ଭାରତ ସରକାରଙ୍କର ଦୁଇଟି ପ୍ରମୁଖ ସଚିବସ୍ତରୀୟ ଗୋଷ୍ଠୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟ, ପରିମଳ, ନଗର ଉନ୍ନୟନ, ବାଣିଜ୍ୟ ଓ ଶିଳ୍ପ ଉଦ୍ୟୋଗ ସମ୍ପର୍କରେ ସୁଚିନ୍ତିତ ମତାମତ ଆଧାରିତ ଉପସ୍ଥାପନାମୂଳକ ରିପୋର୍ଟ ପ୍ରଦାନ କରିଛନ୍ତି ।
ଏହି ଉପସ୍ଥାପନା ବେଳେ କେନ୍ଦ୍ର ମନ୍ତ୍ରୀବୃନ୍ଦ ଏବଂ ନୀତି ଆୟୋଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ବର୍ତ୍ତମାନ ସୁଦ୍ଧା ସଚିବସ୍ତରୀୟ ଗୋଷ୍ଠୀମାନେ ପ୍ରଧାନମନ୍ତ୍ରୀଙ୍କୁ 7ଟି ଉପସ୍ଥାପନା କରିସାରିଲେଣି । ବିଭିନ୍ନ ପ୍ରସଙ୍ଗ ଉପରେ ଗଠିତ ସଚିବସ୍ତରୀୟ ଗୋଷ୍ଠୀମାନେ ମୋଟ ଉପରେ 9ଟି ଉପସ୍ଥାପନା କରିବାର କାର୍ଯ୍ୟକ୍ରମ ରହିଛି ।
2 groups of secretaries shared a wide range of ideas in the areas of health, sanitation & urban development as well as commerce & industry.
— Narendra Modi (@narendramodi) January 8, 2017