ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସତର୍କତା କିପରି କ୍ୟାମେରାମ୍ୟାନ/ଫୋଟୋଗ୍ରାଫରଙ୍କ ଜୀବନ ରକ୍ଷା କଲା ଗୁଜରାଟ ଜାମ୍ମନଗର ଜିଲ୍ଲାରେ 30 ଅଗଷ୍ଟ 2016 ଏକ କାର୍ଯ୍ୟକ୍ରମରେ ।

ଏହା ଥିଲା SAUNI ପ୍ରକଳ୍ପ ଯାହା ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳରେ ପାଣି ସମସ୍ୟା ଦୂର ନିମନ୍ତେ ନଦୀବନ୍ଧର ଉଦ୍ଘାଟନ ଉତ୍ସବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ  ଜାମ୍ମନଗର  ଜିଲ୍ଲାରେ ଅଜି ନଦୀବନ୍ଧର ଉଦ୍ଘାଟନ ଉତ୍ସବରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କୁ ନିଶ୍ଚିତ ବିପଦରୁ ରକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହିତ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ନଦିବନ୍ଧକୁ ଉଦ୍ଘାଟନ କରି ଏଥିରୁ ପାଣି ଛଡାଯାଇଥିଲା ।ଏହି ସମୟରେ ତଳେ ଠିଆ ହୋଇ ଫୋଟୋ ଉଠାଉଥିବା କ୍ୟାମେରାମ୍ୟାନ ଜଣଙ୍କ ପାଣି ଆସିବା ସମ୍ପର୍କରେ ଜାଣି ପାରିନଥିଲେ । ନିକଟରେ ଉପସ୍ଥିତ ତାଙ୍କର ସାଥି  କିମ୍ବା ଅନ୍ୟ କେହି ତାଙ୍କ ପ୍ରତି ଧ୍ୟାନ ଦେଇନଥିଲେ; କିନ୍ତୁ ମୋଦିଙ୍କ ତୀକ୍ଷଣ ନଜର ଉକ୍ତ କ୍ୟାମେରାମ୍ୟାନ ଉପରେ ପଡିଥିଲା । କ୍ୟାମେରାମ୍ୟାନ ପ୍ରତି ଥିବା ନିଶ୍ଚିତ ବିପଦକୁ ଜାଣିପାରି ଫୋଟୋ ଉଠାଇବାରେ ବ୍ୟସ୍ତଥିବା କ୍ୟାମେରମ୍ୟାନଙ୍କୁ ତୁରନ୍ତ କ୍ୟାମେରା ଛାଡି ପଳାଇବାକୁ ମୋଦି ପାଟିକରି ଏବଂ ହାତରେ ସଂକେତ ଦେଇଥିଲେ ।

ଏକ କ୍ୟାମେରାମ୍ୟାନ ଖବର ଏଜେନ୍ସି କୁ କଥାବାର୍ତ୍ତା ବେଳେ କହିଲେ,ପ୍ରଧାନମନ୍ତ୍ରୀ ତାଙ୍କୁ ଏକ ନୂଆ ଜୀବନ ଦେଲେ।
ଶ୍ରୀ ମୋଦି, ସତର୍କତା ଠିକ ସମୟରେ ଦେଲେ ଏବଂ ଏହା ବହୁତ ପ୍ରସଂଶାର ବିଷୟ ।

5 ଏପ୍ରିଲ 2015,ଯେତେବେଳେ ପ୍ରଧାନମନ୍ତ୍ରୀ ବିଜ୍ଞାନଭବନରେ ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିମାନଙ୍କ ଏକ ସମ୍ମିଳନୀରେ ଭାଗନେବା ପାଇଁ ଯାଇଥିଲେ,ଜଣେ ଫୋଟୋଗ୍ରାଫର ତଳେ ପଡିଯାଇଥିଲେ,ସେତେବେଳେ ପ୍ରଧାନମନ୍ତ୍ରୀ ଜଣେ ମାତ୍ର ବ୍ୟକ୍ତି ଯିଏ ହାତ ବଢ଼ାଇ ଉଠିବାରେ ସାହାଯ୍ୟ କରିଥିଲେ ତାଙ୍କୁ। ଏହି ବିଷୟ ବହୁମାତ୍ରାରେ ଲୋକପ୍ରିୟ ହୋଇଥିଲା ।