ମୋଦୀଙ୍କ କୂର୍ତ୍ତା ଅତି ସାଧାରଣ ଭାବେ ତିଆରୀ ହୋଇଥିଲେ ମଧ୍ୟ ଏହା ବହୁଳ ଭାବରେ ଏକ ଷ୍ଟାଇଲ କୂର୍ତ୍ତା ଭାବେ ଲୋକମାନଙ୍କ ମଧ୍ୟରେ ପ୍ରଶଂସିତ ଏବଂ ଆଦୃତ ।

‘ମୋଦୀ କୂର୍ତ୍ତା’ ର ମୂଳ ଉତ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ,

ଆରଏସଏସ ଏବଂ ବିଜେପି ସହିତ ମୋର କାର୍ଯ୍ୟ କରିବା ସମୟରେ କାର୍ଯ୍ୟସୂଚୀ ବାହାରେ ମଧ୍ୟ ଅତ୍ୟଧିକ ଯାତ୍ରା କରିବାକୁ ପଡିଥାଏ ଯାହା ଅନିଶ୍ଚିତ ଏବଂ କଷ୍ଟସାଧ୍ୟ । ଏବଂ, ନିଜ ପୋଷାକ ନିଜକୁ ସଫା କରିବାକୁ ପଡେ ସେଥିପାଇଁ ମୁଁ ଅନୁଭବ କଲି ଯେ ପୂରା ହାତ ଥିବା କୂର୍ତ୍ତା ସଫା କରିବା ସମୟସାପେକ୍ଷ ଏବଂ କଷ୍ଟଦାୟକ । ତେଣୁ ମୁଁ ନିଷ୍ପତ୍ତି ନେଲି ଯେ ପୂରା ହାତ କୂର୍ତ୍ତା ବଦଳରେ ଛୋଟ ହାତ କୂର୍ତ୍ତା ବ୍ୟବହାର କରିବି ।

ସେହିଠାରୁ ହିଁ ମୋଦୀ କୂର୍ତ୍ତାର ଜନ୍ମ !

ସମୟ ଅତିକ୍ରାନ୍ତେ, ବିଶେଷକରି ବିଗତ କିଛି ବର୍ଷ ହେବ ମୋଦୀ କୂର୍ତ୍ତା ବିଶ୍ୱ ପ୍ରସିଦ୍ଧ ହୋଇଛି । ଅନ୍ୟ ବ୍ୟବହୃତ ସାମଗ୍ରୀ ଯଥା, ମୋଦୀ ମୁଖା, ଟୋପୀ,  ଗଞ୍ଜି, ବ୍ୟାଜ ଏବଂ ଚକୋଲେଟ ମଧ୍ୟ ମୋଦୀ କୂର୍ତ୍ତାର ସ୍ଥାନ ନେଇପାରିନାହିଁ । ମୋଦୀ କୂର୍ତ୍ତା ଯାହାକି ସାଧାରଣ ହୋଇଥିଲେ ମଧ୍ୟ ରଙ୍ଗୀନ, ରୁଚି ସଂପନ୍ନ ଏବଂ ନମନୀୟ ହୋଇଥିବାରୁ ଲୋକମାନଙ୍କ ଦ୍ୱାରା ବେଶ୍ ଆଦୃତ ।