ଲୋକସଭାରେ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଲେ ଏନଡିଏ ସରକାର ଆଧୁନିକ ଭିତ୍ତିଭୂମି ଢାଞ୍ଚାରର ବିସ୍ତାର ପାଇଁ ନୂଆ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହା ବି ଉଲ୍ଲେଖ କଲେ କି କିଭଳି ଏନଡିଏ ସରକାର ଅଧୀନରେ ସଡକ ନିର୍ମାଣ କାମ କ୍ଷିପ୍ର ଗତିରେ ହେଉଛି । ଶ୍ରୀ ମୋଦୀ କହିଲେ ,ୟୁପିଏ ସରକାରଙ୍କ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧୀନରେ କେବଳ 69 କିଲୋମିଟର ପର୍ଯ୍ୟନ୍ତ ସଡକ ନିର୍ମାଣ କାର୍ଯ୍ୟ କରାଯାଉଥିଲା । କିନ୍ତୁ ଯେବେ ଆମେ ଶାସନ ଭାର ଗ୍ରହଣ କଲୁ ସେବେଠୁ 111 କିଲୋମିଟର ପର୍ଯ୍ୟନ୍ତ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ କଲୁ ଏବଂ ଏହାର ନିର୍ମାଣ ପାଇଁ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ କଲୁ ।