ଭାରତକୁ ଅପରିଷ୍କାର ରୁ ମୁକ୍ତି ଦେବା ଉଦେଶ୍ୟରେ ଆରମ୍ଭ କରାଯାଇଥିବା ସ୍ଵଛ ଭାରତ ଅଭିଯାନ କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କଲା ।
15 ଅଗଷ୍ଟ 2014 ରେ ପ୍ରଥମ ଥର ଲାଲ କିଲ୍ଲାର ପ୍ରାଚୀର ରୁ ଭାରତର କେଉଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରତା ଦିବସରେ ନିଜର ଭାଷଣରେ ପରିଷ୍କାର-ପରିଛନ୍ନ ଉପରେ ଜୋର ଦେଇଥିଲେ । ଏହି ବର୍ଷ 2 ଅକ୍ଟୋବର ରେ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ଝାଡୁ ଉଠାଇଲେ ଏବଂ ସ୍ଵଛ ଭାରତ କରିବ ଚେଷ୍ଟାକୁ ଆଗେ ବଢାଇବା ପାଇଁ ଆରମ୍ଭ କଲେ । ସେ ସ୍ୱଛତା ଉପରେ ଲଗାତାର ଜୋର ଦେଇ ଲୋକଙ୍କୁ ପରିଷ୍କାର-ପରିଛନ୍ନ କୁ ନେଇ ଜାଗ୍ରତ କରିବାକୁ ଚେଷ୍ଟା କଲେ । ଯାହା ସରକାରୀ କାର୍ଯ୍ୟକ୍ରମ ହେଉ ଅଥବା ରାଜନୈତିକ ରାଲି ,ସେ ନିଜର ସମ୍ବୋଧନରେ ସଫା-ସୁତୁରା ଉପରେ ନିୟମିତ ରୂପରେ ବିଶେଷ ଜୋର ଦିଅନ୍ତି ।
ଏଥିରେ କିଛି ଆଶ୍ଚର୍ଯ୍ୟ ହୋଇନାହିଁ ସବୁ କ୍ଷେତ୍ରଗୁଡିକରୁ ଲୋକେ ପୁରା ଉତ୍ସାହର ସହିତ ସ୍ଵଛ ଭାରତ ମିଶନରକୁ ସମର୍ଥନ କରିଛନ୍ତି। ଏହି ଆନ୍ଦୋଳନର ମିଡିଆ ର ମଧ୍ୟ ଭରପୁର ସମର୍ଥନ ମିଳିଛି ।
ସ୍ଵଛ ଭାରତ ମିଶନ ଏବଂ ପ୍ରଧାନମନ୍ତ୍ରୀଙ୍କ ଶବ୍ଦ ସାରା ଦେଶକୁ କିପରି ପ୍ରଭାବିତ କରିଛି ,ଚନ୍ଦ୍ରକାନ୍ତ କୁଲକର୍ଣ୍ଣିଙ୍କ କାର୍ଯ୍ୟ ଏହାର ଏକ ବଡ ଉଦାହରଣ ।
ମଧ୍ୟବିତ୍ତ ଶ୍ରେଣୀ ପରିବାରରେ ବାସକରୁଥିବା ଚନ୍ଦ୍ରକାନ୍ତ କୁଲକର୍ଣ୍ଣି ଏକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଯିଏ 16,000 ମାସିକ ପେନସନ ପାଉଛନ୍ତି। ସ୍ଵଛ ଭାରତ ମିଶନରେ ଅନୁପ୍ରେରିତ ହୋଇ ସେ ଏହି ମହତ କାର୍ଯ୍ୟ ପାଇଁ 5000 ଟଙ୍କା ପ୍ରତି ମାସରେ ଦେବା ପାଇଁ ନିଷ୍ପତି ନେଇଥିଲେ। ଏହା ମଧ୍ୟ ଥରେ ନୁହଁ , ବରଂ ସେ 52 ପୋଷ୍ଟ ଡେଟେଡ ଚେକ ଦେଇଥିଲେ ଯାହା ଉପରେ ପ୍ରତ୍ୟୋକରେ ଆଗାମୀ ମାସର ତାରିଖ ଅଙ୍କିତ ଥିଲା !
ଏକ ପେନସନଧାରୀ ସ୍ଵଛ ଭାରତ ପାଇଁ ନିଜର ବେତନରୁ ପାଖାପାଖି ଏକ ତୃତୀୟାଂଶ ଦେଉଛି । ଏହା ଦୃଶ୍ୟ ହେଇଛି ଯେ କିପରି ଭାବେ ପ୍ରଧାନମନ୍ତ୍ରୀଙ୍କ ଶବ୍ଦ ଲୋକଙ୍କ ମନରେ କେତେ ବିଶ୍ୱାସ ଜାଗୃତ କରିଛି ଏବଂ ପ୍ରତ୍ୟୋକ ନାଗରିକ ହୃଦୟଙ୍ଗମ କରୁଛନ୍ତି ଯେ,ସେ ରାଷ୍ଟ୍ରକୁ ପ୍ରଗତିର ନୂଆ ଚରମ ବିନ୍ଦୁ ଉପରେ ନେବା ପାଇଁ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି ।ଶ୍ରୀ ମୋଦି ଏହିପରି କିଛି କାହାଣୀକୁ ପ୍ରକାଶ କରିଛନ୍ତି , ଲୋକେ କିପରି 'ସ୍ଵଛ ଭାରତ' ପାଇଁ ଏକା ସହିତ ଆଗକୁ ବଢୁଛନ୍ତି। ତାଙ୍କର 'ମନ କି ବାତ' କାର୍ଯ୍ୟକ୍ରମରେ ଅଧିକାଂଶ ଭାଗରେ ପରିଷ୍କାର-ପରିଛନ୍ନ ଉପରେ ଏକ କାହାଣୀ ଅବଶ୍ୟ ସାମିଲ ଥାଏ ।
ପ୍ରଧାନମନ୍ତ୍ରୀଙ୍କ ରୂପରେ ,ଶ୍ରୀ ମୋଦି ନିଶ୍ଚିନ୍ତ ରୂପରେ ପରିଷ୍କାର-ପରିଛନ୍ନକୁ ଜନ ଆନ୍ଦୋଳନ କରିବାରେ ସଫଳ ହୋଇଛନ୍ତି,ଯାହା କି ଭାରତର ବିକାଶ ପାଇଁ ଏକ ଶୁଭ ସଂକେତ ।
Login or Register to add your comment