କ୍ର.ନଂ |
ରାଜିନାମା/ବୁଝାମଣାର ନାମ |
ବିସ୍ତୃତ ବର୍ଣ୍ଣନା |
1. |
ମିଳିତ ଆରବ ଅମିରତନ୍ତ୍ର ଓ ଭାରତ ମଧ୍ୟରେ ବିସ୍ତୃତ ରଣନୀତିକ ଭାଗିଦାରୀ ପାଇଁ ବୁଝାମଣା । |
ଏହା ଏକ ସାଧାରଣ ଫ୍ରେମୱାର୍କର ବୁଝାମଣା ଯାହାକି ବିସ୍ତୃତ ରଣନୀତିକ ଭାଗିଦାରୀ ଅନ୍ତର୍ଗତ ଦ୍ୱିପାକ୍ଷିକ ସହଯୋଗ ପାଇଁ ଚିହ୍ନିତ କ୍ଷେତ୍ର ଉପରେ ଗୁରୁତ୍ୱ ଦେବ । ପୂର୍ବରୁ 2015 ଅଗଷ୍ଟ ଓ 2016 ଫେବୃୟାରୀରେ ଉଚ୍ଚସ୍ତରୀୟ ମିଳିତ ବିବୃତିରେ ଏଥିପାଇଁ ସହମତି ହୋଇଥିଲା । |
2. |
ରକ୍ଷା ଉଦ୍ୟୋଗ କ୍ଷେତ୍ରରେ ମିଳିତ ଆରବ ଅମିରତନ୍ତ୍ର ସରକାରଙ୍କ ରକ୍ଷା ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା । |
ଦୁଇ ଦେଶର ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରର ସଂସ୍ଥା ମଧ୍ୟରେ ଚିହ୍ନଟ ହୋଇଥିବା ରକ୍ଷା ନିର୍ମାଣ ଓ ଜ୍ଞାନକୌଶଳ ସହ ଅଧ୍ୟୟନ, ଗବେଷଣା, ବିକାଶ ଓ ଉଦ୍ଭାବନ କ୍ଷେତ୍ରରେ ସହଯୋଗ ସ୍ଥାପନ ହେଉଛି ଏହି ବୁଝାମଣା ର ଲକ୍ଷ୍ୟ । ଯୁଦ୍ଧାସ୍ତ୍ର, ରକ୍ଷା ଉଦ୍ୟୋଗ ଓ ଟେକ୍ନୋଲଜି ହସ୍ତାନ୍ତର କ୍ଷେତ୍ରରେ ଉଭୟ ପକ୍ଷ ସହଯୋଗ କରିବେ । |
3. |
ସାମୁଦ୍ରିକ ପରିବହନରେ ସଂସ୍ଥାଗତ ସହଯୋଗ କ୍ଷେତ୍ରରେ ମିଳିତ ଆରବ ଅମିରତନ୍ତ୍ର ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ସାମୁଦ୍ରିକ ପରିବହନ ସୁବିଧା, ଚୁକ୍ତିଭିତ୍ତିକ ପକ୍ଷ ମଧ୍ୟରେ ମାଗଣା ଅର୍ଥ ହସ୍ତାନ୍ତର ଓ ଜାହାଜ ଦସ୍ତାବିଜକୁ ପରସ୍ପର ମାନ୍ୟତା ଦେବା ମାଧ୍ୟମରେ ଦ୍ୱିପାକ୍ଷିକ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି ନିମନ୍ତେ ଏହି ବୁଝାମଣା ଦ୍ୱାରା ରୂପରେଖ ଉପଲବ୍ଧ ହେବ । |
4. |
ଷ୍ଟାଣ୍ଡାର୍ଡ ପ୍ରଶିକ୍ଷଣ, ପ୍ରମାଣୀକୃତ ଓ ତଦାରଖ ରାଜିନାମା (STCW78) ଏବଂ ଏହାର ସଂଶୋଧନର ପ୍ରାବଧାନ ଆଧାରରେ ପାରସ୍ପରିକ ମାନ୍ୟତା ପାଇଁ ଯୋଗ୍ୟତା ପ୍ରମାଣପତ୍ର ନିମନ୍ତେ ଭାରତର ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଏବଂ ମିଳିତ ଆରବ ଅମିରତନ୍ତ୍ର ର ଭୂପୃଷ୍ଠ ଓ ସାମୁଦ୍ରିକ ସେବାର ସଂଘୀୟ ପରିବହନ ପ୍ରାଧିକରଣ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ସାମୁଦ୍ରିକ ଆର୍ଥିକ ଗତିବିଧିକୁ ଅଧିକ ନିବିଡ଼ କରିବା ପାଇଁ ରୂପରେଖ ସ୍ଥାପନ ନିମନ୍ତେ ନୌବହନ ଅଫିସର୍, ଇଞ୍ଜିନିୟର ଓ କର୍ମଚାରୀଙ୍କ ଯୋଗ୍ୟତା ପ୍ରମାଣପତ୍ରକୁ ପରସ୍ପର ସହମତି ଦେବା ଏହି ବୁଝାମଣା ର ଉଦ୍ଦେଶ୍ୟ । |
5. |
ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ମିଳିତ ଆରବ ଅମିରତନ୍ତ୍ର ର ଭୂପୃଷ୍ଠ ଓ ସାମୁଦ୍ରିକ ସେବାର ସଂଘୀୟ ପରିବହନ ପ୍ରାଧିକରଣ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ଜ୍ଞାନକୌଶଳ ଆଦାନ ପ୍ରଦାନ, ବ୍ୟବସ୍ଥା ଓ ଭଡ଼ା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଥା, ଗୋଦାମଘର ଓ ମୂଲ୍ୟଯୁକ୍ତ ସେବା ମାଧ୍ୟମରେ ରାଜପଥ ଓ ସଡ଼କ ପରିବହନ କ୍ଷେତ୍ରରେ ସହଯୋଗ ସ୍ଥାପନ କରିବା ଏହି ବୁଝାମଣା ସ୍ୱାକ୍ଷରର ଉଦ୍ଦେଶ୍ୟ । |
6. |
ମାନବ ଚୋରାଚାଲାଣର ମୁକାବିଲା ଓ ଏହାର ପ୍ରତିରୋଧ ପାଇଁ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ ଭାରତ ସରକାର ଓ ମିଳିତ ଆରବ ଅମିରତନ୍ତ୍ର ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ମାନବ ଚୋରାଚାଲାଣ ପ୍ରତିରୋଧ, ଉଦ୍ଧାର, ଆଦାୟ ଓ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ବିଶେଷକରି ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ତ୍ୱରାନ୍ୱିତ କରିବା ହେଉଛି ଏହି ବୁଝାମଣା ର ଉଦ୍ଦେଶ୍ୟ ।. |
7. |
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) ଓ ନବସୃଜନ କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ଆରବ ଅମିରତନ୍ତ୍ର ଆର୍ଥିକ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ଏହି ବୁଝାମଣା ର ଉଦ୍ଦେଶ୍ୟ ହେଉଛି ଏମ୍ଏସ୍ଏମ୍ଇ କ୍ଷେତ୍ର ସମେତ ଯୌଥ ପ୍ରକଳ୍ପ, ଗବେଷଣା ଓ ଉନ୍ନୟନ ତଥା ଅନ୍ୟ ଗତିବିଧି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ । |
8. |
କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଭାରତର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ମିଳିତ ଆରବ ଅମିରତନ୍ତ୍ର ର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା । |
କୃଷି କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥ ରକ୍ଷା ପାଇଁ ସହଯୋଗର ବିଭିନ୍ନ ରୂପରେଖ ପ୍ରସ୍ତୁତ କରିବା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗରେ ସହଯୋଗ ବୃଦ୍ଧି ଓ ଚାଷ ଶୈଳୀରେ ଜ୍ଞାନକୌଶଳର ହସ୍ତାନ୍ତର କରିବା ଏହି ବୁଝାମଣା ର ଉଦ୍ଦେଶ୍ୟ । |
9. |
କୂଟନୀତିଜ୍ଞ, ସ୍ପେଶାଲ ଓ ଅଫିସିଆଲ୍ ପାସପୋର୍ଟଧାରୀଙ୍କ ପାଇଁ ପ୍ରବେଶ ଭିସା ଆବଶ୍ୟକତାକୁ ପାରସ୍ପରିକ ସହମତିରେ ବାଦ୍ ଦେବା ନିମନ୍ତେ ଭାରତ ସରକାର ଓ ମିଳିତ ଆରବ ଅମିରତନ୍ତ୍ର ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ଏହି ବୁଝାମଣା ଦ୍ୱାରା କୂଟନୀତିଜ୍ଞ, ସ୍ପେଶାଲ ଓ ଅଫିସିଆଲ୍ ପାସପୋର୍ଟଧାରୀଙ୍କୁ ଦୁଇ ଦେଶ ମଧ୍ୟରେ ଯାତାୟତ ପାଇଁ ମାଗଣା ଭିସାର ଅନୁମତି ମିଳିବ । |
10. |
ଭାରତର ପ୍ରସାର ଭାରତୀ ଓ ମିଳିତ ଆରବ ଅମିରତନ୍ତ୍ର ର ଏମିରାତ୍ ନ୍ୟୁଜ ଏଜେନ୍ସୀ(WAM) ମଧ୍ୟରେ କାର୍ଯ୍ୟକ୍ରମର ଆଦାନପ୍ରଦାନ ପାଇଁ ସହଯୋଗ ନିମନ୍ତେ ବୁଝାମଣା । |
ଏହି ବୁଝାମଣା ଦ୍ୱାରା ପ୍ରସାରଣ କ୍ଷେତ୍ରରେ ସହଯୋଗ, ପରସ୍ପରର କାର୍ଯ୍ୟକ୍ରମ, ଖବର ଓ ସର୍ବୋତ୍ତମ କାର୍ଯ୍ୟ ପଦ୍ଧତିର ଆଦାନ ପ୍ରଦାନ ଦ୍ୱାରା ପ୍ରସାର ଭାରତୀ ଓ ଏମିରାତ୍ ନ୍ୟୁଜ ଏଜେନ୍ସୀ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଏହି ବୁଝାମଣା ର ଉଦ୍ଦେଶ୍ୟ । |
11. |
ପାରସ୍ପରିକ ସ୍ୱାର୍ଥଜଡ଼ିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ନିମନ୍ତେ ବାଣିଜ୍ୟ ପ୍ରତିଷେଧକ ପଦକ୍ଷେପ ପାଇଁ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ମିଳିତ ଆରବ ଅମିରତନ୍ତ୍ର ଆର୍ଥିକ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ଏହି ବୁଝାମଣା ର ଲକ୍ଷ୍ୟ ହେଉଛି ବାଣିଜ୍ୟ ପ୍ରତିଷେଧକ ପଦକ୍ଷେପ ସଂକ୍ରାନ୍ତ ସୂଚନା ଆଦାନ ପ୍ରଦାନ, ସାମର୍ଥ୍ୟ ଗଠନ, କର୍ମଶାଳା ଓ ପାରସ୍ପରିକ ଚିହ୍ନିତ କ୍ଷେତ୍ରରେ ପ୍ରଶିକ୍ଷଣ ନିମନ୍ତେ ଏଣ୍ଟି-ଡମ୍ପିଂ ଓ ଆନୁସଙ୍ଗିକ ଡ୍ୟୁଟି କ୍ଷେତ୍ରରେ ସହଯୋଗ ବୃଦ୍ଧି । |
12. |
ତୈଳ ଭଣ୍ଡାର ଓ ପରିଚାଳନା ନିମନ୍ତେ ଭାରତୀୟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ୍ ଲିମିଟେଡ୍ ଏବଂ ଆବୁଧାବୀ ଜାତୀୟ ତୈଳ କମ୍ପାନୀ ମଧ୍ୟରେ ବୁଝାମଣା । |
ଏହି ବୁଝାମଣା ଦ୍ୱାରା ଭାରତରେ ଆବୁଧାବୀ ଜାତୀୟ ତୈଳ କମ୍ପାନୀ ଦ୍ୱାରା ଅଶୋଧିତ ତୈଳକୁ ଗଚ୍ଛିତ କରିବାର ରୂପରେଖ ସ୍ଥାପନ ହେବା ସହ ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବ । |
13. |
ନେସନାଲ ପ୍ରଡାକ୍ଟିଭିଟି କାଉନ୍ସିଲ୍ ଏବଂ ଅଲ୍ ଇତିହାଦ ଏନର୍ଜି ସର୍ଭିସ କୋ, ଲିଲିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ଏହି ବୁଝାମଣା ଦ୍ୱାରା ଶକ୍ତି ସଂଚୟ ସେବା କ୍ଷେତ୍ରରେ ସହଯୋଗ ମିଳିବ । |
14. |
ଭାରତର ନେସନାଲ ସିକ୍ୟୁରିଟି କାଉନସିଲ ସଚିବାଳୟ ଓ ମିଳିତ ଆରବ ଅମିରତନ୍ତ୍ର ର ନେସନାଲ ଇଲେକ୍ଟ୍ରୋନିକ ସିକ୍ୟୁରିଟି ଅଥରିଟି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ଏହି ବୁଝାମଣା ଦ୍ୱାରା ଜ୍ଞାନକୌଶଳ ବିକାଶ ଓ ସାଇବର ସ୍ପେସରେ ସହଯୋଗ ମିଳିବ । |