ସ୍ୱଚ୍ଛ ଭାରତ ଅଭିମୁଖେ

Published By : Admin | January 1, 2016 | 01:06 IST

“ଏକ ସ୍ୱଚ୍ଛ ଭାରତର ନିର୍ମାଣ 2019ରେ ମହାତ୍ମାଗାନ୍ଧୀଙ୍କ 150 ତମ ଜନ୍ମବାର୍ଷିକ ଅବସରରେ ତାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ହେବ,” ନୂଆଦିଲ୍ଲୀର ରାଜପଥରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିବା ଅବସରରେ ଶ୍ରୀ ନରେନ୍ଦ୍ର ମୋଦୀ ଏହା କହିଥିଲେ । 2014 ଅକ୍ଟୋବର 2 ରେ ଦେଶବ୍ୟାପୀ ଏକ ଜାତୀୟ ଆନ୍ଦୋଳନ ଭାବେ ସ୍ୱଚ୍ଛ ଭାରତ ମିଶନର ଆରମ୍ଭ କରାଯାଇଥିଲା ।

ସ୍ୱଚ୍ଛତା ପାଇଁ ଏକ ଗଣ ଆନ୍ଦୋଳନର ନେତୃତ୍ୱ ନେଇ, ଏକ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ଭାରତ ନିର୍ମାଣ ଦିଗରେ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନକୁ ପୁରଣ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ନରେନ୍ଦ୍ର ମୋଦୀ ନିଜେ ମନ୍ଦିର ମାର୍ଗ ପୋଲିସ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ନିଜେ ଝାଡୁ ଉଠାଇ ଅଳିଆ ସଫା କରି ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଗଣ ଆନ୍ଦୋଳନରେ ପରିବର୍ତ୍ତିତ କରିବା ସହ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ କହିଥିଲେ ଯେ-ଆପଣମାନେ ନିଜେ ଅଳିଆ ଫୋପାଡନ୍ତୁ ନାହିଁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା କରିବାକୁ ଦିଅନ୍ତୁ ନାହିଁ । ତାଙ୍କ ମନ୍ତ୍ର ଥିଲା, “ନା ଗନ୍ଦଗି କରେଙ୍ଗେ, ନା କରନେ ଦେଙ୍ଗେ” ସୁରକ୍ଷା ଅଭିଯାନରେ ସାମିଲ ହେବା ପାଇଁ ଶ୍ରୀ ନରେନ୍ଦ୍ର ମୋଦୀ 9 ଜଣ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ ଓ ଏବଂ ପ୍ରତ୍ୟେକଙ୍କୁ ଆଉ 9 ଜଣ ଲେଖାଁଏ ବ୍ୟକ୍ତିଙ୍କୁ ଏହି ଅଭିଯାନରେ ସାମିଲ କରାଇବା ପାଇଁ ଅନୁରୋଧ କରିଥିଲେ ।

ଏହି ଅଭିଯାନରେ ଲୋକମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁରୋଧ କରିବା ଦ୍ୱାରା ସ୍ୱଚ୍ଛତା ଅଭିଯାନ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଥିଲା । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଏକ ଦାୟିତ୍ୱବୋଧ ସୃଷ୍ଟି କରାଯାଇ ପାରିଲା । ଦେଶବ୍ୟାପୀ ନାଗରିକମାନେ ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଫଳରେ ମହାତ୍ମା ଗାନ୍ଧିଙ୍କ ଦ୍ୱାରା ପରିକଳ୍ପିତ ‘ସ୍ୱଚ୍ଛ ଭାରତ’ର ସ୍ୱପ୍ନ ଏବେ ସତ୍ୟର ରୂପ ନେବାକୁ ଆରମ୍ଭ କରିଛି ।

ନିଜ କଥା ଓ କାର୍ଯ୍ୟ ଫଳରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଉତ୍ସାହିତ କରି ସ୍ୱଚ୍ଛ ଭାରତର ବାର୍ତ୍ତା ପ୍ରଚାର କରିପାରିଛନ୍ତି । ବାରାଣାସୀରେ ମଧ୍ୟ ସେ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସେ ବାରଣାସୀଠାରେ ଗଙ୍ଗାନଦୀର ଅସୀଘାଟରେ କୋଦାଳ ଚଲାଇ ସଫେଇ କାର୍ଯ୍ୟ କରିଥିଲେ । ସ୍ୱାସ୍ଥ୍ୟରକ୍ଷାର ମହତ୍ଵ ବୁଝିପାରି ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଇଖାନା ନଥିବା ଯୋଗୁ ଅନେକ ଭାରତୀୟ ପରିବାର କିପରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତା’ର ସମାଧାନ ଦିଗରେ କାର୍ଯ୍ୟ କରିଥିଲେ ।

ସମାଜର ବିଭିନ୍ନ ବର୍ଗରୁ ବ୍ୟକ୍ତିମାନେ ଆଗେଇ ଆସି ସ୍ୱଚ୍ଛତାର ଏହି ଗଣ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସରକାରୀ କାର୍ଯ୍ୟାଧିକାରୀ, ଯବାନ, ବଲିଉଡ ଅଭିନେତା, କ୍ରୀଡ଼ାବିତ, ଶିଳ୍ପପତି ଓ ଆଧ୍ୟାତ୍ମିକ ଗୁରୁ ଆଦି ସମସ୍ତେ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ଭାରତକୁ ସ୍ୱଚ୍ଛ କରିବା ପାଇଁ ଦିନକୁ ଦିନ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ସରକାରୀ ବିଭାଗ, ବେସରକାରୀ ସଂସ୍ଥା ଓ ଆଂଚଳିକ ଗୋଷ୍ଠୀକେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡ଼ିକରେ ସାମିଲ ହେଉଛନ୍ତି । ସଂଗୀତ ଓ କ୍ରୀଡ଼ା ମାଧ୍ୟମରେ ସ୍ୱଚ୍ଛତା ଅଭିଯାନ ପାଇଁ ସାରା ଦେଶରେ ସଚେତନତା ଶିବିର ଗୁଡ଼ିକର ମଧ୍ୟ ବ୍ୟାପକ ଭାବେ ଆୟୋଜନ କରାଯାଉଛି ।

ବଲିଉଡ଼ ଅଭିନେତା ଓ ଟିଭି ଅଭିନେତାମାନେ ଆଗେଇ ଆସି ସକ୍ରିୟ ଭାବେ ଏହି ପଦକ୍ଷେପରେ ସାମିଲ ହେଉଛନ୍ତି । ଅମିତାଭ ବଚ୍ଚନ, ଅମିର ଖାନ, କୈଳାସ ଖେର ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କ ସମେତ ସବ ଟିଭିର ସମସ୍ତ କର୍ମଚାରୀ ‘ତାରକ ମେହେଟା କା ଉଲଟା ଚଷମା’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନକୁ ସହଯୋଗର ହାତ ବଢ଼ାଇଛନ୍ତି । ସଚିନ ତେନ୍ଦୁଲକର, ସାନିଆ ମିର୍ଜା, ସାଇନା ନେହୱାଲ ଓ ମେରିକମଙ୍କ ପରି ପ୍ରଖ୍ୟାତ କ୍ରୀଡ଼ାବିତମାନଙ୍କର ସ୍ୱଚ୍ଛତା ଅଭିଯାନ ପ୍ରତି ଯୋଗଦାନ ପ୍ରଶଂସାଜନକ ।

ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶବ୍ୟାପୀ ଏକ ବଡ ଧରଣର ସଫଳତାରେ ପରିବର୍ତ୍ତିତ କରିବାରେ ଯେଉଁ ବ୍ୟକ୍ତି ଓ ସଙ୍ଗଠନମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକିଆ ରେଡିଓ ବକ୍ତବ୍ୟ ‘ମନ କି ବାତ୍’ ମାଧ୍ୟମରେ ଅନେକ ଥର ପ୍ରଶଂସା କରିଛନ୍ତି । ସ୍ୱଚ୍ଛତା ଅଭିଯାନ ଦିଗରେ ସେମାନଙ୍କର ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ହାରଦା ଜିଲ୍ଲା ଅନ୍ତର୍ଗତ ସରକାରୀ ପଦାଧିକାରୀମାନଙ୍କ ଏକ ଦଳକୁ ଅଭିନନ୍ଦନ ଜଣେଇ ଥିଲେ । ଆବର୍ଜନା କିଣା ବିକା ପାଇଁ ଏକ ମୋବାଇଲ ଆପ୍ଲିକେସନ ତିଆରି କରିଥିବା ବାଙ୍ଗାଲୋରର ହରାଇଜନ ନାମକ ଏକ ସ୍କୁଲର ପାଂଚ ଜଣ ଛାତ୍ରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ,ଏକ୍ସଏଲଆରଆଇ ଜାମସେଦପୁର ଏବଂ ଆଇଆଇଏମ ବାଙ୍ଗାଲୋର ଭଳି ଅନୁଷ୍ଠାନ ବ୍ୟାପକ ସ୍ୱଚ୍ଛତା ଅଭିଯାନର ଆୟୋଜନ କରିବା ସହ ଲୋକମାନଙ୍କ ମଧ୍ୟରେ ଏନେଇ ସଚେତନତା ବାର୍ତ୍ତାର ମଧ୍ୟ ପ୍ରଚାର କରିଥିଲେ।ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କ ଅଂଶଗ୍ରହଣକୁ ଶ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ପ୍ରଶଂସା କରିଛନ୍ତି । ବାରଣାସୀରେ ‘ମିଶନ ପ୍ରଭୁଘାଟ’ ପଦକ୍ଷେପ ପାଇଁ ତେମସୁତୁଲା ଇମଶୋଙ୍ଗ, ଦାର୍ଶିକା ସାହ ଏବଂ ସ୍ୱୟଂସେବକମାନଙ୍କର ଏକ ଗ୍ରୁପକୁ ଶ୍ରୀ ନରେନ୍ଦ୍ର ମୋଦୀ ଖୋଲା ପ୍ରଶଂସା କରିଥିଲେ ।

ଦେଶବ୍ୟାପୀ ନାଗରିକମାନଙ୍କ ଦ୍ୱାରା କରାଯାଉଥିବା ସ୍ୱଚ୍ଛତା ଅଭିଯାନକୁ ଗୁରୁତ୍ୱ ଦେବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନର ଅଂଶବିଶେଷ ଭାବେ ଏକତ୍ର ‘ମାଇଁ କ୍ଲିନ ଇଣ୍ଡିଆ’ର ଆରମ୍ଭ ମଧ୍ୟ କରାଗଲା ।

ସ୍ୱଚ୍ଛ ଭାରତ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ଜନ ସାଧାରଣଙ୍କଠାରୁ ପ୍ରବଳ ସମର୍ଥନ ପାଇଛି । ନାଗରିକମାନେ ମଧ୍ୟ ବହୁ ସଂଖ୍ୟାରେ ଏକାଠି ହୋଇ ଏକ ସ୍ୱଚ୍ଛ ଭାରତ ଗଠନ ପାଇଁ ଝାଡୁ ଉଠାଇ ରାସ୍ତା ଘାଟ ସଫା କରିଛନ୍ତି, ଅଳିଆ ହଟେଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପରେ ସ୍ୱାସ୍ଥ୍ୟ ରକ୍ଷା ଓ ଉତ୍ତମ ପରିବେଶ ଗଠନ ଉପରେ ଗୁରୁତ୍ୱ ବଢ଼ିଯାଇଛି ଓ କ୍ରମେ ଏହା ଏକ ଅଭ୍ୟାସରେ ପରିଣତ ହୋଇଛି । ‘ସ୍ୱଚ୍ଛତା ଭଗବାନଙ୍କ ପାଖାପାଖି’ ଏହି ବାର୍ତ୍ତା ପ୍ରଚାର କରିବାରେ ଜନସାଧାରଣ ଏବେ ଆଗଭର ହୋଇପଡିଛନ୍ତି ।

ସହରାଂଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ବ୍ୟକ୍ତିଗତ ପାଇଖାନା, ଗୋଷ୍ଠୀଗତ ପାଇଖାନା ଓ ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଗ୍ରମାଂଚଳରେ ବ୍ୟକ୍ତିଗତ ଯୋଗାଯୋଗ ମାଧ୍ୟମରେ ଅଭ୍ୟାସ ପରିବର୍ତ୍ତନ ଓ ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରିତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଆଂଚଳିକ ସଂସ୍କୃତି, ଅଭ୍ୟାସ, ସମ୍ବେଦନଶୀଳତା ଓ ଦାବି ଭିତ୍ତିରେ ସ୍ୱଚ୍ଛତା ବୃଦ୍ଧି ନିମନ୍ତେ କାର୍ଯ୍ୟଧାରା ପ୍ରସ୍ତୁତି ପାଇଁ ରାଜ୍ୟଗୁଡ଼ିକୁ ସ୍ୱାଧୀନତା ଦିଆଯାଇଛି । ପାଇଖାନା ନିର୍ମାଣ ନିମନ୍ତେ ପ୍ରୋତ୍ସାହନ ରାଶିକୁ ଦୁଇହଜାର ଟଙ୍କା ବୃଦ୍ଧି କରାଯାଇ 10,000 ରୁ 12,000 କରାଯାଇଛି । ଗ୍ରାମ ପଂଚାୟତମାନଙ୍କରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଅନୁଦାନର ବ୍ୟବସ୍ଥା କରାଯାଇଛି ।

Explore More
PM Modi's reply to Motion of thanks to President’s Address in Lok Sabha

Popular Speeches

PM Modi's reply to Motion of thanks to President’s Address in Lok Sabha
Modi govt's next transformative idea, 80mn connections under Ujjwala in 100 days

Media Coverage

Modi govt's next transformative idea, 80mn connections under Ujjwala in 100 days
NM on the go

Nm on the go

Always be the first to hear from the PM. Get the App Now!
...
Prime Minister also visited the Shaheed Sthal
March 15, 2019

Prime Minister also visited the Shaheed Sthal