମିଳେ ତାହା ଖାଇଥାଏ । ମୁଁ କେବେ ସେମିତି କିଛି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ କୁହେ ନାହିଁ ।
ମତେ ଖେଚୁଡ଼ି ବହୁତ ପସନ୍ଦ । କିନ୍ତୁ ମତେ ଯାହା ମିଳେ ତାହା ଖାଇଥାଏ ।"
ସେ କହିଲେ ,ମତେ ଲାଗୁଚି ମୋର ସ୍ୱାସ୍ଥ୍ୟ ନିଜ ଦେଶ ପାଇଁ ଏକ ବୋଝ ହେବା ଉଚିତ ନୁହେଁ । ଜୀବନର ଅନ୍ତିମ ନିଶ୍ୱାସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବାନ ରହିବାକୁ ଚାହେଁ ।
ପ୍ରଧାନମନ୍ତ୍ରୀ ଭୂମିକା ପରେ ବହୁତ ଯାତ୍ରା କରିବାକୁ ପଡେ ଏବଂ ପ୍ରୀତିଭୋଜନରେ ଯୋଗ ଦେବାକୁ ପଡେ । ସମସ୍ତ ପ୍ରୀତିଭୋଜନରେ ସ୍ଥାନୀୟ ଶାକାହାରୀ ଭୋଜନ ଆନନ୍ଦ ଦେଇଥାଏ । ପାନୀୟରେ ସେ ସର୍ବଦା ଗ୍ଲାସରେ ମାଦକ ଦ୍ରବ୍ୟ ବଦଳେ ପାଣି ଏବଂ ଫଳରସ ନେଇଥାନ୍ତି ।