ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ତ୍ରୀ ଶକ୍ତି ପୁରସ୍କାର ଓ ନାରୀ ଶକ୍ତି ପୁରସ୍କାର-2016 ଲାଭ କରିଥିବା ମହିଳାମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଭାବ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ପୁରସ୍କାର ଲାଭ କରିଥିବା ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ଯୁଗାନ୍ତକାରୀ ସଫଳତା ପାଇଁ ଏହି ମହିଳାମାନଙ୍କୁ ଧନ୍ୟବାଦ ଅର୍ପଣ କରି ଶ୍ରୀ ମୋଦୀ କହିଲେ ଯେ, ସେମାନେ ବ୍ୟକ୍ତିଗତ କ୍ଷମତାରେ ନିଜ ନିଜ କ୍ଷେତ୍ରରେ ସମାଜର ଆଲୋକବର୍ତିକା ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଆଗାମୀ ତିନି ଦଶନ୍ଧିରେ ଭାରତ ବର୍ଷକୁ 8 ପ୍ରତିଶତ ହାରରେ ପ୍ରଗତି ହାସଲ କରେ ତା’ହେଲେ ଏହା ବିଶ୍ୱର ସବୁଠାରୁ ଅଗ୍ରଣୀ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ ।
ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ମହିଳାମାନଙ୍କର ଏକ ବିଶେଷ ଭୂମିକା ରହିଛି ଏବଂ ସେଥିପାଇଁ ସେମାନେ ନିଜ ନିଜ କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବାକୁ ଉଦ୍ୟମ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରସବକାଳୀନ ଛୁଟି ବିଲ ଯାହାକି ଆଜି ଲୋକସଭାରେ ଆଗତ ହୋଇଛି, ତାହା ମହିଳାମାନଙ୍କୁ 12 ରୁ 26 ସପ୍ତାହ ପର୍ଯ୍ୟନ୍ତ ସବେତନ ଛୁଟି ପ୍ରଦାନର ସୁଯୋଗ ପ୍ରଦାନ କରିବ । ଏହି ଅବସରରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନେକା ସଂଜୟ ଗାନ୍ଧୀ ଉପସ୍ଥିତଥିଲେ ।
ଏହି ଅବସରରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନେକା ସଂଜୟ ଗାନ୍ଧୀ ଉପସ୍ଥିତଥିଲେ ।