ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ରଖିଛନ୍ତି । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଲେ ,ଦେଶରେ ଏନଡିଏ ସରକାର ବିଗତ ତିନି ବର୍ଷରେ ଆବାସ ଏବଂ ରେଳବାଇରେ କ୍ଷେତ୍ରରେ ଅଭୂତପୂର୍ଣ୍ଣ ପ୍ରଗତି କରିଛନ୍ତି । ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କଲେ କି ୟୁପିଏ ସରକାର କେବଳ 10 ,83,000 ଆବାସ ନିର୍ମାଣ କରିଥିଲେ କିନ୍ତୁ ଆମ ଏନଡିଏ ସରକାର 22, 27, 000 ଆବାସ ନିର୍ମାଣ କରିସାରିଛନ୍ତି । ସେ ଏହା ମଧ୍ୟ ଉଲ୍ଲେଖ କଲେ କି ଏନଡିଏ ସରକାର ଆସିବା ପରେ ରେଳବାଇର ବ୍ରଡ଼ ଗେଜ ନେଟୱର୍କ ନିର୍ମାଣର ବିସ୍ତାର ଦ୍ୱିଗୁଣିତ ହୋଇଯାଇଛି ।
Login or Register to add your comment