ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଜବାବ ରଖି କହିଲେ,ଏନଡିଏ ସରକାର ନେସନାଲ ଅପଟିକାଲ ଫାଇବର ନେଟୱାର୍କ ମାଧ୍ୟମରେ ଭାରତର ପ୍ରତ୍ୟୋକ ଗ୍ରାମକୁ ସଂଯୋଗ କରିବାର କାମ କରିଛନ୍ତି । ନେସନାଲ ଅପଟିକାଲ ଫାଇବର ନେଟୱାର୍କ, 2011ରୁ 2014 ତିନି ବର୍ଷ କେବଳ 59 ଗାଁରେ ଏହି ଅପଟିକାଲ ଫାଇବର ନେଟୱାର୍କ ଲାଗିଲା ଆଉ ଏଥିରେ ମଧ୍ୟ ଶେଷ ପର୍ଯ୍ୟନ୍ତ ଯୋଗାଯୋଗର ପ୍ରାବଧାନ ନ ଥିଲା । ସଂଗ୍ରହ ପ୍ରକିୟା ସଂପୂର୍ଣ୍ଣ ଭାବେ କେନ୍ଦ୍ରୀଭୁତ ହୋଇ ରହିଥିଲା, ତା’ର କାରଣ କ’ଣ ସମସ୍ତେ ଜାଣିଛନ୍ତି । ଆମ ସଂପୂର୍ଣ୍ଣ କାର୍ଯ୍ୟ ସଂସ୍କୃତି କିପରି ବଦଳୁଛି, ଅନୁମୋଦନ କିପରି ବଦଳୁଛି । ସବୁ ରାଜ୍ୟକୁ ପ୍ରଥମେ ସାଙ୍ଗରେ ନେଲୁ । ଶେଷ ମାଇଲ କନେକ୍ଟିଭିଟି ଅର୍ଥ ସ୍କୁଲରେ ଅପଟିକାଲ ଫାଇବର ନେଟୱାର୍କ ମିଳିବା ଦରକାର, ଡାକ୍ତରଖାନାରେ ମିଳିବା ଦରକାର, ପଂଚାୟତରେ ମିଳିବା ଦରକାର । ଏହି ପ୍ରାଥମିକତାଗୁଡିକୁ ସ୍ଥିର କଲୁ । ସଂଗ୍ରହ ପ୍ରକିୟା କ’ଣ ଥିଲା, ତାହା ଭାରତ ସରକାରଙ୍କ ହାତରୁ ଆଣି ଆମେ ତା’କୁ ବିକେନ୍ଦ୍ରୀକରଣ କଲୁ । ଆଉ ପରିଣାମ ଏଇଆ ହେଲା ଏତେ କମ୍ ସମୟ ମଧ୍ୟରେ ଏ ପର୍ଯ୍ୟନ୍ତ 76,000 ଗାଁରେ ଅପଟିକାଲ ଫାଇବର ନେଟୱାର୍କ, ଶେଷ ମାଇଲ ସଂଯୋଗୀକରଣ ସହିତ ସଂପୂର୍ଣ୍ଣ ହୋଇଗଲା ।