PM Modi today attends the golden jubilee celebrations of Haryana state
PM Modi launches various developmental schemes in Gurugra, Haryana
People of Haryana have given their lives for the nation by serving in the armed forces: PM
The daughters of Haryana have made India very proud on multiple occasions: PM
Let us think about making Haryana ODF in this golden jubilee year: PM
 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁଗ୍ରାମଠାରେ ହରିୟାଣା ସ୍ଵର୍ଣ୍ଣ ଜୟନ୍ତୀ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ସେହିଦିନ ଯେଉଁଦିନ ହରିୟାଣା ଗଠନ ହୋଇଥିଲା ଏବଂ କେଉଁ ଉଦ୍ଦେଶ୍ୟ ନେଇ ଗଠନ ହୋଇଥିଲା ତା’ଉପରେ ଦୃଷ୍ଟିପାତ କରିବାର ଦିନ ।

ହରିୟାଣା ତୁଳନାତ୍ମକ ରୂପେ ଏକ ଛୋଟ ରାଜ୍ୟ କିନ୍ତୁ ଅନେକ କ୍ଷେତ୍ରରେ ଏହାର ଅବଦାନ ଉଲ୍ଲେଖନୀୟ । ପ୍ରଧାନମନ୍ତ୍ରୀ କହିଥିଲେ ଲୋକଙ୍କ ବିଶ୍ଵାସ ରହିଛି ଯେ ହରିୟାଣା କେବଳ କୃଷକମାନେ ଅଛନ୍ତି କିନ୍ତୁ ରାଜ୍ୟର ବ୍ୟାପାରୀମାନେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିଛନ୍ତି।

ସେନାବାହିନୀରେ ସାମିଲ ହୋଇ ହରିୟାଣାର ଯୁବକମାନେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏଭଳି ଏକ ମହାନ ରାଜ୍ୟରେ କନ୍ୟାଭ୍ରୂଣ ହତ୍ୟା କଦାପି ସମ୍ଭବ ନୁହେଁ ବୋଲି ଗୁରୁତ୍ଵ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ରାଜ୍ୟରେ ଏହି ସାମାଜିକ ସମସ୍ୟାର ମୂଳୋତ୍ପାଟନ ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ଏହା ଯେପରି ଆଗକୁ ନ ଘଟେ ସେ ଦିଗରେ ଉଦ୍ୟମ ହେଉଛି । ହରିୟାଣାର ନାଗରିକମାନେ କନ୍ୟା ସନ୍ତାନର ସୁରକ୍ଷା ଦିଗରେ ପଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଥିଲେ ।

ହରିୟାଣା ଚଳିତ ବର୍ଷ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ଦୃଷ୍ଟିରୁ ରାଜ୍ୟକୁ ଖୋଲା ମଳ ମୁକ୍ତ ଅଞ୍ଚଳରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ହରିୟାଣା ପ୍ରତ୍ୟେକ ଗାଁରୁ ପରିବର୍ତ୍ତନର ଧ୍ୱନି ଆରମ୍ଭ ହେଉ । ଏହା ଯେତେବେଳେ ଘଟିବ ରାଜ୍ୟର ବିକାଶକୁ ବଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

 

Click here to read full text speech