2015 a momentous year as world adopted 2 important frameworks- the SDGs & Paris Climate Agreement
Over the last two decades, the world and especially our region has undergone many changes– most of them positive: PM
Today, over thirty Asian countries have dedicated institutions leading disaster risk management efforts: PM Modi
All development sectors must imbibe the principles of disaster risk management: PM Modi
Work towards risk coverage for all–starting from poor households to SMEs to multi-national corporations to nation states: PM
We must encourage greater involvement and leadership of women in disaster risk management: PM
We should leverage technology to enhance the efficiency of our disaster risk management efforts: PM
Opportunity to learn from a disaster must not be wasted. After every disaster there are papers on lessons that are rarely applied: PM

ମଂଚରେ ଉପସ୍ଥିତ ବିଶିଷ୍ଟ ଅତିଥିଗଣ
ଦେବୀ ଓ ସଜ୍ଜନମଣ୍ଡଳୀ
ମୁଁ ଆପଣ ସମସ୍ତଙ୍କୁ ନୂଆଦିଲ୍ଲୀରେ ଏହି ଐତିହାସିକ ସମ୍ମିଳନୀକୁ ସ୍ୱାଗତ କରୁଛି । ବିପର୍ଯ୍ୟୟ ଆପଦ ପ୍ରଶମନ ପାଇଁ ସେଣ୍ଡାଇ ଫ୍ରେମୱାର୍କକୁ ସ୍ୱୀକାର କରାଯିବା ପରେ ଏହା ପ୍ରଥମ ବୈଠକ ।
ମୁଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଏଜେନ୍ସୀ, ଏସିଆ ମହାଦେଶରେ ସେମାନଙ୍କର ସରକାର, ଜାତିସଂଘ ଓ ଅନ୍ୟ ଭାଗୀଦାରମାନଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କାରଣ ପାଇଁ ଏକାଠି ହୋଇଥିବାରୁ ପ୍ରଶଂସା କରୁଛି ।

ବନ୍ଧୁଗଣ

୨୦୧୫ ଏକ ମହତ୍ୱପୂର୍ଣ୍ଣ ବର୍ଷ ଥିଲା । ସେଣ୍ଡାଇ ଫ୍ରେମୱାର୍କ ବ୍ୟତୀତ ଆନ୍ତର୍ଜାତିକ ସମୁଦାୟ ମାନବିକତାର ଭବିଷ୍ୟତ ପାଇଁ ୨ଟି ପ୍ରମୁଖ ଫ୍ରେର୍ମୱାର୍କକୁ ଗ୍ରହଣ କରିଛନ୍ତି ।

-ସାମଗ୍ରିକ ବିକାଶ ଲକ୍ଷ୍ୟ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସ ରାଜିନାମା ।

ଆନ୍ତଃ ସଂଯୋଗର ଭାବନା ଫିଲ୍ମରେ ପ୍ରଦର୍ଶିତ ହେବା ଗ୍ଲୋବାଲ ଫ୍ରେମୱାର୍କର ପରିଚୟ । ଏଥିରେ ପ୍ରତ୍ୟେକଙ୍କର ସଫଳତା ଅନ୍ୟ ଦୁଇଜଣଙ୍କ ସଫଳତା ଉପରେ ନିର୍ଭର କରେ । ଜଳବାୟୁ ପରିବର୍ତ୍ତନକୁ ସମର୍ଥନ ଓ ଗ୍ରହଣ ସମେତ ସାମଗ୍ରିକ ବିକାଶରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପରିପ୍ରେକ୍ଷୀରେ ଉକ୍ତ ସମ୍ମିଳନୀ ସମୟତଃ ପ୍ରାସଙ୍ଗିକ ହୋଇଛି ।

ବନ୍ଧୁଗଣ

ଗତ ଦୁଇ ଦଶନ୍ଧିରେ ବିଶ୍ୱରେ ବିଶେଷକରି ଆମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ସେଥିରୁ ଅଧିକାଂଶ ସକରାତ୍ମକ । ଆମ ଅଂଚଳ/କ୍ଷେତ୍ରର ବହୁ ରାଷ୍ଟ୍ର ସେମାନଙ୍କର ଅର୍ଥ ବ୍ୟବସ୍ଥାକୁ ବଦଳାଇଛନ୍ତି ଓ ଆନ୍ତର୍ଜାତିକ ଆର୍ଥିକ ବିକାଶର ଇଞ୍ଜିନ ପାଲଟିଛନ୍ତି । ନିୟୁତ ନିୟୁତ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି । ଏସୀୟ-ପ୍ରଶାନ୍ତ କ୍ଷେତ୍ର ଅନେକ କ୍ଷେତ୍ରରେ ବିଶ୍ୱର ନେତା ପାଲଟିଛି ।

କିନ୍ତୁ ଆମେ ଏହି ପ୍ରଗତିକୁ ସମ୍ପୂର୍ଣ୍ଣ ଗ୍ରହଣୀୟ ବୋଲି ଧରିନେବା ଠିକ୍ ନୁହେଁ । ଅନେକ ଚାଲେଞ୍ଜ ମଧ୍ୟ ରହିଛି । ଗତ ୨୦ବର୍ଷ ମଧ୍ୟରେ ଏସୀୟ-ପ୍ରଶାନ୍ତ କ୍ଷେତ୍ରର ୮୫୦ହଜାରରୁ ଉର୍ଦ୍ଧ୍ଵ ଲୋକ ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି । ବିଶ୍ୱର ଶୀର୍ଷ ୧୦ଟି ରାଷ୍ଟ୍ର ମଧ୍ୟରୁ ୭ଟିରେ ମୃତ୍ୟୁର କାରଣ ଏସୀୟ-ପ୍ରଶାନ୍ତ କ୍ଷେତ୍ରର ବିପର୍ଯ୍ୟୟ ଯୋଗୁ ହୋଇଛି । ମୁଁ ନିଜେ ଦେଖିଛି ବିପର୍ଯ୍ୟୟ ଯୋଗୁ ଲୋକେ ପୀଡ଼ିତ ହୋଇଥିବାର । ୨୦୦୧ରେ ଗୁଜରାଟ ଭୂମିକମ୍ପର ସାକ୍ଷୀ ଥିଲି ଓ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କୁ ଭୂମିକମ୍ପ ପରବର୍ତ୍ତୀ ସହାୟତା ଦେବା ଦିଗରେ କାମ କରିଥିଲି । ପ୍ରଭାବିତ ଲୋକଙ୍କ ପୀଡ଼ା ଦେଖିବା କଷ୍ଟଦାୟକ ଥିଲା । କିନ୍ତୁ ମୁଁ ସେମାନଙ୍କର ସାହାସ, ବିପର୍ଯ୍ୟୟରୁ ମୁକୁଳିବା ଓ ପ୍ରତିଭା ଦ୍ୱାରା ପ୍ରେରିତ ହୋଇଥିଲି । ମୋ’ ନିଜର ଅନୁଭବରୁ ଆମେ ଲୋକଙ୍କ ନେତୃତୃ ଉପରେ ଯେତେ ଅଧିକ ଭରସା କରିବା ସେତେ ଭଲ ପରିମାଣ ଆସିବ । ଏହା କେବଳ ଘରର ପୁନଃନିର୍ମାଣରେ ଗୃହ ମାଲିକ ମଧ୍ୟରେ ସୀମିତ ନୁହେଁ ବରଂ ଗୋଷ୍ଠୀଗତ କୋଠା ନିର୍ମାଣରେ ମଧ୍ୟ ଥିଲା । ଉଦାହରଣ ସ୍ୱରୂପ ଆମେ ଯେତେବେଳେ ସ୍କୁଲ କୋଠାର ପୁନଃନିର୍ମାଣ ପାଇଁ ଲୋକଙ୍କ ଉପରେ ଭରସା କରିଥିଲୁ ଭୂମିକମ୍ପ ପ୍ରତିରୋଧ କୋଠା ନିର୍ଦ୍ଧାରିତ ସମୟରେ ଓ କମ୍ ଖର୍ଚ୍ଚରେ ଶେଷ ହୋଇଥିଲା । ବଳକା ଅର୍ଥ ସରକାରଙ୍କ ପାଖକୁ ଫେରିଥିଲା । ତେଣୁ ଆମକୁ ଏଭଳି ପ୍ରୟାସ ଓ ନେତୃତ୍ୱକୁ ନୀତି ଓ କାର୍ଯ୍ୟ ଦ୍ୱାରା ସମର୍ଥନ କରିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ

ଆମେ ଏସିଆରେ ବିପର୍ଯ୍ୟୟରୁ ଶିକ୍ଷା କରିଛୁ । ଶତାବ୍ଦୀର ଏକ ଚତୁର୍ଥାଂଶ ବର୍ଷ ପୂର୍ବରୁ କେବଳ ହାତଗଣତି ଏସୀୟ ରାଷ୍ଟ୍ରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ଥିଲା । ଏବେ ପ୍ରାୟ ୩୦ଟି ଏସୀୟ ରାଷ୍ଟ୍ର ପାଖରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ସମର୍ପିତ ପ୍ରତିଷ୍ଠାନ ରହିଛି । ଭାରତ ମହାସାଗରରେ ୨୦୦୪ ମସିହାରେ ସୁନାମୀ ଆସିବା ପରେ ସର୍ବାଧିକ କ୍ଷତିଗ୍ରସ୍ତ ୫ଟି ରାଷ୍ଟ୍ର ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ନୂଆ ଆଇନ ଆଣିଲେ । ଆଉ କିଛିଦିନ ପରେ ଆମେ ପ୍ରଥମ ଆନ୍ତର୍ଜାତିକ ସୁନାମୀ ସଚେତନତା ଦିବସ ପାଳନ କରିବୁ । ଏହି ଅବସରରେ ସୁନାମୀର ପୂର୍ବ ସତର୍କତା ସୂଚନା ଦିଗରେ ଆମେ ବହୁ ପରିମାଣରେ ସୁଧାର କରିଥିବାର ଉତ୍ସବକୁ ପାଳନ କରାଯିବ । ୨୦୦୪ ଡିସେମ୍ବରରେ ଭାରତ ମହାସାଗରରେ ସୁନାମୀ ଆସିବାବେଳେ ଆମେ ଅପ୍ରସ୍ତୁତ ଥିଲେ, ପୂର୍ବ ସତର୍କତା ସୂଚନା ମଧ୍ୟ ନଥିଲା । ଏବେ ଆମେ ଭାରତ ମହାସାଗରରେ ସୁନାମୀ ସତର୍କତା ବ୍ୟବସ୍ଥାର ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆ ସହଯୋଗଙ୍କ ସହ ମିଶି ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ବାଧ୍ୟତାମୂଳକ ଆଂଚଳିକ ସୁନାମୀ ବୁଲେଟିନ୍ ଜାରି କରିଛୁ ।

ଏହା ମଧ୍ୟ ବାତ୍ୟା ପୂର୍ବ ସତର୍କତା ସୂଚନାର ସୁଧାର କ୍ଷେତ୍ରରେ ହୋଇଛି । ଯଦି ଆମେ ଭାରତରେ ୧୯୯୯ ଓ ୨୦୧୩ ବାତ୍ୟାର ପ୍ରଭାବକୁ ଆକଳନ କରିବା, ତା’ହେଲେ ଆମେ କରିଥିବା ବିକାଶକୁ ଜାଣିପାରିବା । ସମାନ ପ୍ରଗତି ଅନେକ ରାଷ୍ଟ୍ରରେ ହୋଇଛି । ଉଦାହରଣ ସ୍ୱରୂପ ୧୯୯୧ ମହାବାତ୍ୟା ପରେ ବାଂଲାଦେଶ ସରକାର ବହୁମୁଖୀ ସମୁଦାୟ ଆଧାରିତ ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମ ଲୋକାର୍ପିତ କରିଛନ୍ତି । ଏହା ଉଲ୍ଲେଖନୀୟ ଭାବେ ବାତ୍ୟାରୁ ଜୀବନ ହାନି ପରିମାଣକୁ ହ୍ରାସ କରିବ । ଏହା ଏବେ ସର୍ବୋତ୍ତମ ଆନ୍ତର୍ଜାତିକ ଅଭ୍ୟାସ ଭାବେ ମାନ୍ୟତା ପାଇଛି ।

ବନ୍ଧୁଗଣ

ଏହା ଆରମ୍ଭ ମାତ୍ର । ଆଗକୁ ଅନେକ କଠିନ ଚାଲେଞ୍ଜ ଆସିବ । ଏସିଆ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଦ୍ରୁତ ଗତିରେ ସହରୀକରଣ ହେଉଛି । ବୋଧହୁଏ ଏକ ଦଶନ୍ଧି ମଧ୍ୟରେ ଏହି କ୍ଷେତ୍ରର ଲୋକ ଗାଁ ତୁଳନାରେ ଅଧିକ ସହରରେ ବାସ କରିବେ । ସହରୀକରଣ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଦିଗରେ ଏକ ବଡ଼ ଚାଲେଞ୍ଜ । କାରଣ ଗୋଟିଏ କ୍ଷୁଦ୍ର ଅଚଂଳ ମଧ୍ୟରେ ଲୋକ, ସମ୍ପତ୍ତି ଓ ଆର୍ଥିକ ଗତିବିଧିକୁ କେନ୍ଦ୍ରିତ କରାଇବ ।ଏଥିରେ କିଛି ବିପର୍ଯ୍ୟୟ ପ୍ରବଣ ଅଂଚଳ ହୋଇଥିବ । ଯଦି ଆମେ ଏହି ବିକାଶକୁ ଉଭୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ ପାଇଁ ପରିଚାଳନା ନକରିବା ତା’ହେଲେ ବିପର୍ଯ୍ୟୟବେଳେ ମଣିଷ ଓ ଅର୍ଥନୀତିର କ୍ଷତି ପୂର୍ବ ତୁଳନାରେ ସର୍ବାଧିକ ହେବ ।

ଏହି ପରିପ୍ରେକ୍ଷୀରେ ମୁଁ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଦିଗରେ ଆମର ପ୍ରୟାସର ୧୦-ସୂତ୍ରୀ ଏଜେଣ୍ଡାକୁ ରେଖାଙ୍କିତ କରିବାକୁ ଚାହୁଁଛି ।

ପ୍ରଥମତଃ ସମସ୍ତ ବିକାଶ କ୍ଷେତ୍ର ନିଶ୍ଚିତ ଭାବେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ନୀତିକୁ ପୂରଣ କରିବେ । ସମସ୍ତ ବିକାଶମୂଳକ ପ୍ରକଳ୍ପ – ବିମାନ ବନ୍ଦର, ରାସ୍ତା, କେନାଲ, ହସ୍ପିଟାଲ, ସ୍କୁଲ, ପୋଲ ଆଦି ନିର୍ମାଣ ନିର୍ଦ୍ଧାରିତ ମାନର ଓ ଏଥିରେ ସମୁଦାୟର ସହଭାଗିତାକୁ ଅନୁରୂପ କାର୍ଯ୍ୟକୁ ସୁନିଶ୍ଚିତ କରାଯିବା ଉଚିତ । ଆଗାମୀ କିଛି ଦଶନ୍ଧି ମଧ୍ୟରେ ବିଶ୍ୱର ଅଧିକାଂଶ ନୂଆ ଭିତ୍ତିଭୂମି ଆମ ଅଂଚଳକୁ ଆସିବ । ଆମକୁ ଏହାର ନିର୍ମାଣବେଳେ ଉପଲବ୍ଧ ଥିବା ସବୁଠୁ ଭଲ ବିପର୍ଯ୍ୟୟ ନିରାପତ୍ତା ମାନକକୁ ସୁନିଶ୍ଚିତ କରାଯିବ । ଏହା ଏକ ସ୍ମାର୍ଟ ରଣନୀତି, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ କାମ ଦେବ ।

ଆମର ସମସ୍ତ ସାର୍ବଜନୀନ ବ୍ୟୟରେ ବିପଦ ଆଶଙ୍କା ବିଚାରକୁ ନିଆଯିବା ଉଚିତ । ଭାରତରେ ‘ସମସ୍ତଙ୍କ ପାଇଁ ଘର’ କାର୍ଯ୍ୟକ୍ରମ ଓ ‘ସ୍ମାର୍ଟ ସିଟି’ ପ୍ରୟାସ ଏଭଳି ସୁଯୋଗ ସୃଷ୍ଟି କରାଇଛି । ଭାରତ ଅନ୍ୟ ସହଯୋଗୀ ରାଷ୍ଟ୍ର ଓ ଭାଗିଦାର ସହ ମେଂଟ କରି ଅବା ଏହି କ୍ଷେତ୍ରରେ ବିପର୍ଯ୍ୟୟରୋଧୀ ଭିତିଭୂମିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଏହା ବିପଦପୂର୍ଣ୍ଣ ବିପଦ ଆକଳନର ନୂଆ ଜ୍ଞାନକୁ ଜାଣିବା, ବିପର୍ଯ୍ୟୟରୋଧୀ ଜ୍ଞାନକୌଶଳ ଓ ବ୍ୟବସ୍ଥା ଭିତିଭୂମି ଆର୍ଥିକ ସହାୟତାର ସମନ୍ୱିତ ବିପଦକୁ ହାସ କରିଥାଏ ।

ଦ୍ୱିତୀୟତଃ

ସମସ୍ତଙ୍କର ବିପଦ କବଚ (Coverage) ପାଇଁ କାର୍ଯ୍ୟ । ଗରିବ ପରିବାରଠୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ,ବହୁ ଜାତୀୟ ନିଗମରୁ ରାଷ୍ଟ୍ର ପର୍ଯ୍ୟନ୍ତ । ଏବେ ଏହି ଅଂଚଳର ଅଧିକାଂଶ ରାଷ୍ଟ୍ରର ବୀମା କେବଳ ମଧ୍ୟମ ଓ ଉଚ୍ଚମଧ୍ୟମ ଆୟକାରୀ ଗ୍ରୁପ୍ ପାଇଁ ଉଦ୍ଦିଷ୍ଟ ଅଛି । ଆମକୁ ଅଧିକ କିଛି ଚିନ୍ତା କରିବାକୁ ପଡ଼ିବ, ତା’ ମଧ୍ୟ ନୂତନ ଭାବେ । ଏହାକୁ ନିୟନ୍ତ୍ରଣ କରିବାରେ ଦେଶର ପ୍ରମୁଖ ଭୂମିକା କେବଳ ନାହିଁ ବରଂ ସବୁଠୁ ଅଧିକ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ବୀମା ସୁବିଧା ପହଂଚାଇବାକୁ ପ୍ରୋତ୍ସାହନ କରାଯିବା ଉଚିତ୍ । ଆମେ ବିତୀୟ ସମାବେଶ ସୁନିଶ୍ଚିତ କରିବା ଓ ଗରିବଙ୍କୁ ବୀମାଭୁକ୍ତ ପାଇଁ କେତେକ ସାହାସିକ ପଦକ୍ଷେପ ନେଇଛୁ । ଜନଧନ ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସାମିଲ କରାଯାଇଛି । ସୁରକ୍ଷା ବୀମା ଯୋଜନାରେ ଆବଶ୍ୟକତା ଅନୁଭବ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ବୀମାଭୁକ୍ତ କରାଯାଇଛି । ଆମେ ଫସଲ ବୀମା ଯୋଜନା ଲୋକାର୍ପିତ କରିଛୁ ଯାହାକି ଲକ୍ଷ ଲକ୍ଷ ଚାଷୀଙ୍କୁ ବିପଦ କବଚ (Coverage) ଦେବ । ଏସବୁ ମୌଳିକ ସୁବିଧା ପରିବାରସ୍ତରରେ ପ୍ରସ୍ତୁତ କରାଯାଇଛି ।

ତୃତୀୟତଃ

ବିପର୍ଯ୍ୟୟ ପ୍ରଶମନ ପରିଚାଳନାରେ ମହିଳାମାନଙ୍କ ବୃହତ୍ ଯୋଗଦାନ ଓ ନେତତ୍ୱକୁ ପ୍ରୋତ୍ସାହନ କରିବା । ବିପର୍ଯ୍ୟୟ ଦ୍ୱାରା ମହିଳାମାନେ ସମାନୁପାତିକ ପ୍ରଭାବିତ ହୋଇଥାନ୍ତି । ସେମାନଙ୍କର ମଧ୍ୟ ଅଦ୍ଭୂତ ସାମର୍ଥ୍ୟ ଓ ଅର୍ନ୍ତଦୃଷ୍ଟି ରହିଛି । ଆମକୁ ନିଶ୍ଚିତ ଭାବେ ବହୁ ସଂଖ୍ୟାରେ ମହିଳା ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷିତ କରିବାକୁ ପଡ଼ିବ,ସେମାନେ ବିପର୍ଯ୍ୟୟରେ ପ୍ରଭାବିତ ମହିଳାଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ପୂରଣ କରିପାରିବେ । ଆମକୁ ମହିଳା ଇଞ୍ଜିନିୟର, ରାଜମିସ୍ତ୍ରୀ ଓ କୋଠା ନିର୍ମାଣକାରୀ କାରିଗର ଓ ମହିଳା ସ୍ୱୟଂସେବୀ ଗୋଷ୍ଠୀଗୁଡ଼ିକ ଜୀବିକା ନିର୍ବାହ ନିମନ୍ତେ ସହାୟତା ଦେବାକୁ ପଡ଼ିବ ।

ଚତୁର୍ଥ, ବିଶ୍ୱସ୍ତରରେ ଆପଦ ମାନଚିତ୍ରରେ ନିବେଶ । ଭୂମିକମ୍ପ ଭଳି ଆପଦ ମାନଚିତ୍ର ସମ୍ବନ୍ଧୀୟ ବିପଦ, ଆମେ ବ୍ୟାପକ ଭାବେ ଏହାର ଷ୍ଟାଣ୍ଡାର୍ଡ ଓ ମାନକକୁ ଗ୍ରହଣ କରିଛୁ । ଏହା ଆଧାରରେ ଭାରତରେ ଆମେ ଭୂକମ୍ପ ଜୋନ୍ ର ମାନଚିତ୍ର ପ୍ରସ୍ତୁତ କରିଛୁ । ୫ଟି ସର୍ବାଧିକ ଭୂକମ୍ପ ବିପଦ ଓ ୨ଟି ସ୍ୱଳ୍ପ ବିପଦ ଜୋନ୍ ରହିଛି । ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଅନ୍ୟ ବିପଦ ଯଥା କେମିକାଲ ବିପଦ, ଜଙ୍ଗଲରେ ନିଆଁ, ବିଭିନ୍ନ ପ୍ରକାରର ବନ୍ୟା, ଆଦି ପାଇଁ ଆମକୁ ବିଶ୍ୱସ୍ତରରେ ସମାନ ବିପଦ ବର୍ଗକୂ ଗ୍ରହଣୀୟ କରିବାର ଆବଶ୍ୟକତା ରହିଛି । ଏହା ଆମକୁ ବିଶ୍ୱର ବିଭିନ୍ନ ଭାଗରେ ପ୍ରକୃତି ଓ ବିପର୍ଯ୍ୟୟର ଗମ୍ଭୀରତାକୁ ଜାଣିବାକୁ ସୁନିଶ୍ଚିତ କରାଇବାରେ ସହାୟକ ହେବ ।

ପଂଚମ

ଆମର ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପ୍ରୟାସର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ବୈଷୟିକ ସହଯୋଗ ଲୋଡ଼ା । ଗୋଟିଏ ଇ-ପ୍ଳାଟଫର୍ମ ଯାହା ସମସ୍ତ ସଂଗଠନ ଓ ବ୍ୟକ୍ତିଙ୍କୁ ଏକାଠି କରିବ । ଏହା ସହିତ ମାନଚିତ୍ର ଓ ବିଶେଷଜ୍ଞତାର ଆଦାନପ୍ରଦାନ, ଜ୍ଞାନକୌଶଳ ଓ ସମ୍ବଳ ମଧ୍ୟ ଆମର ସାମୁହିକ ପ୍ରଭାବକୁ ସର୍ବାଧିକ ଦୀର୍ଘସ୍ଥାୟୀ କରାଇବ ।

ଷଷ୍ଠ

ବିପର୍ଯ୍ୟୟ ପ୍ରସଙ୍ଗରେ କାର୍ଯ୍ୟ ନିମନ୍ତେ ବିଶ୍ୱବିଦ୍ୟାଳୟ ନେଟୱାର୍କ ବିକଶିତ କରିବା । ଯାହା ହେଲେ ବି ବିଶ୍ୱବିଦ୍ୟାଳୟଗୁଡ଼ିକର ସାମାଜିକ ଉତ୍ତରଦାୟିତ୍ୱ ମଧ୍ୟ ରହିଛି । ସେଣ୍ଡାଇ ଫ୍ରେମୱାର୍କ ର ପ୍ରଥମ ୫-ବର୍ଷରେ ଆମକୁ ବିପର୍ଯ୍ୟୟ ପ୍ରଶମନ ପରିଚାଳନାରେ ଅସୁବିଧା ପାଇଁ ଏକାଠି ବିଶ୍ୱବିଦ୍ୟାଳୟଗୁଡ଼ିକର ବିଶ୍ୱସ୍ତରୀୟ ନେଟୱାର୍କ ବିକଶିତ କରିବାକୁ ହେବ । ଏହି ନେଟୱାର୍କରେ ସାମିଲ ହୋଇ ବିଭିନ୍ନ ବିଶ୍ୱବିଦ୍ୟାଳୟ ବିପର୍ଯ୍ୟୟ କ୍ଷେତ୍ରରେ ସେମାନଙ୍କୁ ସବୁଠୁ ପ୍ରାସଙ୍ଗିକ ଲାଗୁଥିବା ସ୍ୱତନ୍ତ୍ର ବହୁମୁଖୀ ଗବେଷଣା କରିପାରିବେ । ଉପକୂଳ ଅଂଚଳରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଉପକୂଳ ବିପଦର ବିପଦକୁ ପରିଚାଳନା କ୍ଷେତ୍ରରେ ସ୍ୱତନ୍ତ୍ରତା ଓ ପାହାଡ଼ିଆ ସହରରେ ଥିବା ବିଶ୍ୱବିଦ୍ୟାଳୟ ପାହାଡ଼ର ବିପଦ ଉପରେ ଗବେଷଣାକୁ କେନ୍ଦ୍ରିତ କରିବା ଦରକାର ।

ସପ୍ତମ

ସୋସିଆଲ ମିଡିଆ ଓ ମୋବାଇଲ ଟେକ୍ନୋଲଜିରେ ଉପଲବ୍ଧ ସୁଯୋଗର ଉପଯୋଗ । ସୋସିଆଲ ମିଡିଆରେ ବିପର୍ଯ୍ୟୟର ପ୍ରତିକ୍ରିୟାକୁ ବଦଳାଉଛି । ଏହା ଏଜେନ୍ସୀକୁ ତ୍ୱରିତ୍ ବ୍ୟବସ୍ଥିତ କରାଇବା ଓ ନାଗରିକଙ୍କୁ ଅତ୍ୟନ୍ତ ସହଜ ଭାବେ କର୍ତ୍ତୃପକ୍ଷଙ୍କ ସହ ଯୋଡ଼ିବାରେ ସହାୟକ ହୋଇଥାଏ । ବିପର୍ଯ୍ୟୟ ପରେ ବିପର୍ଯ୍ୟୟ, ପ୍ରଭାବିତ ଲୋକ ପରସ୍ପରକୁ ସହାୟତା ପାଇଁ ସୋସିଆଲ ମିଡିଆର ଉପଯୋଗ କରିଥାନ୍ତି । ଆମେ ସୋସିଆଲ ମିଡିଆର ସମ୍ଭାବନାକୁ ନିଶ୍ଚିତ ଭାବେ ସ୍ୱୀକାର କରିବା ସହ ବିପର୍ଯ୍ୟୟ ପ୍ରଶମନ ପରିଚାଳନାର ସମସ୍ତ ଦିଗ ପାଇଁ ଆପ୍ଲିକେସନ୍ ବିକଶିତ କରିବା ଉଚିତ୍ ।

ଅଷ୍ଟମ,

ସ୍ଥାନୀୟ ସାମର୍ଥ୍ୟର ବିକାଶ ଓ ପ୍ରୟାସ । ବିଶେଷକରି ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥାରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କାର୍ଯ୍ୟ ଏତେ ଅଧିକ ଯେ ରାଷ୍ଟ୍ରର ଆନୁଷ୍ଠାନିକ ପ୍ରତିଷ୍ଠାନଗୁଡ଼ିକ ଅନୁକୂଳ ସ୍ଥିତି ସୃଷ୍ଟି କରିବାରେ ସହାୟକ ହେବେ । ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇ ସ୍ଥାନୀୟସ୍ତରରେ ଲାଗୁ କରାଯିବ । ଗତ ଦୁଇ ଦଶନ୍ଧି ହେଲା ଅଧିକାଂଶ ଗୋଷ୍ଠୀଗତ ପ୍ରୟାସ ସ୍ୱଳ୍ପକାଳୀନ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜରୁରୀକାଳୀନ ଯୋଜନା ମଧ୍ୟରେ ସୀମିତ ରହିଛି । ଆମକୁ ଗୋଷ୍ଠୀ ଆଧାରିତ ପ୍ରୟାସ ଓ ସହଯୋଗର ସମ୍ଭାବନାକୁ ସମ୍ପ୍ରସାରିତ କରି ସ୍ଥାନୀୟସ୍ତରରେ ବିପଦ ହ୍ରାସ ପଦକ୍ଷେପକୁ ଚିହ୍ନଟ ଓ କାର୍ଯ୍ୟକାରି କରିବାକୁ ପଡ଼ିବ । ଏଭଳି ପ୍ରୟାସ ବିପଦ ହ୍ରାସ ଓ ସ୍ଥାନୀୟ ବିକାଶ ପାଇଁ ସୁଯୋଗ ଓ ସ୍ଥାୟୀ ଜୀବିକାନିର୍ବାହ ସୃଷ୍ଟି କରାଏ । ବିପର୍ଯ୍ୟୟ ପ୍ରଶମନ ହ୍ରାସର ସ୍ଥାନୀୟକରଣ ଦ୍ୱାରା ଆମେ ସର୍ବୋକୃଷ୍ଟ ପାରମ୍ପରିକ ଅଭ୍ୟାସ ଓ ସ୍ୱଦେଶୀ ଜ୍ଞାନ ଆହରଣକୁ ସୁନିଶ୍ଚିତ କରିପାରିବା ।

ପ୍ରଶମନ ଏଜେନ୍ସୀଗୁଡ଼ିକୁ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିବାର ଆବଶ୍ୟକତା ଅଛି ଓ ସେମାନଙ୍କୁ ବିପର୍ଯ୍ୟୟ ପ୍ରଶମନର ପୂର୍ବାଭାସ ସହ ପରିଚିତ କରାଇବା ଉଚିତ୍ । ଉଦାହରଣ ସ୍ୱରୂପ ଯଦି ସ୍ଥାନୀୟ ଅଗ୍ନିଶମ ସେବା ଅଧିକାରୀମାନେ ପ୍ରତି ସପ୍ତାହକୁ ଥରେ ଗୋଟିଏ ସ୍କୁଲ ଯାଆନ୍ତେ, ସେମାନେ ବର୍ଷକ ଭିତରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସଚେତନ କରାଇପାରନ୍ତେ ।

ନବମ,

ବିପର୍ଯ୍ୟୟରୁ ଶିକ୍ଷା ନେଇ ସୁଯୋଗ ସୁନିଶ୍ଚିତ କରାଇବା ବ୍ୟର୍ଥ ଯାଏ ନାହିଁ । ପ୍ରତ୍ୟେକ ବିପର୍ଯ୍ୟୟ ପରେ ସେଥିରୁ ଶିକ୍ଷାର ଦସ୍ତାବିଜ ଓ ରିପୋର୍ଟ ଆସେ, ଯାହା କ୍ୱଚିତ୍ ଲାଗୁ କରାଯାଏ । ସର୍ବଦା ସମାନ ତ୍ରୁଟିକୁ ଦୋହରାଯାଇଥାଏ । ଆମକୁ ଶିଖିବା ପାଇଁ ଅଧିକ ଜୀବନ୍ତ ଓ ଦୃଶ୍ୟ ପ୍ରଣାଳୀର ଆବଶ୍ୟକତା ରହିଛି । ବିପର୍ଯ୍ୟୟ ଘଟଣା, ତା’ର ଗତି, ରିଲିଫ୍, ପୁନଃବସତି, ପୁନଃନିର୍ମାଣ ଓ ପରେ ପୁନରୁଦ୍ଧାରର ରେକର୍ଡ ରଖିବା ପାଇଁ ଆନ୍ତର୍ଜାତିକ ଡକୁମେଂଟାରୀ ଫିଲ୍ମ ପ୍ରତିଯୋଗିତା ଜାତିସଂଘ କରିପାରିବ ।

ବିପର୍ଯ୍ୟୟ ପରେ ପୁନରୁଦ୍ଧାର ନା କେବଳ ଭିତ୍ତିଭୂମି ନିର୍ମାଣର ସୁଯୋଗ ସୃଷ୍ଟି କରାଏନି ବରଂ ପ୍ରଶମନ ପରିଚାଳନା ପାଇଁ ସଂସ୍ଥାଗତ ବ୍ୟବସ୍ଥାର ବିକାଶ ମଧ୍ୟ ହୋଇଥାଏ । ଏଇଥିପାଇଁ ଆମକୁ ଏକ ବ୍ୟବସ୍ଥା କରିବାକୁ ପଡ଼ିବ ଯାହା ବିପଦର ଆକଳନକୁ ତ୍ୱରିତ୍ କରିପାରିବ । ବିପର୍ଯ୍ୟୟ ପରବର୍ତୀ ଘରର ପୁନରୁଦ୍ଧାର ପାଇଁ ବୈଷୟିକ ସହାୟତାର ସୁବିଧା ପ୍ରତିଷ୍ଠା ନିମନ୍ତେ ସହଯୋଗୀ ରାଷ୍ଟ୍ର ଓ ବହୁମୁଖୀ ବିକାଶ ଏଜେନ୍ସୀ ସହ କାର୍ଯ୍ୟ କରିବାକୁ ଭାରତ ପ୍ରସ୍ତୁତ ଅଛି ।

ଓ ଶେଷରେ ବିପର୍ଯ୍ୟୟ ପ୍ରତି ଆନ୍ତର୍ଜାତିକ ପ୍ରତିକ୍ରିୟାରେ ଅଧିକ ଏକତା ଆଣିବାକୁ ପଡ଼ିବ । ବିପର୍ଯ୍ୟୟର ଠିକ୍ ପରେ, ସମଗ୍ର ବିଶ୍ୱରେ ବିପର୍ଯ୍ୟୟ ଉପରେ ପ୍ରତିକ୍ରିୟା ଆଣିବା । ଯଦି ଆମେ ଗୋଟିଏ ଛତା ତଳେ କାମ କରିବା ତା’ହେଲେ ସାମୁହିକ ସାମର୍ଥ୍ୟ ଓ ଏକତାକୁ ଆଗେଇ ନେଇପାରିବା । ଜାତିସଂଘ ମଧ୍ୟ ଏକ ସାମୁହିକ ଲୋଗୋ ଓ ବ୍ରାଣ୍ଡିଂ ସମ୍ପର୍କରେ ଚିନ୍ତା କରିବା ଉଚିତ୍, ଯେଉଁମାନେ ରିଲିଫ୍, ପୁନଃବସତି ଓ ପୁନଃନିର୍ମାଣ କାର୍ଯ୍ୟରେ ସହଯୋଗ କରିବେ ।

ବନ୍ଧୁଗଣ

ସଶସ୍ତ୍ର ସେନା ରାଷ୍ଟ୍ରକୁ ବାହ୍ୟ ବିପଦରୁ ସୁରକ୍ଷା ଦିଏ କିନ୍ତୁ ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ ସମାଜକୁ ସଠିକ୍ ଶିକ୍ଷା ଯୋଗାଇ ଦେବାର ଅଛି ।
ସେଣ୍ଡାଇ ଭାବନାକୁ ହୃଦୟର ସହ ଆମକୁ ସ୍ୱୀକାର କରିବାକୁ ପଡ଼ିବ । ଯାହା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କ୍ଷେତ୍ରରେ ଏକ ସମାଜର ଦୃଷ୍ଟିକୋଣ ହେବ ।
ଭାରତରେ ଆମେ ସେଣ୍ଡାଇ ଫ୍ରେମୱାର୍କର କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ । ଚଳିତବର୍ଷ ଜୁନ୍ ମାସରେ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଲୋକାର୍ପିତ ହୋଇଥିଲା ଯେଉଁଥିରେ ସେଣ୍ଡାଇ ଫ୍ରେମୱାର୍କକୁ ପ୍ରାଥମିକତା ଦିଆଯାଇଛି ।

ଆମର ପ୍ରୟାସ ହେଉଛି ବିପର୍ଯ୍ୟୟରୋଧୀ ନିର୍ମାଣ, ଅଂଚଳର ସବୁ ରାଷ୍ଟ୍ର ସହ କାନ୍ଧକୁ କାନ୍ଧ ମିଶାଇ ଆମେ ଛିଡ଼ା ହୋଇଛୁ । ଆମର ପ୍ରୟାସକୁ ଆଗେଇ ନେବାକୁ ଆଚଂଳିକ ଓ ଆନ୍ତର୍ଜାତିକ ସହଯୋଗର ପ୍ରମୁଖ ଭୂମିକା ରହିଛି ।

ଗତବର୍ଷ ନଭେମ୍ବରରେ ଭାରତ ପ୍ରଥମଥର ଦକ୍ଷିଣ ଏସୀୟ ବାର୍ଷିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଆଂଚଳିକ ସହଯୋଗିତାର ମନୋଭାବରେ ଭାରତ ଖୁବଶୀଘ୍ର ଦକ୍ଷିଣ ଏସିଆ ସାଟେଲାଇଟ ବା ଉପଗ୍ରହ ପ୍ରକ୍ଷେପଣ କରିବ । ଏହି ଉପଗ୍ରହର ସାମର୍ଥ୍ୟ ଓ ଅନ୍ୟ ମହାକାଶଆଧାରିତ ଜ୍ଞାନକୌଶଳ ପୂର୍ଣ୍ଣ ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ବିପଦ ଆକଳନ, ବିପଦ ମୁକାବିଲା, ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାରରେ ସହାୟକ ହେବ । ଭାରତ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ଏହି ମହାକାଶ ସାମର୍ଥ୍ୟକୁ ଅନ୍ୟ ଯେକୌଣସି ରାଷ୍ଟ୍ର ନିମନ୍ତେ ଉପଲବ୍ଧ କରିବାକୁ ପ୍ରସ୍ତୁତ ଅଛି ।

ଆମେ ସେଣ୍ଡାଇ ଫ୍ରେମୱାର୍କକୁ କାର୍ଯ୍ୟକାରୀ କରିଥିବାରୁ ଆମେ ଆଂଚଳିକ ଓ ଆନ୍ତର୍ଜାତିକ ସହଭାଗିତାର ନୂଆ ସୁଯୋଗକୁ ସ୍ୱାଗତ କରିଛୁ ।

ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀ ଆମର ପ୍ରୟାସକୁ ପୂର୍ଣ୍ଣାଙ୍ଗ କରାଇବ ଓ ସମ୍ମିଳନୀର ପରିଣାମ ସାମୁହିକ କାର୍ଯ୍ୟାନୁଷ୍ଠାନର ଠୋସ୍ ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିବ ।

ଧନ୍ୟବାଦ