ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଜବାବ ରଖିଛନ୍ତି । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଇତିହାସ ଖାଲି ପୁସ୍ତକ ଗଦା ଭିତରେ ପଡିରହେ, ତ ସମାଜ ଜୀବନକୁ ପ୍ରେରଣା ଦେଇ ନ ଥାଏ । ପ୍ରତ୍ୟେକ ଯୁଗରେ ଇତିହାସକୁ ଜାଣିବା ପାଇଁ, ଇତିହାସକୁ ଜୀଇଁବା ପାଇଁ ପ୍ରୟାସ ଆବଶ୍ୟକ ହୋଇଥାଏ । 1857ର ସ୍ୱତନ୍ତ୍ରତା ସଂଗ୍ରାମରେ ଦେଶର କୋଟି କୋଟି ଲୋକ ଥିଲେ ଯେତେବେଳେ କଂଗ୍ରେସ ପାର୍ଟି ମଧ୍ୟ ଜନ୍ମ ହୋଇ ନ ଥିଲା ,ସେହି ସମୟରେ ବି ଏହି ଦେଶର ଲୋକ ନିଜ ଜୀବନକୁ ବାଜି ଲଗାଇ ଲଢିଥିଲେ ଆଉ ସମସ୍ତେ ମିଳି ମିଶି ଲଢିଥିଲେ । ସଂପ୍ରଦାୟର କେଉଁ ଭେଦଭାବ ନ ଥିଲା, ଆଉ ସେତେବେଳେ ମଧ୍ୟ ପଦ୍ମ ଥିଲା ଆଜି ମଧ୍ୟ ରହିଛି ।