PM approves grant of Rs. 3 Lakh from PMNRF for the treatment of Doris Francis

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି (୦୧.୧୨.୨୦୧୬) ଶ୍ରୀମତୀ ଦୋରିସ ଫ୍ରାନସିସଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଛନ୍ତି । ସମାଜସେବୀ ଶ୍ରୀମତୀ ଦୋରିସ ଫ୍ରାନସିସ କେନସର ରୋଗରେ ପୀଡ଼ିତ ଥିବା ଖବର ଅବଗତ ହେବାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଦୋରିସ ଫ୍ରାନସିସ ଏବେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ରୋଗୀର ଉତ୍ତମ ଚିକିତ୍ସା ସହିତ ବିଶେଷ ଯତ୍ନ ନେବା ପାଇଁ ହସ୍ପିଟାଲ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ହସ୍ପିଟାଲ ଏବଂ ଶ୍ରୀମତୀ ଦୋରିସ ଫ୍ରାନସିସଙ୍କ ପରିବାରବର୍ଗଙ୍କୁ ମଞ୍ଜୁର ହୋଇଥିବା ଅନୁଦାନ ବିଷୟରେ ଜଣାଇ ଦିଆଯାଇଛି । ଘାଜିଆବାଦ ନିବାସୀ ଶ୍ରୀମତୀ ଦୋରିସ ଫ୍ରାନସିସ ଜାତୀୟ ରାଜପଥର ଏକ ବ୍ୟସ୍ତ ବହୁଳ ଛକରେ ସ୍ଵେଚ୍ଛାକୃତ ଟ୍ରାଫିକ ସେବା ଯୋଗାଇଦେବା ଲାଗି ପ୍ରସିଦ୍ଧି ହାସଲ କରିଛନ୍ତି ।