PM Modi inaugurates International Conference and Exhibition on Sugarcane Value Chain in Pune
Besides the sugar sector, we should also think of globally competitive bamboo products: PM
We cannot ignore the global economy when we are looking at the sugar industry: PM Modi
PM Modi outlines the steps taken by the Union Government for the welfare of farmers
Demonetization of Rs. 500 & Rs. 1000: Farmers will not be taxed, says PM Modi

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁନେଠାରେ ଆଖୁ ମୂଲ୍ୟ ଶୃଙ୍ଖଳ-ପରିଦୃଶ୍ୟ ୨୦୨୫ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ବସନ୍ତଦାଦ ଆଖୁ ପ୍ରତିଷ୍ଠାନ ପରିସରରେ ଆୟୋଜିତ ପ୍ରତ୍ୟକ୍ଷ ଶସ୍ୟ ପ୍ରଦର୍ଶନୀ କ୍ଷେତକୁ ବୁଲି ଦେଖିଥିଲେ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମର ଚାଷିମାନଙ୍କୁ ନୂତନ ଗବେଷଣାଲବ୍ଧ ଜ୍ଞାନ କିପରି ସହାୟକ ହେବ ସେ ସମ୍ପର୍କରେ ଚିନ୍ତା କରିବାର ବେଳ ଉପନୀତ ହୋଇଛି । ଆଖୁ କ୍ଷେତ୍ର ବ୍ୟତୀତ ଆମେ ଅଧିକ ଲାଭଦାୟକ ଓ ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗୀତାମୂଳକ ବାଉଁଶଜାତ ସାମଗ୍ରୀର ପ୍ରସ୍ତୁତି ଓ ବିକ୍ରୀବଟା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

 

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରସଙ୍ଗରେ ଜମିର ଉତ୍ପାଦିକା ଶକ୍ତି ବଢାଇବା ଉପରେ ଗୁରୁତ୍ଵ ଦେଇଥିଲେ । ଡାଲିଜାତୀୟ ଫସଲ ଉତ୍ପାଦନ ଦ୍ଵିଗୁଣିତ କରାଗଲେ ସେଥିଲାଗି ବ୍ୟାପକ ବଜାର ସୁବିଧା ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ଆମେ ଯେତେବେଳେ ଆଖୁ ଶିଳ୍ପ କଥା ଚିନ୍ତା କରୁଛେ ସେହି ସମୟରେ ବିଶ୍ଵ ଅର୍ଥବ୍ୟବସ୍ଥାର ଚିତ୍ର ସମ୍ପର୍କରେ ଭୁଲି ନ ଯିବା ଉଚିତ ।

ଚାଷୀର ସର୍ବାଙ୍ଗୀନ ବିକାଶ ବିଶେଷ କରି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ସୌର ପମ୍ପ ପ୍ରଦାନ ଭଳି କାର୍ଯ୍ୟକ୍ରମକୁ ତାଙ୍କ ସରକାର ପ୍ରଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ।


କେନ୍ଦ୍ର ସରକାରଙ୍କ ଦ୍ଵାରା ସମ୍ପ୍ରତି ୫୦୦ ଓ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରୀକରଣ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କ ଉପରେ କେବେହେଲେ ଟିକସ ବୋଝ ଲଦି ଦିଆଯିବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।