"ଉତ୍ତରପ୍ରଦେଶର ଲଖିମପୁରରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମାଜବାଦୀ ପାର୍ଟିର ସରକାରଙ୍କ ଉପରେ ଆକ୍ଷେପ କରି କହିଲେ ,'ଉତ୍ତରପ୍ରଦେଶରେ ଅପରାଧ ନିଜ ଚରମରେ ଅଛି  । ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଦ୍ରୁତ ଭବେ ବୃଦ୍ଧି ଘଟୁଛି  । ଏଭଳି ଅପରାଧୀ ଅଛନ୍ତି ଯିଏ ଜେଲରେ ବସି ମଧ୍ୟ ନିଜର ଗ୍ୟାଙ୍ଗ ବିସ୍ତାର କରୁଛନ୍ତି । ଏହି ଗ୍ୟାଙ୍ଗ ଲୋକଙ୍କୁ ହତ୍ୟା ,ବଳାତ୍କାର ,ଅପହରଣ ଏବଂ ଦଙ୍ଗା ଭଳି ଅପରାଧିକ ଗତିବିଧିରେ ଲିପ୍ତ ରହୁଛନ୍ତି ।' ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଙ୍କ କଷି କହିଲେ ,'ୟେ ଆପକା କାମ ବୋଲ ରହା ହେ କି ଆପକା କାରନାମା ।'"