ସ୍ୱିଡେନର ଏକ ବ୍ୟାପାର ପ୍ରତିନିଧୀମଣ୍ଡଳୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ଦଳରେ ସ୍ୱିଡେନର କେତେକ ଶିଳ୍ପ ଜଗତର ସିଇଓ ସାମିଲ ଅଛନ୍ତି । ଏହି ସିଇଓମାନେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ସ୍ୱିଡେନ ବ୍ୟାପାର ନେତୃମଣ୍ଡଳୀ ଗୋଲ-ଟେବୁଲ ବୈଠକରେ ଯୋଗ ଦେବା ପାଇଁ ପହଂଚିଛନ୍ତି ।

ପ୍ରଧାନମନ୍ତ୍ରୀ ସ୍ୱିଡେନର ବ୍ୟବସାୟୀ ଦଳଙ୍କୁ ଭାରତକୁ ସ୍ୱାଗତ ଜଣାଇଥିଲେ । ଏହି ସାକ୍ଷାତ ବେଳେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ଏବଂ ସୌରଶକ୍ତି ପ୍ରକଳ୍ପ ସହିତ ଭାରତରେ ଦୀର୍ଘମିଆଦୀ ବେପାର-ବଣିଜର ପର୍ଯ୍ୟାପ୍ତ ସୁଯୋଗ ନେଇ ଆଲୋଚନା ହୋଇଥିଲା ।