ନରେନ୍ଦ୍ର ମୋଦୀ କିପରି ଭାବେ ଆଦୌ କ୍ଳାନ୍ତ ହୁଅନ୍ତି ନାହିଁ? ତାଙ୍କ ଶକ୍ତିର ଉତ୍ସ କ’ଣ ଯାହାକୁକି ସେ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ସପ୍ତାହ ସପ୍ତାହ ପର୍ଯ୍ୟନ୍ତ ଧରି ରଖିପାରନ୍ତି ଏବଂ ସମାନ ଗୁଣାତ୍ମକ ମାତ୍ରାରେ ମେସିନ ସଦୃଶ ପ୍ରତ୍ୟେକ ଥର କାର୍ଯ୍ୟ ସମ୍ପାଦିତ କରନ୍ତି? ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ଓ ସମାଲୋଚକମାନେ ତାଙ୍କୁ ବାରମ୍ବାର ଏହି ପ୍ରଶ୍ନ ପଚାରିଥାନ୍ତି ।

ନୂଆଦିଲ୍ଲୀର ଟାଉନହଲରେ ଓ ଏକ ଗଣମାଧ୍ୟମ ଦ୍ୱାରା ନିକଟରେ ସିଧାସଳଖ ତାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା । ନରେନ୍ଦ୍ର ମୋଦୀ ଏହି ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲେ, ତାହା ତାଙ୍କ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ବାସ୍ତବବାଦୀ ଥିଲା । ମାତ୍ର ଦାର୍ଶନିକ ଦୃଷ୍ଟିରୁ ଏହାର ବିଶେଷ ଅର୍ଥ ରହିଛି । କ୍ଳାନ୍ତି ଏପରି ଏକ ଜିନିଷ ଯାହାକି ଏକ ଲକ୍ଷ୍ୟ ପୂରଣ କରିବା ଲାଗି କଠିନ ପରିଶ୍ରମ କରିବା ଫଳରେ ଆସିନଥାଏ ବରଂ ଏହାହେଉଛି ଅସମ୍ପୂର୍ଣ୍ଣ ବା ବକେୟା କାର୍ଯ୍ୟଜନିତ ଏକ ମାନସିକ ସ୍ଥିତି । ରାହୁଲ ଯୋଶୀଙ୍କୁ ଦେଇଥିବା ସାକ୍ଷାତକାରରେ ମୋଦୀଙ୍କ ବକ୍ତବ୍ୟକୁ ଉଦ୍ଧାର କରାଯାଉ । ମୋଦୀ କହିଥିଲେ, ପ୍ରକୃତରେ କାମ କରିବା ଦ୍ୱାରା ଆମେ କ୍ଳାନ୍ତ ହେଇନଥାଉ । କାମ ଆମକୁ ସନ୍ତୋଷ ପ୍ରଦାନ କରିଥାଏ । ଏହି ସନ୍ତୋଷ ଆମକୁ ଶକ୍ତି ଦେଇଥାଏ । ମୁଁ ଏହା ଅନୁଭବ କରିଛି ଓ ଏ ସମ୍ବନ୍ଧରେ ମୋ ଯୁବ ବନ୍ଧୁମାନଙ୍କୁ ସବୁବେଳେ କହିଥାଏ । କ୍ଳାନ୍ତପଣିଆ ଅଧିକ ଭାବେ ମନସ୍ତାତ୍ତ୍ୱିକ ହୋଇଥାଏ । କାର୍ଯ୍ୟର ପରିଣାମକୁ ନେଇ ସମସ୍ତଙ୍କ ପାଖେ ସମାନ ଶକ୍ତି ଥାଏ । ଆପଣ ନୂଆ ନୂଆ ଆହ୍ୱାନ ଗ୍ରହଣ କଲେ ଆପଣଙ୍କ ଆତ୍ମଶକ୍ତି ସବୁବେଳେ ଆପଣଙ୍କ ସହାୟତା କରିଥାଏ । ଏହା ଏକ ସ୍ୱୟଂଚାଳିତ ପ୍ରକ୍ରିୟା ।”

ମୋଦୀଙ୍କ ମନ୍ତ୍ର ସରଳ ଅଥଚ ପରିବ୍ୟାପ୍ତ- ଯଦି ଆପଣ ଆପଣଙ୍କ କାମରୁ ଆନନ୍ଦ ନେଉଛନ୍ତି, ତେବେ କେବେ ହେଲେ ଆପଣ କ୍ଳାନ୍ତ ହେବେ ନାହିଁ କାରଣ ଆପଣ ଯାହାକୁ ଉପଭୋଗ କରୁଛନ୍ତି, ସେହି କାମ ହିଁ କରୁଛନ୍ତି!