ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବିଜନୋରରେ ଏକ ଜନସଭାକୁ ସମ୍ବୋଧିତ କରି କହିଲେ କେନ୍ଦ୍ରର ଏନଡିଏ ସରକାର ସର୍ବାଦ ଚାଷୀଙ୍କ କଲ୍ୟାଣ ଚାହିଁଛନ୍ତି ଏବଂ ସାରଜାତୀୟ ପଦାର୍ଥର ମୂଲ୍ୟ ହ୍ରାସ କରିଛନ୍ତି । ଶ୍ରୀ ମୋଦୀ କହିଲେ 'ଯେବେ ଚୌଧରୀ ଚରଣ ସିଂ ଜି ସେଠାରେ ଥିଲେ ସେ ସାରଜାତୀୟ ପଦାର୍ଥର ମୂଲ୍ୟ ହ୍ରାସ କରିଥିଲେ ,ତାଙ୍କଠାରୁ ପ୍ରଭାବିତ ହୋଇ ସର୍ବାଦ କୃଷକଙ୍କ କଲ୍ୟାଣ ଦିଗକୁ ଗୁରୁତ୍ୱ ଦେଇ କାମ କରିଆସୁଛୁ ଏବଂ ସାରଜାତୀୟ ପଦାର୍ଥର ମୂଲ୍ୟ ହ୍ରାସ କରିଛୁ ।
ଶ୍ରୀ ମୋଦୀ ଏହା ମଧ୍ୟ କହିଲେ କି ,ଯଦି ଉତ୍ତରପ୍ରଦେଶରେ ବିଜେପି ସରକାର ଆସେ ତେବେ ଉତ୍ତରପ୍ରଦେଶର ପ୍ରତ୍ୟକ ଜିଲ୍ଲାରେ ଚୌଧରୀ ଚରଣ ସିଂ କଲ୍ୟାଣ କୋଷ ଗଠନ କରାଯିବ ।