India-Japan share deep linkages rooted in the thought streams of Hinduism and Buddhism: PM
Our Special Strategic and Global Partnership is marked by a growing convergence of economic and strategic issues: PM Modi in Japan
There is also a lot that we can do together as close partners, not just for the benefit of our societies: PM in Japan
Japan has always been a valuable partner in India’s journey to economic prosperity, infrastructure development, capacity building: PM

ମହାମହିମ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ,

ବିଶିଷ୍ଟ ଅତିଥିଗଣ

ଦେବୀ ଓ ସଜ୍ଜନ

 

କୋନବାନ୍ ୱା!

ପ୍ରଧାନମନ୍ତ୍ରୀ ଭାବେ ମୁଁ ଜାପାନକୁ ଦ୍ୱିତୀୟ ଥର ଗସ୍ତରେ ଆସିଥିବାରୁ ନିଜକୁ ଗୌରବାନ୍ଵିତ ଅନୁଭବ କରୁଛି । ଜାପାନୀ ଲୋକଙ୍କ ଉର୍ତ୍ସଗ ଓ ସାମର୍ଥ୍ୟ, ଉତ୍ସାହ ଓ ଜୀବନ ଶକ୍ତି ତଥା ଉପଲବ୍ଧିକୁ ଭାରତୀୟ ଲୋକମାନେ ବହୁଳ ପ୍ରଶଂସା କରନ୍ତି ।

 

ଜାପାନର ଅନୁଭୂତିରୁ ଅନେକ କିଛି ଶିକ୍ଷା ଓ ଗ୍ରହଣ କରିବାର ଅଛି । ଭାରତ ଓ ଜାପାନ ମଧ୍ୟରେ ଦୀର୍ଘକାଳ ଧରି ଘନିଷ୍ଠ ଓ ବନ୍ଧୁତ୍ୱ ସମ୍ପର୍କ ରହି ଆସିଛି । ଆମର ସମାଜର ନିବିଡ଼ ସମ୍ବନ୍ଧର ମୂଳଦୁଆ ମଧ୍ୟ ହିନ୍ଦୁ ଓ ବୌଦ୍ଧ ଧର୍ମର ଚିନ୍ତାଧାରାରେ ରହିଛି । ଆମେ ଉଭୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଓ ଆମର ସଭ୍ୟତାର ମୂଲ୍ୟବୋଧକୁ ସଂରକ୍ଷିତ ରଖିବାର ଆବଶ୍ୟକତା ମଧ୍ୟରେ ସନ୍ତୁଳନ କାଏମ କରିଛୁ ।

 

ଉନ୍ମୁକ୍ତତା, ଗଣତନ୍ତ୍ର, ଆଇନର ଅନୁଶାସନକୁ ସମ୍ମାନ ଓ ସମାନ ମୂଲ୍ୟବୋଧ ହିଁ ଆମର ସମ୍ପର୍କକୁ ସୁଦୃଢ଼ କରିଛି ।  ଆର୍ଥିକ ଓ ରଣନୀତିକ ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ବୃଦ୍ଧି ପାଇବା ଏବେ ଆମର ସ୍ୱତନ୍ତ୍ର ରଣନୀତି ଓ ଆନ୍ତର୍ଜାତିକ ଭାଗିଦାରୀତାକୁ ରେଖାଙ୍କିତ କରିଛି ।

 

ଆହୁରି ମଧ୍ୟ ଅନେକ କିଛି ଅଛି ଯାହାକୁ ଆମେ ଘନିଷ୍ଠ ସହଯୋଗୀ ଭାବେ ମିଶି କରିପାରିବା, ନା କେବଳ ଆମ ସମାଜର ଫାଇଦା ପାଇଁ ବରଂ ଏହି  ଅଂଚଳ ଓ ସମଗ୍ର ବିଶ୍ୱ ନିମନ୍ତେ କରିହେବ । ଆମର ଭାଗିଦାରୀ ଆମ କ୍ଷେତ୍ର/ଅଚଂଳରେ ସୁଆଲୋଚନା ଓ ସୁପଡ଼ୋଶୀ ହେବାକୁ ପ୍ରୋତ୍ସାହିତ କରାଉଛି ।

 

ବର୍ତ୍ତମାନ ସମୟରେ ଆମେ ମିଳିତ ଭାବେ ସମ୍ମୁଖୀନ ହେଉଥିବା ଚାଲେଞ୍ଜ ଓ ସୁଯୋଗକୁ ଏକାଠି ମିଶି କରି ମୁକାବିଲା କରିବାରେ ଆମର ସାମର୍ଥ୍ୟ ରହିଛି । ଆଉ ଏକାଠି ଆନ୍ତର୍ଜାତିକ ସମୁଦାୟ ସହ ମିଶି ଆମେ ନିଶ୍ଚିତ ଭାବେ ବୃଦ୍ଧି ପାଉଥିବା କଠୋରପନ୍ଥୀ, ଉଗ୍ରବାଦ ଓ ଆତଙ୍କବାଦର ବିପଦକୁ ମୁକାବିଲା କରିପାରିବା ।

 

ବନ୍ଧୁଗଣ

ଜାପାନ ସର୍ବଦା ଭାରତର ଆର୍ଥିକ ସମୃଦ୍ଧି, ଭିତ୍ତିଭୂମି ବିକାଶ, ସାମର୍ଥ୍ୟ ଗଠନ ଓ ଜ୍ଞାନକୌଶଳ ଉନ୍ନତିକରଣର ଯାତ୍ରାରେ ମୂଲ୍ୟବାନ ସହଯୋଗୀ ରହି ଆସିଛି । ଆମ ସହଯୋଗର ପରିମାପକ ଓ ସମ୍ଭାବନା ବିବିଧ କ୍ଷେତ୍ରକୁ ସମ୍ପ୍ରସାରିତ ହୋଇଛି ।

 

ଆମର ଆର୍ଥିକ ସମ୍ବନ୍ଧ କ୍ରମାଗତ ଭାବେ ସମୃଦ୍ଧ ହେବାରେ ଲାଗିଛି । ବାଣିଜ୍ୟ ସମ୍ବନ୍ଧ କ୍ରମାଗତ ଭାବେ ବଢ଼ୁଛି ଆଉ ଜାପାନରୁ ନିବେଶ ମଧ୍ୟ ବଢ଼ିବାରେ ଲାଗିଛି । ଜାପାନୀ କମ୍ପାନୀଗୁଡ଼ିକ ଆମର ଧ୍ଵଜାଧାରୀ(Flagship) ବିକାଶ ପ୍ରୟାସରେ ସାମିଲ ହୋଇ ଅଧିକ ଲାଭାନ୍ୱିତ ହେଉଛନ୍ତି । ବଦଳରେ ଆମେ ମଧ୍ୟ ଜ୍ଞାନକୌଶଳ ଓ ଉଦ୍ଭାବନରେ ଅତୁଳନୀୟ ନେତୃତ୍ୱର ମାନ୍ୟତା ପାଇଥିବା ଜାପାନଠାରୁ ଅନେକ କିଛି ପାଉଛୁ ।

 

ଆମର ସମ୍ବନ୍ଧର ଏକ ସ୍ୱାଗତପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଭାରତର ବିଭିନ୍ନ ରାଜ୍ୟ ଓ ଜାପାନର ଅନେକ ପ୍ରାନ୍ତ ମଧ୍ୟରେ ସମ୍ପର୍କ ଓ ସହଯୋଗିତା ବଢ଼ିବାରେ ଲାଗିଛି ।  ଏହା ହିଁ ଆମେ ଜାପାନକୁ ବିଶ୍ୱରେ ସର୍ବାଧିକ ପ୍ରାଥମିକତା ଦେଇଥିବାକୁ ଦର୍ଶାଉଛି । ଆମର ଲୋକମାନେ ପରସ୍ପର ପ୍ରତି ସଦ୍ଭାବନା ଓ ସହମତିଭିତ୍ତିକ କୃତଜ୍ଞତା ଜଣାଇବା ହିଁ ଆମର ସମ୍ପର୍କକୁ ସମୃଦ୍ଧ କରାଇଛି । ଆଉ ଏହା ଅଧିକ ସମର୍ଥ ହୋଇଛି ମହାମହିମ ଆବେଙ୍କ ଦୃଢ଼ ନେତୃତ୍ୱ ଦ୍ୱାରା ।

 

ଗତ ଦୁଇବର୍ଷ ମଧ୍ୟରେ ଆଜି ମୋର ତାଙ୍କ ସହ ଅଷ୍ଟମ ଥର ବୈଠକ । ଆମେ ଆମର ଶିଖର ବୈଠକର ଅନେକ ସଫଳତାର ଖୁସି ପାଳନ କରୁଛୁ । ମୋ ପାଇଁ ଓ ମୋର ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ ଓ ଉକୃଷ୍ଟ ବନ୍ଦୋବସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ଆବେ ଓ ଜାପାନ ସରକାରଙ୍କ ପ୍ରତି ମୁଁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ।

 

ଏଥିରେ ସନ୍ଦେହ ନାହିଁ ଯେ ଆମର ଲକ୍ଷ୍ୟ ପରସ୍ପର ସହ ଜଡ଼ିତ । ଭାରତ-ପ୍ରଶାନ୍ତ ମହାସାଗର ଜଳ ଜାପାନର ତଟକୁ ଛୁଉଁଥିବା ବେଳେ ଭାରତର ଉପକୂଳରେ ଲହଡ଼ି ଭାଙ୍ଗୁଛି । ତେଣୁ ଆସନ୍ତୁ ଏକାଠି ମିଶି ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ କାର୍ଯ୍ୟ କରିବା ।

 

ଦେବୀ ଓ ସଜ୍ଜନ

ମୁଁ ଏବେ ଶୁଭକାମନା ଜଣାଉଛି :

ଜାପାନର ସମ୍ରାଟ ଓ ସାମ୍ରାଜ୍ଞୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ କୁଶଳତା ପାଇଁ, ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଅଧିକ ସଫଳତା ପାଇଁ, ଜାପାନର ବନ୍ଧୁବତ୍ସଳ ଲୋକଙ୍କ ପାଇଁ ଓ ଆଜି ରାତିରେ ଏଠି ଉପସ୍ଥିତ ପ୍ରତ୍ୟେକଙ୍କୁ ।

ଭାରତ ଓ ଜାପାନ ମଧ୍ୟରେ ଅତୁଟ ବନ୍ଧୁତ୍ୱ ପାଇଁ ।

 

ବହୁତ ବହୁତ ଧନ୍ୟବାଦ