ସମସ୍ତେ ଭଲଭାବେ ଜାଣନ୍ତି ଯେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ନରେନ୍ଦ୍ର ମୋଦୀ ଜଣେ ସୃଜନଶୀଳ କ୍ଷେତ୍ର ସଂଗଠକ ଥିଲେ । ପଞ୍ଚାୟତ ନିର୍ବାଚନରୁ ସଂସଦୀୟ ନିର୍ବାଚନ ପର୍ଯ୍ୟନ୍ତ ସଂଗଠନ କାର୍ଯ୍ୟରେ ସେ ନିଜକୁ ସାମିଲ କରିଆସିଛନ୍ତି । ଗୁଜୁରାଟ ବିଜେପି ସଂଗଠନର ଜଣେ ମୁଖ୍ୟ ସଦସ୍ୟ ଭାବେ ସେ ବିଜେପିକୁ 1980 ଅହମ୍ମଦାବାଦ ପୌରପାଳିକା ନିର୍ବାଚନ ଜିତିବାରେ ସହଯୋଗ କରିଥିଲେ । ଏଇଥିରୁ ତାଙ୍କର ସୃଜନଶୀଳ ସାଂଗଠନିକ ଦକ୍ଷତା ସମ୍ବନ୍ଧରେ ଜଣାପଡେ ।

ତାଙ୍କର ସୃଜନଶୀଳ ସାଂଗଠନିକ ପଦ୍ଧତି ଦୁଇଟି କଥା ଉପରେ କେନ୍ଦ୍ରୀଭୂତ । ପ୍ରଥମଟି ହେଲା ସେ ତାଙ୍କ ସବୁ କାମକୁ ସମାନ ଭାବେ ବାଣ୍ଟି ଦିଅନ୍ତି ଯେପରିକି ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଏକ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟଭାର ଦିଆଯିବ । ଦ୍ୱିତୀୟଟି ହେଲା ପ୍ରତ୍ୟେକ ଅଭିଯାନ ସହ ଏକ ଭାବାବେଗ ଜନିତ ସଂପୃକ୍ତି ରହିବ । ସହର ଓ ଶାସନ ସହିତ ନିଜକୁ ଏକ ସତ୍ତ୍ୱାଧିକାରୀ ଭାବେ ଯୁକ୍ତି କରି ସେ ଏହି ଭାବାବେଗଜନିତ ସଂପୃକ୍ତିକୁ ଅନୁପ୍ରାଣିତ କରନ୍ତି । କୌଣସି ଅଭିଯାନ ବା ପ୍ରଚାର ସମୟରେ ସାମାଜିକ ସଙ୍ଗଠନର ବିଶେଷତ୍ତ୍ୱ ହେଲା କାର୍ଯ୍ୟକର୍ତ୍ତାମାନଙ୍କ ସହ ଛୋଟ ଛୋଟ କଥାନେଇ ସଂଯୁକ୍ତ ହେବା ଓ ଅହମ୍ମଦାବାଦରେ 1000 ସାମାଜିକସ୍ତରୀୟ ସଂଗଠନ ବୈଠକ ମାଧ୍ୟମରେ ନାଗରିକମାନଙ୍କୁ ସମ୍ମିଳିତ କରିବା । ଏହି 1000 ସାମାଜିକସ୍ତରୀୟ ସଂଗଠନ ବୈଠକ ପାଇଁ ପ୍ରସ୍ତୁତି ଲାଗି ସେ 100 ସ୍ୱେଚ୍ଛାସେବୀ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମାଜିକସ୍ତରୀୟ ସଂଗଠନ ବୈଠକରେ କାର୍ଯ୍ୟକର୍ତ୍ତାମାନଙ୍କ କର୍ତ୍ତବ୍ୟକୁ ଗୁରୁତ୍ୱାରୋପ କରାଯାଇଥିଲା । ଏଗୁଡ଼ିକ ଥିଲା କେଉଁ କେଉଁ ବିଷୟକୁ ଗୁରୁତ୍ୱ ଦିଆଯିବ ଓ କେଉଁ କେଉଁ ଯୁକ୍ତି ଉପସ୍ଥାପନ କରାଯିବ । ନିର୍ବାଚନ ରଣନୀତି ଲାଗି ଏହା ଏକ ନୂତନ ଓ ବୈପ୍ଳବାତ୍ମକ ପଦକ୍ଷେପ ଥିଲା ।

ସାମାଜିକସ୍ତରୀୟ ସଂଗଠନ ବୈଠକଗୁଡ଼ିକରେ 25 ରୁ 30 ଜଣ ନାଗରିକ ଯୋଗଦେଉଥିଲେ ଏବଂ ଏଠାରେ ଦକ୍ଷ ବକ୍ତାମାନଙ୍କୁ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ କହିବା ଲାଗି ଉତ୍ସାହିତ କରାଯାଉଥିଲା । ଏହି ପ୍ରକ୍ରିୟାରେ ମହିଳାମାନଙ୍କୁ ସାମିଲ କରିବା ଲାଗି ସେ ଅପରାହ୍ନ ଦୁଇଟା ପରେ ମହିଳାମାନଙ୍କ ଲାଗି ବୈଠକ ଆରମ୍ଭ କରିଥିଲେ । ଏପରିକି ଏକ ପୌରପାଳିକା ନିର୍ବାଚନ ପ୍ରଚାରରେ ଆସିବା ପାଇଁ ସେ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରବର୍ତ୍ତାଇ ଥିଲେ ।

ନରେନ୍ଦ୍ର ମୋଦୀଙ୍କ କ୍ଷେତ୍ରୀୟ ସଂଗଠନରେ କିଛି ବିଶେଷତ୍ୱ ରହିଥିଲା । ସ୍ୱେଚ୍ଛାସେବୀମାନଙ୍କର ପ୍ରଶିକ୍ଷଣ ଓ ପ୍ରସ୍ତୁତି ସହ ଆଂଚଳିକ ସ୍ତରରେ ଭାବଗତ ସଂପୃକ୍ତି ଫଳରେ ଅହମ୍ମଦାବାଦର ପୌରପାଳିକା ନିର୍ବାଚନରେ ବିଜେପିର ବିଜୟ ହୋଇଥିଲା । ଏହାଫଳରେ ଆଂଚଳିକସ୍ତରକୁ ଗୁରୁତ୍ୱ ଦେବା ସହ ରାଜ୍ୟସ୍ତରୀୟ ସଂଗଠନର ଦାୟିତ୍ୱ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିଲା ।

ନିର୍ବାଚନ ପରେ ନିର୍ବାଚନ, ସଫଳତାର ସହ ମୋଦୀଙ୍କର ଏହି ଦକ୍ଷତାର ପୁନରାବୃତ୍ତି ହେବାରେ ଲାଗିଲା । ଏହା ଗୁଜୁରାଟ ହେଉ, ଦଳର ସାଧାରଣ ସମ୍ପାଦକ ଭାବେ ଲୋକସଭା ନିର୍ବାଚନ ହେଉ କିମ୍ବା 2001ରେ ମୋଦୀ ଶେଷରେ ରାଜନୈତିକ ନିର୍ବାଚନରେ ଯୋଗଦାନ କରିବା ହେଉ । ଜନସାଧାରଣଙ୍କ ସହ ସଂଯୁକ୍ତ ହେବା ଓ ସେମାନଙ୍କ ଆବଶ୍ୟକତା ଓ ଅଭିଳାଷକୁ ବୁଝିବା ନେଇ ମୋଦୀଙ୍କର ସାମର୍ଥ୍ୟ ପ୍ରକୃତରେ ଉପଯୋଗୀ ସାବ୍ୟସ୍ତ ହୋଇଥିଲା ।