ଭାରତ ଏକ ଉଚ୍ଚ ଅଭିଳାଷ ସମ୍ପନ୍ନ ଲକ୍ଷ୍ୟ ସ୍ଥିର କରିଛି । ଏହି ଲକ୍ଷ୍ୟ ହେଲା ସ୍ୱାଧୀନତାର 7 ଦଶନ୍ଧି ପରେ ମଧ୍ୟ ଅନ୍ଧକାର ମଧ୍ୟରେ ଥିବା 18,000 ଗ୍ରାମକୁ ବିଦ୍ୟୁତ ଯୋଗାଣ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ଅବସରରେ ଦେଇଥିବା ତାଙ୍କ ବକ୍ତବ୍ୟରେ ଘୋଷଣା କରିଥିଲେ ଯେ 1000 ଦିନ ମଧ୍ୟରେ ବିଦ୍ୟୁତ ନଥିବା ଗ୍ରାମଗୁଡ଼ିକୁ ବିଜୁଳୀ ଯୋଗାଣ କରାଯିବ ।
From the ramparts of the Red Fort last year, I had called for the electrification of all remaining villages in 1000 days (18,452 villages).
— Narendra Modi (@narendramodi) February 11, 2016
Happy to share that Team India has done exceedingly well. Within about 6 months only (around 200 days), we have crossed the 5000 mark.
— Narendra Modi (@narendramodi) February 11, 2016
Already 5279 villages have been electrified. Excellent work has been done by the Power Ministry in Bihar, UP, Odisha, Assam & Jharkhand.
— Narendra Modi (@narendramodi) February 11, 2016
Power Ministry shares real time updates on rural electrification. Their dashboard is worth a look. https://t.co/5BoqVm7hJA @PiyushGoyal
— Narendra Modi (@narendramodi) February 11, 2016
ଗ୍ରାମାଂଚଳରେ ବିଦ୍ୟୁତକରଣ ବ୍ୟବସ୍ଥା ଦୃତଗତିରେ ଆଗେଇ ଚାଲିଛି ଏବଂ ଏକ ଅବିଶ୍ୱସନୀୟ ଭାବେ ସ୍ୱଚ୍ଛ ପଦ୍ଧତିରେ ଏହା କରାଯାଉଛି । ଏକ ମୋବାଇଲ ଆପ ଏବଂ ୱେବ ଡେସବୋର୍ଡ ମାଧ୍ୟମରେ ବିଦ୍ୟୁତକରଣ ହୋଇଥିବା ଗ୍ରାମମାନଙ୍କ ସମ୍ବନ୍ଧରେ ସୂଚନା ଉପଲବ୍ଧ । ଖାଲି ଗ୍ରାମମାନଙ୍କରେ ବିଦ୍ୟୁତ ପହଂଚିଗଲେ ଚଳିବନି ବରଂ ଏହାଦ୍ୱାରା ଗ୍ରାମବାସୀଙ୍କର ସ୍ୱପ୍ନ ଓ ଅଭିଳାଷ ପୁରଣ ହେବା ସହିତ ସେମାନଙ୍କର ଜୀବନଧାରଣର ମାନରେ ଉନ୍ନତି ହେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ଏହା ଭୁଲିଯିବା କଷ୍ଟକର ଯେ ଜୁଲାଇ 2012ରେ ଭାରତ ଇତିହାସର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଏକ ସବୁଠୁ ବଡ ତୃଟି ହୋଇଥିଲା । ଏହାଫଳରେ 62 କୋଟି ଲୋକଙ୍କୁ ଅନ୍ଧାର ମଧ୍ୟରେ ରହିବାକୁ ପଡିଥିଲା । ଏହିପରି ଅନ୍ଧାର ଦେଶକୁ ଗ୍ରାସ କରି ଚାଲିଛି ଯଦିଓ କୋଇଲା ଓ ଗ୍ୟାସ ଭଳି ଜାଳେଣୀ ଅଭାବରୁ 24,000 ମେଗାୱାଟରୁ ଅଧିକ ବିଦ୍ୟୁତ ଉତ୍ପାଦନର ସାମର୍ଥ୍ୟ ନଷ୍ଟ ହୋଇଯାଉଛି । ସମଗ୍ର କ୍ଷେତ୍ରଟିରେ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ନହୋଇପାରିବାରୁ ଏକପ୍ରକାର ନିସ୍କ୍ରିୟତା ଆସିଯାଇଛି । ଗୋଟିଏ ପଟେ ଅଧିକ ଉତ୍ପାଦନ କରିବାର କ୍ଷମତା ରହିଥିଲେ ମଧ୍ୟ ନିବେଶ କରାଯାଇଥିବା ପୁଞ୍ଜିର ଉପଯୁକ୍ତ ଉପଯୋଗ ହୋଇପାରୁନାହିଁ ଏବଂ ଏହାଫଳରେ ଉପଭୋକ୍ତାମାନଙ୍କୁ ଅତ୍ୟଧିକ ପାୱାର କଟ ର ଦୁଃଖ ସହିବାକୁ ପଡୁଛି ।
ଗତବର୍ଷ ଯେତବେଳେ ଏନଡିଏ ସରକାର କ୍ଷମତାକୁ ଆସିଲା, ସେତବେଳେ କୋଇଲା ଦ୍ୱାରା ଚାଲୁଥିବା ଦୁଇ ତୃତୀୟାଂଶ ପାୱାରପ୍ଲାଂଟରୁ(କେନ୍ଦ୍ରୀୟ ବିଦ୍ୟୁତ ଅଧିକାରୀଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା 100 ରୁ 66 ଟି କୋଇଲା ପ୍ଲାଂଟ) ଷ୍ଟକ ସରିବା ଉପରକୁ ଆସିଯାଇଥିଲା । ଏହି ପ୍ଲାଂଟଗୁଡ଼ିକରେ ମାତ୍ର 7 ଦିନର କୋଇଲା ଷ୍ଟକ ଥିଲା । ସେଦିନର ଭୀଷଣ ପରିସ୍ଥିତି ସୁଧୁରିଯାଇଛି ଏବଂ ଆଜି ଦେଶରେ ଗୋଟିଏ ହେଲେ ପ୍ଲାଂଟ ମଧ୍ୟ କୋଇଲା ଷ୍ଟକ ସରିଯିବା ଭଳି ପରିସ୍ଥିତିରେ ନାହାନ୍ତି ।
ସମସ୍ତଙ୍କୁ ବିଦ୍ୟୁତ ଶକ୍ତି ଯୋଗେଇ ଦେବା ପାଇଁ କଠିନ ପରିଶ୍ରମ କରିବା ସହ ସ୍ୱଚ୍ଛ ଶକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଅକ୍ଷୟ ଶକ୍ତି ଉତ୍ସରୁ 175 ଗିଗାୱାଟ ଶକ୍ତି ଉତ୍ପାଦନ ପାଇଁ ସରକାର ଉଚ୍ଚ ଅଭିଳାଷ ପୋଷଣ କରିଛନ୍ତି । ଏଥିମଧ୍ୟରେ ରହିଛି 100 ଗିଗାୱାଟ ସୌରଶକ୍ତି ।
ଏହି କ୍ଷେତ୍ରରେ ନୂତନ ସରକାର ସାମଗ୍ରୀକ ଓ ଦୀର୍ଘସ୍ଥାୟୀ ପ୍ରଗତି ଆଣିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସମସ୍ତଙ୍କୁ 24x7 ଘଣ୍ଟା ବିଦ୍ୟୁତ ଯୋଗାଣ କରାଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ବିଦ୍ୟୁତ ଚାହିଦାର ପରିମାଣ ଯେଉଁ ଅନୁସାରେ ବୃଦ୍ଧି ପାଉଛି, ତାହା ଶକ୍ତି କ୍ଷେତ୍ରର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଅନୁଯାୟୀ ଅକ୍ଟୋବର ସୁଦ୍ଧା ବିଦ୍ୟୁତ ବ୍ୟବହାରରେ ଶତକଡା 9 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ କୋଲ ଇଣ୍ଡିଆ ଲିମିଟେଡର ଉତ୍ପାଦନ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଶତକଡା 9 ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବ 4 ବର୍ଷରେ ମିଳିତ ଭାବେ କୋଲ ଇଣ୍ଡିଆ ଯେତିକି ପରିମାଣର ବିଦ୍ୟୁତ ଉତ୍ପାଦନ କରିଥିଲା, 2014-15 ରେ ତା’ଠାରୁ 4 ଗୁଣ ଅଧିକ ଉତ୍ପାଦନ କରିଛି । ଏହାଫଳରେ ଗତବର୍ଷ ତୁଳନାରେ ଚଳିତବର୍ଷ ଆମଦାନୀ ଶତକଡା 49 ପ୍ରତିଶତ ହ୍ରାସପାଇଲା । 2014-15ରେ କୋଇଲା ଚାଳିତ ଷ୍ଟେସନରୁ ଉତ୍ପାଦନ ହାରରେ ଶତକଡା 12.12 ପ୍ରତିଶତ ବୃଦ୍ଧି ଘଟିଲା । ଏହା ଏପର୍ଯ୍ୟନ୍ତର ସର୍ବାଧିକ ବୃଦ୍ଧି । ସୁପ୍ରିମକୋର୍ଟଙ୍କ ଦ୍ୱାରା 214 ଟି କୋଲ ବ୍ଲକ ବାତିଲ କରାଯିବା ଦ୍ୱାରା ଯେଉଁ ସମସ୍ୟା ଦେଖାଦେଇଥିଲା, ତାହା ସ୍ୱଚ୍ଛ ଇ-ଅକ୍ସନ ଫଳରେ ଏକ ସୁଯୋଗରେ ପରିଣତ ହେଲା । ସ୍ୱଳ୍ପ ଉନ୍ନତ ରାଜ୍ୟ ବିଶେଷ କରି ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ଏହାର ଲାଭ ମିଳିଲା ।
ଗତବର୍ଷ ସର୍ବାଧିକ 22,566 ମେଗାୱାଟ ଅଧିକ ବିଦ୍ୟୁତ ଉତ୍ପାଦନ କରାଯାଇଛି । 2008-09ରେ ବିଦ୍ୟୁତ ନିଅଂଟ ଶତକଡା 11.9 ପ୍ରତିଶତ ଥିଲାବେଳେ ବର୍ତ୍ତମାନ ଏହା ହ୍ରାସପାଇ ଶତକଡା 3.2 ପ୍ରତିଶତରେ ପହଂଚିଛି । ଚଳିତ ବର୍ଷ ମଧ୍ୟ ବିଦ୍ୟୁତ ନିଅଂଟ ହ୍ରାସ ପାଇଛି । 2008-09ରେ ଏହାର ପରିଣାମ ଶତକଡା 11.1 ପ୍ରତିଶତ ଥିଲାବେଳେ ଚଳିତବର୍ଷ ଏହା ଶତକଡା 2.3 ପ୍ରତିଶତରେ ପହଂଚିଛି । ଏହା ଭାରତବର୍ଷ ଇତିହାସରେ ସର୍ବନିମ୍ନ ।
ପୂର୍ବରୁ ବିଦ୍ୟୁତ ପରିବହନ କ୍ଷେତ୍ରରେ ବଳକା ରାଜ୍ୟରୁ ନିଅଂଟିଆ ରାଜ୍ୟକୁ ଶକ୍ତିର ଯୋଗାଣ ନେଇ ଅନେକ ସମସ୍ୟା ରହିଥିଲା । ତେଣୁ ଦକ୍ଷିଣ ଗ୍ରୀଡକୁ ଏକାସାଙ୍ଗରେ ଚାଲୁ କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଇଛି । ଏହାଫଳରେ ‘ଗୋଟିଏ ଦେଶ, ଗୋଟିଏ ଗ୍ରୀଡ଼୍, ଗୋଟିଏ ଫ୍ରିକ୍ୱେନ୍ସି’ର ଲକ୍ଷ୍ୟ ପୁରଣ ହୋଇଛି । 2013-14ରେ ଉପଲବ୍ଧ ସ୍ଥାନାନ୍ତର କ୍ଷମତା (ଏଟିସି) ଥିଲା 3,450 ମେଗାୱାଟ । ମାତ୍ର ଏଥିରେ ଶତକଡା 71 ପ୍ରତିଶତ ବୃଦ୍ଧି ଘଟି ଚଳିତ ମାସରେ ଏହା 5,900 ମେଗାୱାଟରେ ପହଂଚିଛି ।
ଶକ୍ତିକ୍ଷେତ୍ରରେ ଥିବା ଦୁର୍ବଳତାକୁ ହଟେଇ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ସମସ୍ୟାକୁ ଦୂର କରିବା ପାଇଁ ଉଦୟ(ଉଜ୍ଜ୍ୱଳ ଡିସକମ୍ସ ଏସ୍ୟୁରାନ୍ସ) ଯୋଜନା ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଅନ୍ୟାନ୍ୟ ସଚିବ, ଡିସକମ୍ସର ପରିଚାଳନା ନିର୍ଦ୍ଦେଶକ, ବ୍ୟାଙ୍କର ତଥା ଅନ୍ୟାନ୍ୟ ନିୟାମକ ଅଧିକାରୀମାନଙ୍କ ସହ ବ୍ୟାପକ ପରାମର୍ଶ କରାଯାଇ ଉଦୟ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ଋଣ ବୋଝରେ ବୁଡିଥିବା ଡିସକମ୍ସ କଥା ବିଚାରକୁ ନିଆଯାଇ ଏହାର ସ୍ଥାୟୀ କାର୍ଯ୍ୟକାରିତାରେ କିପରି ଉନ୍ନତି ଆସିପାରିବ ସେ ନେଇ ଦିଗ ନିର୍ଦ୍ଦେଶିତ ହୋଇଛି । ବିଦ୍ୟୁତ ଦେୟ ହ୍ରାସ କରିବା ପାଇଁ ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାଫଳରେ 2018-19 ବେଳକୁ ସବୁ ଡିସକମ୍ସ ଲାଭଦାୟୀ ହୋଇପାରିବେ ବୋଲି ଆଶା କରାଯାଉଛି । ଉଦୟ ଯୋଜନା ଅନ୍ତର୍ଗତ ବଜେଟରେ ବ୍ୟବସ୍ଥା କରାଯାଇ ଡିସକମ୍ସ ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ଯୋଜନା କରାଯାଇଛି । ଏଥିସହିତ ଏକ ମିଳିତ ପଦକ୍ଷେପ ମାଧ୍ୟମରେ କ୍ଷମତା ବୃଦ୍ଧି ଓ ବିଦ୍ୟୁତ ମୂଲ୍ୟ ହ୍ରାସ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପୂର୍ବରୁ କରାଯାଇଥିବା ପ୍ରୟାସ ତୁଳନାରେ ଉଦୟ ଏହିପରି ଭାବେ ସ୍ୱତନ୍ତ୍ର ।
ଏଲଇଡି ବଲ୍ବ ମୂଲ୍ୟକୁ ଶତକଡା 70 ପ୍ରତିଶତ କମେଇ ଦିଆଯାଇଛି ଓ ବର୍ଷକରୁ କମ ସମୟ ମଧ୍ୟରେ 4 କୋଟି ବଲ୍ବ ବଣ୍ଟା ସରିଛି । ଏହାଫଳରେ ଶକ୍ତି କ୍ଷମତାକୁ ସକ୍ରିୟତାର ସହିତ ବୃଦ୍ଧି କରାଯାଇପାରିଛି । ପ୍ରତ୍ୟେକ ବଲ୍ବକୁ ବଦଳାଇ ଏଲଇଡି ବଲ୍ବ ଲଗାଯିବାର ଲକ୍ଷ୍ୟ ଠିକ ବାଟରେ ଚାଲିଛି । 2018 ସୁଦ୍ଧା 77 କୋଟି ଏଲଇଡି ବଣ୍ଟାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଘରୋଇ ଓ ଷ୍ଟ୍ରିଟଲାଇଟ ଏଲଇଡି ବଲ୍ବ କାର୍ଯ୍ୟକ୍ରମ ପିକ୍-ଲୋଡକୁ ପାଖାପାଖି 22 ମେଗାୱାଟ ହ୍ରାସ କରିବାରେ ସହାୟକ ହେବ । ଏହାଫଳରେ ବାର୍ଷିକ 11,400 କୋଟି ୟୁନିଟ ବିଦ୍ୟୁତ ଶକ୍ତି ବଂଚିବ ଓ ପ୍ରତିବର୍ଷ 8.5 କୋଟି ଟନ୍ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନରେ ହ୍ରାସ ଘଟିବ । 22 ଗିଗାୱାଟ ବିଦ୍ୟୁତ କ୍ଷମତା ସୃଷ୍ଟି କରିବା ପ୍ରଶଂସା ଯୋଗ୍ୟ । ମାତ୍ର ପରିବେଶ ସୁରକ୍ଷା ଆଳରେ ଏପରି ପୁଞ୍ଜିନିବେଶର ଉପେକ୍ଷାକୁ ପ୍ରଶଂସା କରିବା ପାଇଁ ଭିନ୍ନ ଦୃଷ୍ଟିକୋଣ ଆବଶ୍ୟକ ।