27 ଅକ୍ଟୋବର 2013 ଦିନ ଏକ ସାମାନ୍ୟ ରବିବାର ର ରୂପରେ ବିତିଯାଇଥାନ୍ତା କିନ୍ତୁ ଏହି ଦିନ ବିଜେପିର ସେହି ସମୟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶ୍ରୀ ନରେନ୍ଦ୍ର ମୋଦି ପାଟନାର ପ୍ରତିଷ୍ଠିତ ଗାନ୍ଧୀ ମୈଦାନରେ ଏକ ରାଲିକୁ ସମ୍ବୋଧିତ କରିବାର ଥିଲା ,ସେହି ସମୟରେ ସେଠାରେ ହୋଇଥିବା ଭୀଷଣ ବୋମା ବିସ୍ଫୋରଣ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ଉତ୍ସାହରେ ଆସିଥିବା ବହୁ ଜନସମୂହ ମୈଦାନ ସ୍ଥଳୀରେ ଏକାଠି ହେବା ମାତ୍ରେ ,ଗୋଟିଏ ପରେ ଗୋଟିଏ ବମ ବିସ୍ଫୋରଣ ହେଲା ।
ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦି ପାଟନା ପହଂଚିଲେ, ତାଙ୍କ ପାଖରେ ଦୁଇଟି ବିକଳ୍ପ ହିଁ ଥିଲା-ଏକ ତ ରାଲି ସମ୍ବୋଧନ ନ କରି ଗୁଜରାଟ ଫେରିଯାଇ ସେଠାର ଉପସ୍ଥିତ ଲୋକଙ୍କ ମଧ୍ୟରେ ଡର ଭାବନାକୁ ବଢାଇବା ନଚେତ ଆୟୋଜନ ସ୍ଥଳ ଉପରକୁଯାଇ ରାଲିକୁ ସମ୍ବୋଧନ କରିବା ।
ଶ୍ରୀ ମୋଦି ନା କେବଳ ରାଲି କୁ ସମ୍ବୋଧିତ କଲେ ବରଂ ହିନ୍ଦୁ ଏବଂ ମୁସଲିମମାନଙ୍କୁ ଏକା ସହିତ ମିଶି ଆଗକୁ ବଢିବାକୁ ନିବେଦନ କରି, ସମସ୍ତଙ୍କୁ ନିଜଭିତରେ ଝଗଡା କରିବା ଅପେକ୍ଷା ଗରୀବତାକୁ ଲଢ଼ିବା ପାଇଁ ନିବେଦନ କଲେ । ସେଠାରେ ବହୁ ସଂଖ୍ୟାରେ ଆସିଥିବା ଦର୍ଶକମାନଙ୍କୁ ବାର-ବାର କହୁଥିଲେ କି ସମସ୍ତେ ଶାନ୍ତିପୂର୍ଣ୍ଣ ଭାବରେ ଏବଂ ସୁବିଧା ଭାବେ ସେଠାରୁ କୌଣସି ଅସୁବିଧା ନ ହୋଇ ବାହାରିଯାଅନ୍ତୁ ।
ପରେ ,ଏହା ଜଣାପଡିଲା କି ଏକ ବୋମା ଷ୍ଟେଜର ତଳେ ଥିଲା ଯେଉଁଠାରେ ଶ୍ରୀ ମୋଦି ଜନସଭାକୁ ସମ୍ବୋଧନ କରୁଥିଲେ ।
ରାଲିର କିଛି ସପ୍ତାହ ପରେ ଶ୍ରୀ ମୋଦି କହିଲେ ,"ସଂଗଠନରେ, ମୋର ଅନୁଭବ ମତେ ଶିଖାଇଲା,ରାଲିର ଆୟୋଜନ ସ୍ଥଳ ଉପରେ ଏକ ପଶୁ ହେବାର ଗୁଜବରୁ ମଧ୍ୟ ଅରାଜକତାର ମାହୋଲ ହୋଇଇପାରିବ,କଳ୍ପନା କରିପାରିବେ କାହିଁକି ହେଉଛି, ଯଦି ଏହା ଘୋଷଣା କରାଯାଇଥାନ୍ତା ସେଠାରେ ବମ ଅଛି ଏବଂ ମୁଁ ରାଲି ସମ୍ବୋଧିତ କରି ପାରିନଥାନ୍ତି। ମୁଁ ଭାବିଥିଲି ଷ୍ଟେଜକୁ ନ ଯିବାର ତୋ ପ୍ରଶ୍ନ ଉଠୁ ନାହିଁ ।
ଏକ ସପ୍ତାହ ପରେ ପୁଣିଥରେ ପାଟନା ଯାଇ ,ଶ୍ରୀ ମୋଦି ସେହି ପରିବାରମାନଙ୍କୁ ସାକ୍ଷତ କଲେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ବୋମା ବିସ୍ଫୋରଣରେ ହରାଇଥିଲେ ।
ପାଟନାର ଚିତ୍କାର ରାଲିକୁ ମହତ୍ୱପୂର୍ଣ୍ଣ ରୂପେ ମନେପକାଯାଏ ।ଏହି ଘଟଣା ଉତ୍ତମ ନେତୃତ୍ପ ,ବିଶେଷ ଭାବେ ସମ୍ପୂର୍ଣ୍ଣ ପ୍ରତିକୂଳ ପରିସ୍ଥିତିରେ ନେତୃତ୍ପରଏକ ଉତ୍ତମ ଉଦାହରଣ ଏବଂ ବର୍ଣ୍ଣନା ।ନିଜ ଭିତରେ ଲଢ଼ିବା ଅପେକ୍ଷା ଗରିବତାକୁ ଲଢ଼ିବା ପାଇଁ ଉପକାରୀ ବାର୍ତ୍ତା କୋଟି କୋଟି ଭାରତୀୟଙ୍କ ହୃଦୟ ଏବଂ ମନରେ ରହିଗଲା ।
Login or Register to add your comment