India is today the world’s fastest growing large economy: PM Modi
Our policies are focussed on improving India’s long term economic and social prospects, rather than on short term headlines: PM
While the global economy is going through a period of uncertainty, India has shown tremendous resilience: PM
Foreign Direct Investment in India was at the highest level in 2015-16, at a time when global FDI has fallen: PM Modi
Hydrocarbons will continue to play an important part in India’s growth: PM Narendra Modi
As a responsible global citizen, India is committed to combating climate change, curbing emissions & ensuring a sustainable future: PM
Energy sustainability, for me, is a sacred duty. It is something India does out of commitment, not out of compulsion: PM Modi
To make India a true investor friendly destination, we have come up with a new Hydrocarbon Exploration and Production Policy, says PM
My message to global hydrocarbon companies is: We invite you to come and Make in India, says PM Modi
Our commitment is strong and our motto is to replace Red Tape with Red Carpet: PM Narendra Modi

ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ,

ବିଦେଶୀ ରାଷ୍ଟ୍ରର ତୈଳ ଓ ବାଷ୍ପ ମନ୍ତ୍ରୀମାନେ,
ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ହାଇଡ୍ରୋକାର୍ବନ କ୍ଷେତ୍ରର ବିଶେଷଜ୍ଞମାନେ

ବିଶିଷ୍ଟ ଅତିଥିଗଣ, ଦେବୀ ଓ ସଜ୍ଜନମାନେ

ଶକ୍ତି ହେଉଛି ଆର୍ଥିକ ବିକାଶର ଏକ ପ୍ରମୁଖ କାରକ । ଆର୍ଥିକ ବିକାଶର ସୁଫଳ ପିରାମିଡର ତଳସ୍ତରରେ ପହଂଚିବା ପାଇଁ ସ୍ଥାୟୀ, ସ୍ଥିର ଓ ଉଚିତ ମୂଲ୍ୟର ଶକ୍ତି ଜରୁରୀ । ହାଇଡ୍ରୋକାର୍ବନ ଆଗାମୀ ବର୍ଷଗୁଡ଼ିକ ଶକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ରୋତ ହୋଇ ରହିବ । ତେଣୁ ଏହି ସମ୍ମିଳନୀର ଶୀର୍ଷକ ‘ହାଇଡ୍ରୋକାର୍ବନ ଇନ୍ଧନର ଭବିଷ୍ୟତ, ବିକଳ୍ପ ଓ ଚାଲେଞ୍ଜ’ ଉଭୟ ଯଥାର୍ଥ ଓ ସମୟୋଚିତ ।

ଭାରତ ଏବେ ବିଶ୍ୱର ସବୁଠୁ ଦ୍ରୁତଗତିରେ ବିକାଶ କରୁଥିବା ଅର୍ଥବ୍ୟବସ୍ଥା । ଏହି ବିକାଶ ବିଭିନ୍ନ ପ୍ରକାରର ନୀତିଗତ ପଦକ୍ଷେପ ଦ୍ୱାରା ସହାୟକ ହୋଇଛି । ଆମର ନୀତି ସ୍ୱଳ୍ପ ଅବଧିର ଚର୍ଚ୍ଚା ପରିବର୍ତ୍ତେ ଭାରତର ଦୀର୍ଘକାଳୀନ ଅର୍ଥବ୍ୟବସ୍ଥା ଓ ସାମାଜିକ ସମ୍ଭାବନା ଉପରେ କେନ୍ଦ୍ରିତ ରହିଛି । ଆମର ପ୍ରୟାସ ଆର୍ଥିକ ଅଭିବୃଦ୍ଧି ଓ ବିକାଶରେ ଦୃଶ୍ୟମାନ ହେଉଛି । ଦ୍ରୁତ ବିକାଶ ବ୍ୟତୀତ, ଆମର ଅର୍ଥବ୍ୟବସ୍ଥା ମଧ୍ୟ ଅନ୍ୟମାନଙ୍କ ତୁଳନାରେ ଅଧିକ ସ୍ଥିର । ଆନ୍ତର୍ଜାତିକ ଅର୍ଥବ୍ୟବସ୍ଥା ଏବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବାବେଳେ ଭାରତ ଏବେ ବିଶ୍ଵ ପାଇଁ ଉଲ୍ଲେଖନୀୟ ଆକର୍ଷଣ ପାଲଟିଛି । ଆମର ଚଳନ୍ତି ଜମା ନିଅଂଟ(CAD)ରେ ଦ୍ରୁତ ସୁଧାର ହେଉଛି । ଏକ ଦଶନ୍ଧି ମଧ୍ୟରେ ଜୁନ୍ ତ୍ରୈମାସିକରେ ଏହା ସବୁଠୁ କମ୍ ରହିଛି । ୨୦୧୫-୧୬ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଭାରତରେ ସର୍ବାଧିକ ରହିଥିଲା, ଯେତେବେଳେ ଆନ୍ତର୍ଜାତିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ ହ୍ରାସ ପାଇଥିଲା । ଇଂଟରନ୍ୟାସନାଲ ସେଟେଲମେଂଟ ବ୍ୟାଙ୍କ ଅନୁସାରେ ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତରେ ବ୍ୟାଙ୍କିଙ୍ଗ୍ ସଙ୍କଟ ସବୁଠୁ କମ୍ ରହିଛି ।

ଭାରତର ଅର୍ଥବ୍ୟବସ୍ଥା ୨୦୪୦ ମସିହା ସୁଦ୍ଧା ୫ଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏକ ଆକଳନ ଅନୁସାରେ ଭାରତ ୨୦୧୩ ଓ ୨୦୪୦ ମଧ୍ୟରେ ବିଶ୍ୱର ଶକ୍ତି ଚାହିଦାର ଏକ ଚତୁର୍ଥାଂଶ ଉପଯୋଗ କରିବାର ଆଶା ରହିଛି । ୨୦୪୦ ମସିହା ବେଳକୁ ସମଗ୍ର ୟୁରୋପ ତୁଳନାରେ ଭାରତ ଅଧିକ ତୈଳ ଉପଯୋଗ କରିବ । ଆମେ ଆଶା କରୁଛୁ ୨୦୨୨ ମସିହା ବେଳକୁ ଏହା ଜିଡିପିର ୨୫ ପ୍ରତିଶତକୁ ଛୁଇଁବ, ଯାହା ଏବେ ୧୬ ପ୍ରତିଶତ ରହିଛି ।

ପରିବହନ ଭିତ୍ତିଭୂମିର ଢାଂଚାକୁ ମଧ୍ୟ ଅନେକଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୩ ନିୟୁତ ବାଣିଜ୍ୟିକ ଯାନ ୨୦୪୦ ସୁଦ୍ଧା ବୃଦ୍ଧି ପାଇ ୫୬ ନିୟୁତ ହୋଇଥିବ । ସେହିପରି ବେସାମରିକ ବିମାନ ଚଳାଚଳରେ ଭାରତ ଏବେ ବିଶ୍ୱର ଅଷ୍ଟମ ବୃହତମ ବଜାର ହୋଇଥିବାବେଳେ ୨୦୩୪ ମସିହା ସୁଦ୍ଧା ବିଶ୍ୱର ତୃତୀୟ ସ୍ଥାନରେ ରହିବ । ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ତୈଳର ଚାହିଦା ୨୦୪୦ ମସିହା ସୁଦ୍ଧା ୪ଗୁଣ ବୃଦ୍ଧି ପାଇବ । ଏହା ଶକ୍ତି ଚାହିଦାକୁ ପ୍ରଭାବିତ କରିବ ।

ବନ୍ଧୁଗଣ,

ହାଇଡ୍ରୋକାର୍ବନ ଭାରତର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲଇବା ଜାରି ରଖିବ । ଏହି ଦ୍ରୁତ ବିକାଶର ସମ୍ଭାବନା ଭାରତର ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ ଦେଉଛି । ମୁଁ ଖୁସି ଯେ ଭାରତ ଓ ବିଦେଶରୁ ଅନେକ ସାମିଲ ହେବାକୁ ଏଠାକୁ ଆସିଛନ୍ତି । ମୁଁ ନିଶ୍ଚିତ ଯେ ଆମେ ସମସ୍ତଙ୍କ ଅନୁଭବ ଓ ପରସ୍ପରର ଅଭିଜ୍ଞତାର ଲାଭ ପ୍ରତ୍ୟେକଙ୍କୁ ଫାଇଦା ମିଳିବ । ମୁଁ ଆପଣମାନଙ୍କ ନିକଟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ନିଜର କିଛି ସମ୍ଭାବନାଯୁକ୍ତ ଚିନ୍ତାଧାରାକୁ ଉପସ୍ଥାପିତ କରିବାର ସୁଯୋଗ ପାଇଛି ଏବଂ ଶକ୍ତି ସୁରକ୍ଷାକୁ ହାସଲ କରିବା ଆମ ଲକ୍ଷ୍ୟ ।

ସାଧାରଣତଃ ଶକ୍ତି ଓ ହାଇଡ୍ରୋକାର୍ବନ ହେଉଛି ଭାରତର ଭବିଷ୍ୟତ ପାଇଁ ପ୍ରମୁଖ ଅଂଶ । ଭାରତ ଶକ୍ତି ଚାହୁଁଛି ଯାହା ଗରିବଙ୍କ ପାଇଁ ଉପଯୋଗ ହୋଇପାରିବ । ଶକ୍ତି ଉପଯୋଗରେ ଦକ୍ଷତା ଜରୁରୀ । ସଚେତନ ଆନ୍ତର୍ଜାତିକ ନାଗରିକ ଭାବେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରଦୂଷଣକାରୀ ବାଷ୍ପ ଉତ୍ସର୍ଜନକୁ ରୋକିବା ଓ ସ୍ଥାୟୀ ଭବିଷ୍ୟତକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଆନ୍ତର୍ଜାତିକ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଭାରତ ନିଜର ଶକ୍ତି ସୁରକ୍ଷା ଆବଶ୍ୟକ କରୁଛି । ତେଣୁ ମୋ ଦୃଷ୍ଟିରେ ଭାରତର ଶକ୍ତି ଭବିଷ୍ୟତ ପାଇଁ ୪ଟି ସ୍ତମ୍ଭ ରହିଛି ।

– ଶକ୍ତି ଉପଲବ୍ଧ

– ଶକ୍ତି ସଂଚୟ

-ଶକ୍ତି ସ୍ଥିରତା

-ଶକ୍ତି ସୁରକ୍ଷା

ମୁଁ ଶକ୍ତି ଉପଲବ୍ଧତାରୁ ପ୍ରଥମେ ଆରମ୍ଭ କରୁଛି । ଯେତେବେଳେ ଭାରତର କିଛି ଧନୀ ବ୍ୟକ୍ତି ହାଇବ୍ରିଡ୍ କାର କିଣୁଛନ୍ତି, ସେତେବେଳେ ଭାରତର ଅଧିକାଂଶ ଗରିବ ରୋଷଇ ପାଇଁ ଜାଳେଣି କାଠ କିଣୁଛନ୍ତି । ଜାଳେଣି କାଠ ଉପଯୋଗ ଓ ଅନ୍ୟ ଜୈବ ଇନ୍ଧନରେ ରୋଷେଇ ଗ୍ରାମାଂଚଳ ମହିଳାଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି । ଏହା ସେମାନଙ୍କର ଉତ୍ପାଦିକତାକୁ ମଧ୍ୟ ହ୍ରାସ କରୁଛି । ଆମେ ଉଜ୍ୱଳା କାର୍ଯ୍ୟକ୍ରମ ଆରମ୍ଭ କରି ୫୦ ନିୟୁତ ପରିବାରକୁ ରନ୍ଧନ ଗ୍ୟାସ ଦେଇଛୁ । ଗୋଟିଏ ଝଟ୍କାରେ ଏହି କାର୍ଯ୍ୟକ୍ରମ ଦ୍ୱାରା ସ୍ୱାସ୍ଥ୍ୟରେ ସୁଧାର, ଉତ୍ପାଦିକତା ବୃଦ୍ଧି ଓ ନିଗର୍ମନ ହାନିକାରକକୁ ହ୍ରାସ କରିଛି । ଗ୍ୟାସ ସଂଯୋଗ ଯୋଗାଇ ଦେବାକୁ ସରକାର ଗୋଟିଏ ଥର ଖର୍ଚ୍ଚ ବହନ କରୁଛନ୍ତି କିନ୍ତୁ ଖାଉଟିଙ୍କୁ ଗ୍ୟାସର ପୂର୍ଣ୍ଣ ଦର ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ମାତ୍ର ୭ମାସ ମଧ୍ୟରେ ପ୍ରାୟ ୧୦ନିୟୁତ ନୂଆ ସଂଯୋଗ ଯୋଗାଇ ଦିଆଯାଇ ସାରିଛି ।

ସରକାର ଆସନ୍ତା ୫ବର୍ଷ ମଧ୍ୟରେ ୧୦ ନିୟୁତ ପରିବାରକୁ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଜାତୀୟ ଗ୍ୟାସ ଗ୍ରୀଡ୍ ନେଟୱାର୍କକୁ ବର୍ତ୍ତମାନର ୧୫ହଜାର କିମି ପାଇପ ଲାଇନକୁ ୩୦ହଜାର କିମିକୁ ସମ୍ପ୍ରସାରଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମେ ପୂର୍ବାଂଚଳରେ ଏକ ନୂଆ ବିକଶିତ ପାଇପ୍ ଲାଇନ୍ ସ୍ଥାପନ କରି ଲକ୍ଷ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବୁ । ୨୦୧୮ ମାର୍ଚ୍ଚ ସୁଦ୍ଧା ଭାରତର ସବୁ ଗାଁକୁ ବିଦ୍ୟୁତ ସଂଯୋଗ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।

ଏବେ ମୁଁ ଶକ୍ତି ସଂଚୟକୁ ଆସୁଛି । ଭାରତର ବାଣିଜ୍ୟିକ ପରିବହନ କ୍ଷେତ୍ର ଏବେ ଅଧକ ତୀର୍ଯକ ହେବାରେ ଲାଗିଛି । ଅଧିକାଂଶ ମାଲ ପରିବହନ ସଡ଼କ ମାର୍ଗରେ ହେଉଛି । ଶକ୍ତି ସଂଚୟ ବୃଦ୍ଧି ପାଇଁ ମୋ ସରକାର ରେଳବାଇକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ୨୦୧୪-୧୫ରୁ ୨୦୧୬-୧୭ ମସିହା ମଧ୍ୟରେ ରେଳବାଇ କ୍ଷେତ୍ରରେ ଅଧିକରୁ ଅଧିକ ଶତ ପ୍ରତିଶତ ସାର୍ବଜନୀନ ନିବେଶ କରାଯାଉଛି । ଆମେ ଏବେ ସମର୍ପିତ ପରିବହନ କରିଡର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଯାଉଛି । ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଦ୍ରୁତଗାମୀ ରେଲ କରିଡର ନିର୍ମାଣ କରିଛୁ । ଯାହା ବାୟୁ ପଥରେ ପରିବହନ ତୁଳନାରେ ଅଧିକ ଶକ୍ତି କୁଶଳ ହେବ । ଆମେ ଜଳପଥରୁ ଅଧିକ ଆଶା ରଖିଛୁ । ଯାହା ଉଭୟ ଜଳପଥ ଓ ଉପକୂଳରେ । ଆମର ସାଗରମାଳା ପ୍ରକଳ୍ପ ସମଗ୍ର ଭାରତର ଉପକୂଳକୁ ସଂଯୋଗ କରିବ । ଏହା ମଧ୍ୟ ବୃହତ୍ ନଦୀରେ ନୂଆ ଜଳପଥରେ ଜାହାଜ ଚଳାଚଳ ମାର୍ଗ ଖୋଲିବ । ଏସବୁ ପଦକ୍ଷେପ ଦ୍ୱାରା ଶକ୍ତି ସଂଚୟକୁ ସୁଧାର କରାଇବ । ଦୀର୍ଘ ପ୍ରତୀକ୍ଷିତ ଜାତୀୟ ଜିଏସଟି ବିଲ୍ ଗୃହୀତ ହୋଇଛି । ରାଜ୍ୟର ସୀମାଗୁଡ଼ିକ ମଧ୍ୟରେ ଥିବା ପ୍ରତିବନ୍ଧକକୁ ଦୂର କରିବାରେ ଜିଏସଟି ଦ୍ୱାରା ପରିବହନକୁ ତ୍ୱରାନ୍ୱିତ ଓ ଶକ୍ତି ସଂଚୟକୁ ବୃଦ୍ଧି କରିବ ।

ବିକାଶଶୀଳ ରାଷ୍ଟ୍ରର ତୈଳ ମନ୍ତ୍ରୀମାନେ ଶକ୍ତିର ଦର ନିର୍ଦ୍ଧାରଣର ସମ୍ବେଦନଶୀଳତା ଜାଣନ୍ତି । ଏହା ସତ୍ତ୍ୱେ ଆମେ ପେଟ୍ରୋଲ ଓ ଡିଜେଲ ଦରକୁ ନିୟନ୍ତ୍ରଣମୁକ୍ତ କରିଛୁ । ରୋଷଇ ଗ୍ୟାସ ଦର ମଧ୍ୟ ବଜାର ଦ୍ୱାରା ନିର୍ଦ୍ଧାରିତ ହେଉଛି । ମଧ୍ୟବିତ୍ତ ଓ ଦୁର୍ବଳ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ସବସିଡି ଅର୍ଥ ସିଧାସଳଖ ୧୬୯ ନିୟୁତ ଲୋକଙ୍କ ବ୍ୟାଙ୍କ ଏକାଉଂଟକୁ ଯାଉଛି । ଏହା ରୋଷଇ ଗ୍ୟାସ୍ ସବସିଡିର ବାଟମାରଣା ଓ ଦୂରୁପଯୋଗକୁ ମୂଳପୋଛ କରିବାରରେ ସକ୍ଷମ ହୋଇଛି । ଏହି ସବୁ ପଦକ୍ଷେପ ଦ୍ୱାରା ଶକ୍ତି ସଂଚୟ ବୃଦ୍ଧି ହୋଇଛି ।

ଶକ୍ତି ସ୍ଥିରତା ହେଉଛି ମୋ’ ପାଇଁ ଏକ ପବିତ୍ର କର୍ତ୍ତବ୍ୟ । ଏହା ଏମିତି କିଛି ଯେଉଁଥିରୁ ଭାରତ, ପ୍ରତିବଦ୍ଧତାରୁ ବାହାରକୁ ଆସିବ ନା କି ବାଧ୍ୟବାଧକତାରୁ । ଭାରତ ଆସନ୍ତା ୧୫ବର୍ଷ ମଧ୍ୟରେ ନିଜର ୨୦୦୫ର ସ୍ତରଠାରୁ ନିଜର ମୋଟ ଜିଡିପିର ୩୩ ପ୍ରତିଶତ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ହ୍ରାସ କରିବାରେ ନିଜେ ପ୍ରତିବଦ୍ଧତା ଦେଖାଇଛି । ଆମର ସ୍ୱଳ୍ପ ମୁଣ୍ଡପିଛା ଶକ୍ତି ଉପଯୋଗ ସତ୍ତ୍ୱେ ଆମେ ଏହା କରିଛୁ । ୨୦୩୦ ମସିହା ସୁଦ୍ଧା ଆମେ ୪୦ ପ୍ରତିଶତ ଶକ୍ତି ଅଣ-ଜୀବାଶ୍ମ ଉତ୍ସରୁ ଉତ୍ପାଦନ ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦୨୨ ମସିହା ସୁଦ୍ଧା ୧୭୫ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନର ବ୍ୟାପକ ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ । ଆମର ପ୍ରୟାସକୁ ଧନ୍ୟବାଦ ଯେ ଦକ୍ଷତା ବୃଦ୍ଧି ହୋଇଛି ଓ ଅକ୍ଷୟ ଶକ୍ତିର ଦର ମଧ୍ୟ କମିଛି । ଏଲଇଡି ଆଲୋକ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଛୁ ।
ସିଏନଜି, ଏଲପିଜି ଓ ଜୈବ ଇନ୍ଧନ ହେଉଛି ପରିବହନ କ୍ଷେତ୍ର ପାଇଁ ସ୍ୱଚ୍ଛ ଇନ୍ଧନ । ଆମେ ଟାଙ୍ଗରା ଭୂଇଁରୁ ଜୈବଡିଜେଲ୍ ଉତ୍ପାଦନର ବିକଳ୍ପକୁ ଅନ୍ୱେଷଣ କରିବାର ଆବଶ୍ୟକତା ରହିଛି । ଯାହାକି ଚାଷୀଙ୍କୁ ଆର୍ଥିକ ସହାୟତା ଦେଇପାରିବ । ଗବେଷଣା ଓ ବିକାଶ, ଦ୍ୱିତୀୟ ଓ ତୃତୀୟ ପୀଢ଼ିର ଜୈବ ଇନ୍ଧନ ଏବଂ ଇନ୍ଧନ କୋଷିକା ସଂକ୍ରାନ୍ତ ଦେଶର ଶକ୍ତି ଚାଲେଞ୍ଜକୁ ମୁକାବିଲା କରିବା ଏବେ ଜରୁରୀ ହୋଇପଡିଛି ।

ଏବେ ମୁଁ ଶକ୍ତି ସୁରକ୍ଷାକୁ ଆସୁଛି । ଆମକୁ ନିଜର ଘରୋଇ ତୈଳ ଓ ଗ୍ୟାସ ଉତ୍ପାଦନ ବୃଦ୍ଧି ଓ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାକୁ ପଡ଼ିବ । ୨୦୨୨ ସୁଦ୍ଧା ଆମଦାନୀ ନିର୍ଭରଶୀଳକୁ ୧୦ ପ୍ରତିଶତ ହ୍ରାସ କରିବାକୁ ମୁଁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏହା ତୈଳ ଉପଯୋଗ ବୃଦ୍ଧି ଅବଧିରେ ହିଁ ହାସଲ କରିବାକୁ ପଡ଼ିବ ।

ଘରୋଇ ହାଇଡ୍ରୋକାର୍ବନ ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ଆମ ପାଖରେ ଦୃଢ଼, ନିବେଶ ଅନୁକୂଳ ଫ୍ରେମୱାର୍କ ନୀତି ରହିଛି । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଭାରତ ନୂଆ ଅନ୍ୱେଷଣ ଲାଇସେନ୍ସ ବ୍ୟବସ୍ଥା ଆରମ୍ଭ କରିଥିଲା । ଶତପ୍ରତିଶତ ଏଫଡିଆଇକୁ ଅନୁମତି ଦେଇଥିଲା ଓ ଘରୋଇ ନିବେଶକଙ୍କୁ ଭାରତର ଅପଷ୍ଟ୍ରିମ ସେକ୍ଟରରେ ନିବେଶ ଓ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଥିଲା । ଅବଶ୍ୟ ଅନେକ କାରଣରୁ ଏହା ଭାରତର ଘରୋଇ ତୈଳ ଓ ଗ୍ୟାସ୍ ଉତ୍ପାଦନ ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପକାଇଥିଲା ।

ଭାରତକୁ ବାସ୍ତବରେ ନିବେଶକ ଅନୁକୂଳ ସ୍ଥାନ କରିବା ପାଇଁ ଆମେ ନୂଆ ହାଇଡ୍ରୋକାର୍ବନ ଅନ୍ୱେଷଣ ଓ ଉତ୍ପାଦନ ନୀତି ଆଣିଛୁ । ଯାହାକି ସବୁ ପ୍ରକାରର ହାଇଡ୍ରୋକାର୍ବନ ସମେତ ତୈଳ, ଗ୍ୟାସ ଓ କୋଇଲା ଆଧାରିତ ମିଥେନ୍ ଗ୍ୟାସ ଅନ୍ୱେଷଣ ଓ ଉତ୍ପାଦନ ପାଇଁ ଏକକ ଲାଇସେନ୍ସ ପ୍ରଦାନ କରିବ ।

– ଉନ୍ମୁକ୍ତ କ୍ଷେତ୍ରଫଳ ନୀତି ଦ୍ୱାରା ନିଲାମଧାରୀ ଚାହୁଁଥିବା ଅଂଚଳରେ ଅନ୍ୱେଷଣ କରିପାରିବେ ।

– ଲାଭ ଭାଗିଦାରୀ ପରିବର୍ତ୍ତେ ରାଜସ୍ୱ ଭାଗିଦାରୀ ମଡେଲ୍ ମାଧ୍ୟମରେ ବିବାଦର ସମ୍ଭାବନାକୁ ହ୍ରାସ

– ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନର ବଜାର ଓ ଦର ନିର୍ଦ୍ଧାରଣର ସ୍ୱାଧୀନତା

ଗତବର୍ଷ ଆମେ ନୂଆ ସୀମାନ୍ତ କ୍ଷେତ୍ର ନୀତି ଘୋଷଣା କରିଥିଲୁ । ଏହି ନୀତି ଆଧାରରେ ୬୭ଟି କ୍ଷେତ୍ରକୁ ନିଲାମ ପାଇଁ ଡକାଯାଇଥିଲା । ଏକାଠି ଏହି ସମସ୍ତ ୬୭ଟି କ୍ଷେତ୍ରରେ ତୈଳଯୁକ୍ତ ତୈଳ ସହ ସମାନ ଭଣ୍ଡାର ଗ୍ୟାସର ପରିମାଣ ୮୯ନିୟୁତ ମେଟ୍ରିକ୍ ଟନ୍ ଆକଳନ କରାଯାଇଥିଲା । ଏହି ଆକଳିତ ଭଣ୍ଡାରରୁ ୩୦ ନିୟୁତ ମେଟ୍ରିକ ଟନ୍ ଗ୍ୟାସର ଅର୍ଡର ରହିଛି । ମୁଁ ଭାବୁଛି ଅନେକ ବିଶ୍ୱସ୍ତରୀୟ କମ୍ପାନୀ ନିଲାମ ପ୍ରକ୍ରିୟାରେ ଭାଗ ନେଇଥିବାରୁ ଏକ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି ।

ସବୁ ପ୍ରକାରର ନିବେଶକଙ୍କପାଇଁ ଏହି କ୍ଷେତ୍ର ପ୍ରସ୍ତୁତ କରି ଆମେ ଡାଉନଷ୍ଟ୍ରିମ କ୍ଷେତ୍ର ଏବେ ଅଧିକ ଉନ୍ମୁକ୍ତ କରିଛୁ । ଯାହାର ପରିଣାମସ୍ୱରୂପ ଆମର ବିପଣନ କମ୍ପାନୀଗୁଡ଼ିକ ମଧ୍ୟରେ ଦକ୍ଷତା ଓ ପ୍ରଭାବ ପାଇଁ ଅଧିକ ପ୍ରତିଯୋଗିତା ସୃଷ୍ଟି ହେବ ।

ଆମର ସକ୍ରିୟ ବିଦେଶ ନୀତି ଓ ଶକ୍ତି କୂଟନୀତି ଆମକୁ ପଡୋଶୀ ରାଷ୍ଟ୍ର ସହ ସମ୍ପର୍କ ସୁଦୃଢ଼ କରିବାରେ ସହାୟକ ହୋଇଛି । ମୁଁ ଆଶା କରୁଛି ଆମର ତୈଳ ଓ ଗ୍ୟାସ କ୍ଷେତ୍ରର କମ୍ପାନୀଗୁଡ଼ିକ ଅଧିକ ତୈଳ ଅନ୍ୱେଷଣ ପାଇଁ ବିଦେଶୀ ପ୍ରତିପକ୍ଷଙ୍କ ସହ ସମ୍ବନ୍ଧ ସ୍ଥାପନ କରିବେ । ନିକଟରେ ଋଷିଆରେ ୫.୬ ବିଲିୟନ୍ ଡଲାର ନିବେଶ କରି ୧୫ ନିୟୁତ ଟନର ତୈଳ ସହ ସମାନ ସେୟାର ହାଇଡ୍ରୋକାର୍ବନ କ୍ଷେତ୍ରରେ ଅଧିଗ୍ରହଣ କରାଯାଇଛି । ଏହା ହେଉଛି ଗୋଟିଏ ଉଦାହରଣ । ଭାରତୀୟ ଶକ୍ତି କମ୍ପାନୀଗୁଡ଼ିକ ବହୁରାଷ୍ଟ୍ରୀୟ ହେବା ଉଚିତ୍ । ଭାରତ-ମଧ୍ୟପ୍ରାଚ୍ୟ, ଭାରତ-କେନ୍ଦ୍ର ଏସିଆ ଓ ଭାରତ-ଦକ୍ଷିଣ ଏସିଆ ଶକ୍ତି କରିଡର ଦିଗରେ କାର୍ଯ୍ୟ କରିବା ଉଚିତ୍ ।

ପ୍ରାକୃତିକ ଗ୍ୟାସ ହେଉଛି ଜୀବାଶ୍ମ ଇନ୍ଧନର ପରବର୍ତ୍ତୀ ପୀଢ଼ି- ଯାହା ଶସ୍ତା ଓ କମ୍ ପ୍ରଦୂଷିତ । ଆମେ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା ଆଡକୁ ମୁହାଁଇବା ଉପରେ ପ୍ରାଥମିକତା ଦେଉଛୁ । ଘରୋଇ ଚାହିଦା ବୃଦ୍ଧିକୁ ପୂରଣ କରିବା ନିମନ୍ତେ ଆମଦାନୀ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯିବାବେଳେ ଆମକୁ ପ୍ରାକୃତିକ ଗ୍ୟାସ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ ନିଶ୍ଚିତ ଭାବେ କରିବାକୁ ପଡ଼ିବ । ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧିରେ ପ୍ରାକୃତିକ ଗ୍ୟାସ ମଧ୍ୟ ପ୍ରମୁଖ ସନ୍ତୁଳନ ଭୂମିକା ତୁଲାଉଛି । ସନ୍ତୁଳନ ଓ ଶକ୍ତି ବୃଦ୍ଧି ପାଇଁ ଗ୍ୟାସ୍ ଆଧାରିତ ଶକ୍ତି ଅଧିକ କଷ୍ଟକର ।

ବନ୍ଧୁଗଣ,

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମକୁ ପ୍ରକଳ୍ପ ଓ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଧିକ ଦକ୍ଷ ହେବାକୁ ପଡ଼ିବ । ଏହି କ୍ଷେତ୍ରରେ ଭାରତକୁ ପ୍ରତିଯୋଗିତାରେ ରହିବାକୁ ହେଲେ ସଂସ୍କାରର ଆବଶ୍ୟକତା ରହିଛି । ଏହା ନା କେଳବ ଆମର ବିଶୋଧନ ଓ ପ୍ରକ୍ରିୟାକରଣ ଦକ୍ଷତାରେ ସୁଧାର ଆଣିବ ବରଂ ନିର୍ଦ୍ଧାରିତ ଓ ପ୍ରଭାବୀ ଢଙ୍ଗରେ ପ୍ରକଳ୍ପ ସମ୍ପୂର୍ଣ୍ଣକରଣକୁ ସୁନିଶ୍ଚିତ କରାଇବ ।

ଭାରତ ସର୍ବଦା ଅନ୍ୟମାନଙ୍କ ପାଇଁ ବୌଦ୍ଧିକ ଦକ୍ଷତା ଓ ଉଦ୍ୟୋଗ ମାମଲାରେ ଏକ ପ୍ରେରଣାର ସ୍ରୋତ ରହିଛି । ମୋର ବିଶ୍ୱାସ ଅଛି ଯେ ‘ମେକ୍ ଇନ୍ ଇଣ୍ଡିଆ’, ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଓ ‘ଷ୍ଟାଣ୍ଡ ଅପ୍ ଇଣ୍ଡିଆ’ ପ୍ରୟାସ ଦ୍ୱାରା ଭାରତୀୟ ତୈଳ ଓ ଗ୍ୟାସ କ୍ଷେତ୍ରରେ ନୂଆ ଚିନ୍ତାଧାରା ସହ ଯୁବବର୍ଗଙ୍କୁ ଉଦ୍ୟୋଗ ପାଇଁ ସୁଯୋଗ ମିଳିବ । ବିଶୋଧନ, ନାନୋ, ଉତପ୍ରେରକ ବିକାଶ, ଜୈବ ଇନ୍ଧନ ଓ ବିକଳ୍ପ ଶକ୍ତି କ୍ଷେତ୍ରରେ ପ୍ରଯୁକ୍ତବିଦ୍ୟା ବିକାଶ ଉପରେ ଆମକୁ ଧ୍ୟାନକେନ୍ଦ୍ରିତ କରିବାର ଅଛି । ସଫଳ ବିକାଶ ହେଉଛି ଇଣ୍ଡିଆନ ଅଏଲ୍ ଦ୍ୱାରା ଇଣ୍ଡମ୍ୟାକ୍ସ ଟୋକ୍ନୋଲୋଜି, ଯାହା ଉଦ୍ଭାବନର ଏକ ବଳିଷ୍ଠ ଉଦାହରଣ ଏବଂ ଏବେ ବ୍ୟବସାୟିକ କାର୍ଯ୍ୟରେ ଉପଯୋଗ ହେଉଛି ।

ମୋର ସନ୍ଦେଶ ଆନ୍ତର୍ଜାତିକ ହାଇଡ୍ରୋକାର୍ବନ କମ୍ପାନୀ ପାଇଁ ହେଉଛି – ଆମେ ଆସିବା ପାଇଁ ଆମନ୍ତ୍ରଣ କରୁଛୁ ଓ ଭାରତ ନିର୍ମାଣ ପାଇଁ । ଇଜ ଅଫ ଡୁଇଙ୍ଗ୍ ବିଜିନେସରେ ଭାରତର ରେଙ୍କିଙ୍ଗ୍ ସୁଧାର ପାଇଁ ଆମେ ନିରନ୍ତର ପ୍ରୟାସ କରୁଛୁ । ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ନାଲିଫିତା ପରିବର୍ତ୍ତେ ନାଲି କାର୍ପେଟ୍ ହେଉଛି ଆମର ଦୃଢ଼ ଅଙ୍ଗୀକାରବଦ୍ଧତା ଓ ଆମର ଆଦର୍ଶ ।

ବନ୍ଧୁଗଣ,

ଗୋଟିଏ ପଟେ, ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ ପାଇଁ ଆମକୁ ଶକ୍ତିର ଶସ୍ତା, ବିଶ୍ୱସନୀୟ ସ୍ରୋତର ଆବଶ୍ୟକତା ରହିଛି । ହାଇଡ୍ରୋକାର୍ବନ ହେଉଛି ଏହି ମିଶ୍ରଣର ଅନିବାର୍ଯ୍ୟ ଅଂଶ । ଅନ୍ୟପଟେ ଆମକୁ ଆମର ପରିବେଶ ପ୍ରତି ସମ୍ବେଦନ ରହିବାକୁ ପଡ଼ିବ । ମୁଁ ନିଶ୍ଚିତ ଯେ ଏହି ସୁନ୍ଦର ସଭାରୁ ନୂଆ ଚିନ୍ତାଧାରା ସହ ଯିବେ, ଯାହା ହାଇଡ୍ରୋକାର୍ବନକୁ ଭବିଷ୍ୟତରେ ଇନ୍ଧନ ଭାବେ ଅଧିକ ପ୍ରଭାବୀ ଓ ସ୍ଥାୟୀ କରାଇବ ।

ମୁଁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଭାରତର ଶକ୍ତି କ୍ଷେତ୍ରରେ ଏହି ପରିବର୍ତ୍ତନର ଏକ ଅଂଶବିଶେଷ ହୋଇଥିବାରୁ ତଥା ଏଠି ଉପସ୍ଥିତ ଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।