Netaji Bose's valour played a major role in freeing India from colonialism: PM
Netaji Bose was a great intellectual who always thought about the interests & wellbeing of the marginalised sections of society: PM
Honoured that our Government got the opportunity to declassify files relating to Netaji Bose: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୋର ପ୍ରଣାମ । ତାଙ୍କ ବୀରତ୍ଵ ଭାରତକୁ ଉପନିବେଶବାଦରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ନେତାଜୀ ବୋଷ ଜଣେ ମହାନ ଚିନ୍ତାନାୟକ ଓ ବିଦ୍ଵାନ ଥିଲେ ଯିଏକି ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ସ୍ଵାର୍ଥ ଓ କଲ୍ୟାଣ ପାଇଁ ସର୍ବଦା ଚିନ୍ତା କରୁଥିଲେ ।

ନେତାଜୀ ବୋଷଙ୍କ ସମ୍ପର୍କିତ ଗୁପ୍ତ ଦସ୍ତାବିଜଗୁଡିକୁ ବିବର୍ଗୀକୃତ କରିବାର ସୌଭାଗ୍ୟ ମିଳିଛି ଆମ ସରକାରଙ୍କୁ ଯାହା ସମ୍ପର୍କରେ ଜାଣିବା ପାଇଁ ବହୁ ଦିନରୁ ସର୍ବସାଧାରଣରେ ଦାବି ହୋଇ ଆସୁଥିଲା ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଯାବତୀୟ ତଥ୍ୟ ସମ୍ବଳିତ ଏହି ଦସ୍ତାବିଜଗୁଡିକ https://www.netajipapers.gov.in ୱେବସାଇଟରେ ଜନସାଧାରଣ ପାଇପାରିବେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।