ଯେତବେଳେ 2014 ମେ ମାସରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର କ୍ଷମତାକୁ ଆସିଲା, ସେତବେଳେ ଲକ୍ଷ ଲକ୍ଷ ଭାରତୀୟଙ୍କର ବ୍ୟାଙ୍କ ଆକାଉଂଟ ନଥିଲା । ବ୍ୟାଙ୍କଗୁଡ଼ିକ ଜାତୀୟକରଣ ହେବାର ଅନେକ ଦଶନ୍ଧି ବିତିଗଲାଣି, ମାତ୍ର ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆର୍ଥିକ ଭାଗିଦାରୀ ଏବେବି ସ୍ୱପ୍ନ ହୋଇରହିଛି ।
ସମସ୍ତଙ୍କ ଆର୍ଥିକ ଭାଗିଦାରୀତାରେ ସାମିଲ କରିବା ପାଇଁ ଜନଧନ ଯୋଜନାର ଆରମ୍ଭ କରାଯାଇଥିଲା । ଏହାଫଳରେ ଦୁଇବର୍ଷର ସ୍ୱଳ୍ପ ସମୟ ବ୍ୟବଧାନରେ 23.93 କୋଟି ବ୍ୟାଙ୍କ ଖାତା ଖୋଲାଯାଇପାରିଲା । ଏହାଠାରୁ ଅଧିକ ଚମକେଇଦେଲା ଭଳି ଘଟଣା ହେଲା ଏହି ବ୍ୟାଙ୍କ ଖାତାଗୁଡ଼ିକରେ 41,789 କୋଟି ଟଙ୍କା ଜମା କରାଗଲା । ବ୍ୟାଙ୍କ ଖାତା ମାଧ୍ୟମରେ ସଂଚୟ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଦୃଢ଼ ହୋଇପାରିଲା । ମହାଜନ ଓ ସେମାନଙ୍କର କଡାଗଣ୍ଡା ସୁଧ ହାରରେ ବନ୍ଧକ ପଡିଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆନୁଷ୍ଠାନିକ ବିସ୍ତୃତି ଓ ଦୃଢ଼ତା ମିଳିପାରିଲା । ଜନଧନ ଯୋଜନାରେ ଓଭର ଡ୍ରାଫ୍ଟ ଓ ବୀମା ସୁବିଧା ମିଳିଲା ଏବଂ ଏହାର ବହୁଳ ଉପଯୋଗ ହେଲା । ଟଙ୍କାଶୂନ୍ୟ ଜମାଖାତା (ଶୂନ୍ୟ ବାଲାନ୍ସ ଏକାଉଂଟ)କୁ ନେଇ ପ୍ରଥମରୁ ଜନଧନ ଯୋଜନାକୁ ସମାଲୋଚନା କରାଯାଉଥିଲା । ତେବେ ମୋଟ ବାଲାନ୍ସ ତୁଳନାରେ ଶୂନ୍ୟ ବାଲାନ୍ସ ଏକାଉଂଟର ଅନୁପାତ କ୍ରମାଗତ ଭାବେ କମିବାରେ ଲାଗିଛି ଏବଂ ବହୁ ଅଧିକ ଲୋକ ବ୍ୟାଙ୍କ ଏକାଉଂଟର ଉପଯୋଗ କରୁଛନ୍ତି ।
ଜନଧନ ଏକାଉଂଟ ବହୁଳ ଭାବେ ଖୋଲା ହେବା ଦ୍ୱାରା ଏନଡିଏ ସରକାରଙ୍କ ଜେଏଏମ ତ୍ରିମୂଖୀ ଦୂରଦୃଷ୍ଟି ସଠିକ ଦିଗରେ ଗତିକରିଛି । ଆଧାର ପଞ୍ଜୀକରଣକୁ ନେଇ ସରକାର ଦ୍ରୂତଗତିରେ ଆଗେଇଛନ୍ତି । 2014 ମେ 30 ସୁଦ୍ଧା 65 କୋଟି ଆଧାର ପଞ୍ଜିକରଣ ହୋଇଯାଇଥିଲା ଏବଂ ଏହାର ପରବର୍ତ୍ତୀ ସମୟରେ ସରକାର ଆହୁରି 35 କୋଟି ପଞ୍ଜୀକରଣ କରିଥିଲେ । ଆଜି 105 କୋଟି ଭାରତୀୟଙ୍କ ପାଖରେ ଆଧାର କାର୍ଡ ରହିଛି । ପ୍ରାୟ ସବୁ ଭାରତୀୟଙ୍କ ପାଖରେ ମୋବାଇଲ ଫୋନ ରହିଛି । ତେଣୁ ସାମଗ୍ରୀକ ଭାବେ ଏପରି ଏକ ବ୍ୟବସ୍ଥାର ନିର୍ମାଣ କରାଯାଇଛି ଯାହା ମାଧ୍ୟମରେ କି ସବସିଡ଼ି ଓ ସରକାରି ସହାୟତାକୁ ସହଜରେ ଟ୍ରାନ୍ସଫର କରାଯାଇ ପାରିବ । ତେଣୁ ଏବେ ସଠିକ ବ୍ୟକ୍ତି ଚୟନ କରାଯାଇ ବିନା ବିଳମ୍ବରେ ଓ ବିନା ମଧ୍ୟବର୍ତ୍ତିକାଳୀନ ବ୍ୟକ୍ତିଙ୍କ ସହାୟତାରେ ତା’ର ବ୍ୟାଙ୍କ ଏକାଉଂଟକୁ ଅର୍ଥ ଟ୍ରାନ୍ସଫର କରାଯାଇ ପାରିବ । ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଏବେ କୋଟି କୋଟି ଟଙ୍କାର ଆର୍ଥିକ ସହାୟତାକୁ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଂଟକୁ ସିଧାସଳଖ ଟ୍ରାନ୍ସଫର କରିପାରିବେ । ଏହାଫଳରେ ଗତ ଦୁଇ ବର୍ଷ ମଧ୍ୟରେ ହେରଫେର କମିଛି ଓ ସଂଚୟ ରାଶି ବଢ଼ିଛି । ଗତ ଦୁଇବର୍ଷ ମଧ୍ୟରେ 61,822 କୋଟି ଟଙ୍କା ସିଧାସଳଖ ଭାବେ 31 କୋଟି ହିତାଧିକାରୀଙ୍କ ଆକାଉଂଟକୁ ହସ୍ତାନ୍ତର କରାଯାଇଛି । ଡିବିଟି ଅଧୀନରେ ଅନେକ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ଏବଂ ଏହାଫଳରେ ନକଲି ହିତାଧିକାରୀଙ୍କୁ ହଟାଯାଇ ଏବଂ ହେରଫେରକୁ ରୋକାଯାଇ ପ୍ରାୟ 36,500 ଟଙ୍କା ସଂଚୟ କରାଯାଇପାରିଛି ।
ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଆମ ଦେଶର ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ସେମାନେ କେବଳ ନିଯୁକ୍ତି ଦେଇନଥାନ୍ତି, ବରଂ ଆମ ଅର୍ଥବ୍ୟବସ୍ଥାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାନ୍ତି । ମାତ୍ର ଦେଖାଗଲା ଯେ ସେମାନଙ୍କ ଭିତରୁ ଖୁବ କମ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଆର୍ଥିକ ସହାୟତା ମିଳିପାରୁଛି ଓ ଅଧିକାଂଶ ଉଦ୍ୟୋଗ ମହାଜନମାନଙ୍କଠାରୁ ଋଣ ନେଉଛନ୍ତି ।
ଏନଡିଏ ସରକାର ଏହି କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଅଭିଳାଷକୁ ଏକ ନୂତନ ଉଚ୍ଚତାକୁ ନେଇଯିବା ପାଇଁ ମୁଦ୍ରା ଯୋଜନା ଆରମ୍ଭ କଲା । ଏହି ଯୋଜନା ମାଧ୍ୟମରେ ଉଦ୍ୟୋଗୀମାନଙ୍କୁ ସହଜରେ ଓ ଗୋଟିଏ ପର୍ଯ୍ୟାୟରେ ଆର୍ଥିକ ସହାୟତା ପ୍ରଦାନ କଲା ଯାହାକୁ କି ପରିଶୋଧ କରିବାକୁ ପଡିବ ନାହିଁ । 2015-16ରେ 1,22,188 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ 132954.73 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ମୋଟ ଉପରେ 3.48କୋଟି ଉଦ୍ୟୋଗୀ ଆର୍ଥିକ ସହାୟତା ପାଇଥିଲେ । ଏମାନଙ୍କ ମଧ୍ୟରୁ ଶତକଡା 79 ପ୍ରତିଶତ ଥିଲେ ମହିଳା ଯେଉଁମାନେ କି 61,190କୋଟି ଟଙ୍କାର ସହାୟତା ପାଇଥିଲେ । 2016-17ରେ ମୁଦ୍ରା ଯୋଜନା ମାଧ୍ୟମରେ ଦିଆଯାଇଥିବା ଋଣର ପରିମାଣ ଥିଲା 1,80,000 କୋଟି ଟଙ୍କା ଓ ପୂର୍ବ ବର୍ଷ ତୁଳନାରେ ଏଥିରେ ଶତକଡା 50 ପ୍ରତିଶତ ବୃଦ୍ଧି ହୋଇଥିଲା ।
ଏହି ପଦକ୍ଷେପଗୁଡ଼ିକରେ ଭାରତୀୟମାନଙ୍କ ଜୀବନରେ ବ୍ୟାପକ ରୂପାନ୍ତରଣ ଘଟିଥିଲା । ବ୍ୟାଙ୍କ ଖାତା ଭଳି ସାଧାରଣ ସୁବିଧା ନଥିବା ଗରିବ ଭାରତୀୟମାନେ ବିବିଧ ସୁବିଧା ଥିବା ବ୍ୟାଙ୍କ ଏକାଉଂଟ ଓ ଗୋଟିଏ ପର୍ଯ୍ୟାୟରେ ମୁକ୍ତ ଆର୍ଥିକ ସହାୟତା ପାଇବା ଫଳରେ ସେମାନଙ୍କ ଜୀବନରେ 2014 ମେ ମାସରୁ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି । ସବସିଡ଼ି ଓ ସରକାରୀ ସହାୟତା ପାଇଁ ଆଉ ମଧ୍ୟବର୍ତ୍ତିକାଳୀନ ଏଜେଂଟର ଆବଶ୍ୟକ ନାହିଁ କିମ୍ବା ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବା ଦରକାର ନାହିଁ । ଡିବିଟି ଓ ଜେଏଏମ ସହାୟତାରେ ସରକାରୀ ସହାୟତାର ହସ୍ତାନ୍ତର ସହଜ ଫଳପ୍ରଦ ଓ ସ୍ୱଚ୍ଛ ହୋଇପାରିଛି ।